ଓଡିଶା

odisha

ETV Bharat / bharat

ପ୍ରେମିକାକୁ ମୋବାଇଲ ଗିଫ୍ଟ ପାଇଁ ଚୋରିର ନୂଆ ଫଣ୍ଡା ଆପଣାଇଲା ପ୍ରେମିକ, ମହିଳା ଶୌଚାଳୟରେ କଟିଲା ସାରା ରାତି - ରାତିସାରା ଶୌଚାଳୟରେ ଲୁଚିଲା ପ୍ରେମିକ

ପ୍ରେମିକାକୁ ଦାମି ମୋବାଇଲ ଦେବା ପାଇଁ ଚୋରିର ନୂଆ ଫଣ୍ଡା ଆପଣାଇଲା ପ୍ରେମିକ । ଚୋରି ପାଇଁ ସାରା ରାତି ସୋରୁମର ମହିଳା ଶୌଚାଳୟରେ ଲୁଚିଲା । ୬ ଦାମି ଫୋନ ଚୋରାଇ ଫେରାର ହେବା ପରେ ଧରା ପକାଇଲା CCTV । ଅଧିକ ପଢନ୍ତୁ

ପ୍ରମିକାକୁ ମୋବାଇଲ ଗିଫ୍ଟ ପାଇଁ ଚୋରିର ନୂଆ ଫଣ୍ଡା ଆପଣାଇଲା ପ୍ରେମିକ, ମହିଳା ଶୌଚାଳୟରେ କଟିଲା ସାରା ରାତି
ପ୍ରମିକାକୁ ମୋବାଇଲ ଗିଫ୍ଟ ପାଇଁ ଚୋରିର ନୂଆ ଫଣ୍ଡା ଆପଣାଇଲା ପ୍ରେମିକ, ମହିଳା ଶୌଚାଳୟରେ କଟିଲା ସାରା ରାତି

By

Published : Jul 30, 2022, 10:53 PM IST

Updated : Jul 31, 2022, 7:14 AM IST

ବେଙ୍ଗାଲୁରୁ:ପ୍ରେମିକାକୁ ଗିଫ୍ଟ ଦେବା ପାଇଁ ଦାମି ମୋବାଇଲ ଚୋରାଇବାକୁ ଯାଇ ସୋରୁମର ମହିଳା ଶୌଚାଳୟରେ ସାରା ରାତି ଲୁଚିଲା ପ୍ରମିକ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁ ସହରରେ । ସୋରୁମରୁ ଲକ୍ଷାଧିକ ଟଙ୍କାର ୬ଟି ଦାମି ମୋବାଇଲ ଚୋରି କରି ରାତି ସାରା ମହିଳା ଶୌଚାଳୟରେ ଲୁଚିଥିବା ଅବଦୁଲ୍ଲ ମୁନାଫ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି ବେଙ୍ଗାଲୁରର ଜେପି ନଗର ଥାନା ପୋଲିସ । ତେବେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସାରା ରାତି ଶୌଚାଳୟରେ ଲୁଚିଥିବା ଅବଦୁଲ୍ଲର ଚୋରି ସମୟର ସମସ୍ତ କାରନାମା କିନ୍ତୁ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ପ୍ରମିକାକୁ ମୋବାଇଲ ଗିଫ୍ଟ ପାଇଁ ଚୋରିର ନୂଆ ଫଣ୍ଡା ଆପଣାଇଲା ପ୍ରେମିକ, ମହିଳା ଶୌଚାଳୟରେ କଟିଲା ସାରା ରାତି

ମିଳିଥିବା ସୂଚନା ଅନୁସାରେ, ଜୁଲାଇ ୨୦ ରେ ଘଟିଥିଲା ଏହି ଘଟାଣା । ରାତି ପ୍ରାୟ ୮.୩୦ ରେ ସହରର ଏକ ବଡ ଇଲୋକ୍ଟ୍ରୋନିକ୍ସ ସୋରୁମରେ ପଶିଥିଲା ଅଭିଯୁକ୍ତ । ତେବେ ଚୋରି କରିବା ପାଇଁ ସେ ସୋରୁମ ବନ୍ଦ ହେବା ଯାଏ ଲୁଚିବା ଉଦ୍ଦେଶ୍ୟରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ଲୁଚିଯାଇଥିଲା । ବିଳମ୍ବିତ ରାତିରେ ସୋରୁମର ସମସ୍ତ ଷ୍ଟାଫ ଚାଲିଯିବା ସହ ସୋରୁମ ବନ୍ଦ ମଧ୍ୟ କରାଯାଇଥିଲା । ପରେ ଅଭିଯୁକ୍ତ ଶୌଚାଳୟରୁ ବାହାରି ସୋରୁମ ଭିତରେ ମୋବାଇଲ ଚୋରି ଆରମ୍ଭ କରିଥିଲା । ତେବେ ତାର ଅଜଣାତରେ ଏହି ସବୁ କାରନାମା ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଛି ।

ଚୋରି କରିବା ପରେ ସେଠାରୁ ପ୍ରାୟ ୫ ଲକ୍ଷ ଟଙ୍କାର ୬ ମୋବାଇଲ ଫୋନ ଧରି ଚମ୍ପଟ ମାରିବାରେ ସଫଳ ହୋଇଥିବା ଅଭିଯୁକ୍ତକୁ ସିସିଟିଭି ଫୁଟେଜ ଆଧାରରେ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏକ ମାମଲା ରୁଜୁ କରି ପୋଲିସ ପ୍ରାଥମିକ ତଦନ୍ତରୁ ଏହା ପ୍ରେମ ବ୍ୟାପାର କାରଣରୁ ହୋଇଥିବା ଜାଣିବାକୁ ପାଇଛି । ପ୍ରେମିକା ପାଇଁ ଦାମି ମୋବାଇଲ ଉପହାର ସକାଶେ ପ୍ରେମିକ ଅଭିଯୁକ୍ତଜଣଙ୍କ ଏପରି କାରନାମା କରିବା ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 31, 2022, 7:14 AM IST

ABOUT THE AUTHOR

...view details