ଓଡିଶା

odisha

ETV Bharat / bharat

କଥା ହେବାକୁ ମନା କରିଦେଲା ପ୍ରେମିକା, ସ୍କ୍ରୁ ଡାଇଭର୍‌ରେ ୫୧ଥର ଭୁସି ହତ୍ୟା କଲା ପ୍ରେମିକ

ପ୍ରେମିକ ସହ କଥା ହେବାକୁ ମନା କରିଦେଲା ପ୍ରେମିକ । ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକାକୁ ସ୍କ୍ରୁ ଡାଇଭର୍‌ରେ ୫୧ଥର ଭୁସି ହତ୍ୟା କରିଲା ଜହ୍ଲାଦ ପ୍ରେମିକ । ଜାଣନ୍ତୁ କେଉଁଠି ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା ।

Man stabs woman 51 times with screwdriver
ଯୁବତୀଙ୍କୁ ସ୍କ୍ରୁ ଡାଇଭର୍‌ ଭୁଷି ହତ୍ୟା

By

Published : Dec 28, 2022, 8:20 AM IST

ରାୟପୁର:ସୀମା ଟପିଲା ନୃଶଂସତା, ଅମାନବୀୟତା ଏବଂ ପାଶବିକତା । କଥା ନହେବାରୁ ବାନ୍ଧବୀକୁ ନିର୍ମମ ଭାବେ ହତ୍ୟା କରିଲା ଜହ୍ଲାଦ ପ୍ରେମିକ । ଯୁବତୀଙ୍କ ମୁହଁକୁ ବନ୍ଦ କରି ଯୁବକ ଜଣଙ୍କ ତାଙ୍କୁ ଗୋଟିଏ ସ୍କ୍ରୁ ଡାଇଭର୍‌ରେ ୫୧ଥର ଭୁସି ହତ୍ୟା କରିଛି(Man Stabs Woman 51 Times with Screwdriver) । ଛତିଶଗଡରୁ ଏଭଳି ଲୋମହର୍ଷଣକାରୀ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି ।

କଥା ନହେବାରୁ କ୍ରୋଧାନ୍ୱିତ ହୋଇ ଜଣେ ଯୁବତୀକୁ ସ୍କ୍ରୁ ଡାଇଭର୍‌ରେ ୫୧ଥର ଭୁସି ହତ୍ୟା କରିଛି ଜଣେ ଯୁବକ । ଗତ ୨୪ ତାରିଖରେ ସାଉଥ୍ ଇଷ୍ଟର୍ଣ୍ଣ କୋଇଲଫିଲ୍ଡସ୍ ଲିମିଟେଡ୍ ନିକଟରେ ରହିଥିବା ପମ୍ପ ହାଉସ କଲୋନୀରେ ଘଟିଛି ଏଭଳି ଛାତିଥରା ଘଟଣା । ଏନେଇ କୋର୍ବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ଯୁବତୀଙ୍କ ନାମ ନିଲକୁସୁମ ପନ୍ନା ବୋଲି ଜଣା ପଡ଼ିଛି ।

ପୋଲିସର କହିବା ଅନୁସାରେ, "ନିଲକୁସୁମ ଘରେ ଏକୁଟିଆ ଥିବାର ଖବର ପାଇ ପ୍ରେମିକ ଶାହବାଜ ଖାନ ତାଙ୍କ ଘରକୁ ଯାଇଥିଲା । ଏହାପରେ କୁସୁମକୁ ଆକ୍ରମଣ କରିଥିଲା । ସେ ଚିତ୍କାର କରିବାରୁ ତାଙ୍କ ମୁହଁକୁ ପ୍ରଥମେ ଏକ ତକିଆ ଦ୍ୱାରା ଚାପି ଧରିଥିଲେ। ଏହାପରେ ସ୍କ୍ରୁ ଡାଇଭରରେ ୫୧ ଥର ଆକ୍ରମଣ କରି ହତ୍ୟା କରିଥିଲା । ଘଟଣାର କିଛି ସମୟ ପରେ କୁସୁମଙ୍କ ଭାଇ ଘରକୁ ଆସିଥିଲେ । ଘରେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।"

ତେବେ ଜହ୍ଲାଦ ପ୍ରେମିକ ଜଣକ ଜଶିପୁର ଜିଲ୍ଲାରେ ରହୁଥିବା ବେଳେ ସେ ବସ କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିଲେ । ସେହି ବସରେ କୁସୁମ ଯିବା ଆସିବା କରିବା ବେଳ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଏହାପରେ ବନ୍ଧୁତା ପ୍ରେମର ରୂପ ନେଇଥିଲା । ଉଭୟଙ୍କ ମଧ୍ୟରେ ୩ ବର୍ଷ ତଳୁ ସମ୍ପର୍କ ଗଢି ଉଠିଥିବା ନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ : ବୋରଓ୍ବେଲରେ ଯିବନି ପିଲାଙ୍କ ଜୀବନ, ଉଦ୍ଧାର କରିବ ରୋବୋର୍ଟ ରେସ୍କ୍ୟୁଅର !

ଗତ କିଛି ଦିନ ପୂର୍ବରୁ ଅଭିଯୁକ୍ତ ଜଣକ କାମ କରିବା ପାଇଁ ଉତ୍ତରପ୍ରଦେଶ ଛାଡି ଗୁଜୁରାଟର ଅହମ୍ମଦାବାଦ ଚାଲି ଯାଇଥିଲେ । ତେବେ ଉଭୟଙ୍କ ମଧ୍ୟରେ ଫୋନରେ ବାର୍ତ୍ତାଳାପ ହେଉଥିଲା । କିନ୍ତୁ ଯୁବତୀଜଣକ ହଠାତ ଯୁବକଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେଇଥିଲେ । ଏହାକୁ ନେଇ ଅଭିଯୁକ୍ତ ଜଣକ ଯୁବତୀଙ୍କ ପରିବାର ଲୋକଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲା । ତେବେ ପୋଲିସ ତଦନ୍ତ କରିବା ସମୟରେ ଘଟଣାସ୍ଥଳରୁ ଏକ ବସ୍‌ ଟିକେଟ ପାଇଛି । ଏହାସହ ଅହମ୍ମଦାବାଦଠାରୁ ରାୟପୁରକୁ ୨୨ ତାରିଖର ଏକ ଫ୍ଲାଇଟ ଟିକେଟ ମଧ୍ୟ ପାଇଥିଲା । ତେବେ ଅଭିଯୁକ୍ତ ଜଣକ କାହିଁକି ଘଟଣାସ୍ଥଳରେ ଏଭଳି ପ୍ରମାଣ ଛାଡିଥିଲା, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏନେଇ ଅତିରିକ୍ତ ଏସପି ଅଭିଷେକ ବର୍ମା କହିଛନ୍ତି," ଘଟଣା ଉପରୁ ପରଦା ଉଠାଇବା ପାଇଁ ୪ଟି ଟିମ୍‌ ଗଠନ କରାଯାଇଛି । ଘଟଣାସ୍ଥଳରୁ ଅସ୍ତ୍ର, ଟିକେଟ ଜବତ କରିବା ସହ ତଦନ୍ତ ଆରମ୍ଭ ହୋଇଛି । ଖୁବଶୀଘ୍ର ସତ ସାମ୍ନାକୁ ଆସିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details