ଓଡିଶା

odisha

ETV Bharat / bharat

ଚାଖଣାକୁ ନେଇ ଗଣ୍ଡଗୋଳ, ଛୁରାମାଡ଼ରେ ଯୁବକ ମୃତ - ଛୁରାମାଡ଼ରେ ଯୁବକ ମୃତ

ଦିଲ୍ଲୀରେ ଚାଖଣାକୁ କେନ୍ଦ୍ର କରି ଗଣ୍ଡଗୋଳ। ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ

Etv Bharat
Etv Bharat

By

Published : May 7, 2023, 10:34 PM IST

ନୂଆଦିଲ୍ଲୀ:ମଦ୍ୟପାନ କରୁଥିବା ବେଳେ ଚାଖଣାକୁ ନେଇ 4 ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ। ଫଳରେ ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ଚାଖଣା ନଆଣିବାରୁ ଜଣେ ଯୁବକଙ୍କୁ ଚାପୁଡା ମାରିଥିଲେ। ଏହାପରେ ଉପୁଜିଥିଲା ବିବାଦ। ଏଭଳି ଘଟଣା ଦିଲ୍ଲୀ ଉପକଣ୍ଠ ମଙ୍ଗୋଲପୁରି ଅଞ୍ଚଳରେ ଦେଖିବାକୁ ମିଳିଛି। ପୋଲିସ ଜଣେ ନାବାଳକ ଅଭିଯୁକ୍ତଙ୍କ ସମେତ ମୋଟ 3 ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ମୃତ ଯୁବକ ଜିତେନ୍ଦ୍ର (28) ଓ ତାଙ୍କର କିଛି ବନ୍ଧୁ ଏକାଠି ବସି ମଦ୍ୟପାନ କରୁଥିଲେ। ଏହି ସମୟରେ ଯେତେବେଳେ ଜଣେ ଯୁବକ ଚାଖଣା ଆଣିବାକୁ ମନା କରିଥିଲା, ଏହାପରେ ସେ ତାକୁ ଚାପୁଡା ମାରିଥିଲେ। ଏହାପରେ ଉକ୍ତ ଯୁବକ ଜଣକ କ୍ରୋଧିତ ହୋଇ ଜିତେନ୍ଦ୍ରଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ପୋଲିସର କହିବା ଅନୁସାରେ ରବିବାର ସକାଳ ପ୍ରାୟ 6.14ରେ ଫୋନ ଯୋଗେ ସୂଚନା ମିଳିଥିଲା। ପୋଲିସ ପହଞ୍ଚିବା ବେଳକୁ ଜିତେନ୍ଦ୍ର ଲହୁଲୁହାଣ ହୋଇ ପଡ଼ିଥିଲେ। ଏହାପରେ ପୋଲିସ ଜିତେନ୍ଦ୍ରଙ୍କୁ ସଞ୍ଜୟ ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରିଥିଲା।

ଏହା ବି ପଢନ୍ତୁ- Man Kills Wife: ସ୍ତ୍ରୀକୁ ହାଣି ଅଖାରେ ପୁରାଇ ସ୍ବାମୀ ଫେରାର

ଏହାପରେ ହସ୍ପିଟାଲ ଡାକ୍ତର ଜିତେନ୍ଦ୍ରଙ୍କୁ କୌଣସି ଘରୋଇ ହସ୍ପିଟାଲ ନେବାକୁ ପରାମର୍ଶ ଦେଇଥିଲେ। ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିବା ବେଳେ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପୋଲିସ 307 ଧାରା ଅନୁସାରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ପୋଲିସ 3 ଅଭିଯୁକ୍ତଙ୍କୁ ଗିରଫ କରିଛି । ତଦନ୍ତ ସମୟରେ ପୋଲିସ ଅନେକ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ଏହି ସମୟରେ ଜିତେନ୍ଦ୍ରଙ୍କ ସହିତ 4ଜଣଙ୍କୁ ପୋଲିସ ଦେଖିଥିଲା ।

ଏହା ବି ପଢନ୍ତୁ- ବସ ହକରଙ୍କୁ ଖଣ୍ଡାରେ ହାଣି ହତ୍ୟା, ପୋଲିସର ତଦନ୍ତ ଜାରି

ଏହି ସିସିଟିଭି ଫୁଟେଜରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରି ପୋଲିସ ତାଙ୍କୁ ଗିରଫ କରିଛି । ଏହି ଅଭିଯୁକ୍ତଙ୍କ ନାମ ଜତିନ, ମୋହିତ ଓ ଅନ୍ୟ ଜଣେ ନାବାଳକ ଥିବା ଜଣାପଡ଼ିଛି । ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ସମୟରେ ଜିତେନ୍ଦ୍ରର ମୃତ୍ୟୁ ଖବର ପୋଲିସକୁ ମିଳିଥିଲା । ଏହାପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତୀବ୍ର କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା କହିଛି । ମୃତ ଯୁବକ ଜିତେନ୍ଦ୍ର ଦିଲ୍ଲୀ ବାସିନ୍ଦା ହୋଇଥିବା ବେଳେ ସେ ଉତ୍ତରପ୍ରଦେଶରେ ଡ୍ରାଇଭର ଭାବେ କାମ କରୁଥିବା ଜଣାପଡ଼ିଛି । ତେବେ ଜିତେନ୍ଦ୍ରଙ୍କ ମୃତ୍ୟୁ ପରେ ପରିବାରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ABOUT THE AUTHOR

...view details