ଓଡିଶା

odisha

ETV Bharat / bharat

ଟ୍ରେନରେ ସଙ୍ଗୀତର ମୁର୍ଚ୍ଛନା, ମ୍ୟୁଜିକ କନସର୍ଟ ମାଧ୍ୟମରେ ଯାତ୍ରୀଙ୍କୁ ଖୁସି କରୁଛନ୍ତି ବିଜୟ - ଟ୍ରେନରେ ସଙ୍ଗୀତ ପରିବେଷଣ

ଟ୍ରେନରେ ସଙ୍ଗୀତ ପରିବେଷଣ କରି ଯାତ୍ରୀଙ୍କୁ ଖୁସି କରୁଛନ୍ତି 72 ବର୍ଷିୟ ବିଜୟ ଆଶର। ଗତ 40 ବର୍ଷ କରି ଟ୍ରେନରେ କରି ଚାଲିଛନ୍ତି ସଙ୍ଗୀତତ ଗାନ। ଅଧିକ ପଢନ୍ତୁ

suburban local train
suburban local train

By

Published : Feb 9, 2023, 5:23 PM IST

ଟ୍ରେନରେ ସଙ୍ଗୀତର ମୁର୍ଚ୍ଛନା

ମୁମ୍ବାଇ: ସୁବରବନ ଲୋକାନ ଟ୍ରେନ । ଯାହା ମୁମ୍ବାଇର ଚର୍ଚ୍ଚଗେଟ୍ ରେଳ ଷ୍ଟେସନରୁ ଗତକାଲି ସନ୍ଧ୍ୟା 6ଟା 41 ମିନିଟରେ ବାହାରିଥିଲା । ସନ୍ଧ୍ୟା ସମୟରେ ଏହି ଟ୍ରେନରେ ଯାତ୍ରୀଙ୍କ ପ୍ରବଳ ଭିଡ ଜମିଥାଏ । କିଛି ଯାତ୍ରୀ ମେରାଇନ ଲାଇନ୍ସ ରେଳ ଷ୍ଟେସନରେ ଚଢିବା ପରେ ଆରମ୍ଭ ହୁଏ ଟ୍ରେନ ମଧ୍ୟରେ ସଙ୍ଗୀତର ମୁର୍ଚ୍ଛନା । ଗୀତିକାର କିଶୋର କୁମାରଙ୍କ ସଙ୍ଗୀତରେ ବିମୋହିତ ହୋଇଥାନ୍ତି ଯାତ୍ରୀ । ଯାହା ଥକା ହୋଇ ଆସିଥିବା ଯାତ୍ରୀଙ୍କ ମୁହଁରେ ହସ ଫୁଟାଇଥାଏ । ପ୍ରତ୍ୟେକ ବୁଧବାର ଓ ଶନିବାର ଟ୍ରେନ୍‌ ମଧ୍ୟରେ ସ୍ବତନ୍ତ୍ର ମ୍ୟୁଜିକ କନସର୍ଟ ହୋଇଥାଏ । ବିଜୟ ଆଶର ନାମକ ଜଣେ ବ୍ୟକ୍ତି ଟ୍ରେନ୍‌ରେ ସଙ୍ଗୀତ ପରିବେଷଣ କରିଥାଆନ୍ତି।

କିଏ ଏହି ବିଜୟ ଆଶର ?: ବିଜୟ ଆଶର ଏବଂ ତାଙ୍କ ସାଥୀ ଯାତ୍ରୀମାନେ ମେରାଇନ୍ ଲାଇନ୍ସ ରେଳ ଷ୍ଟେସନରେ ଟ୍ରେନରେ ଗତକାଲି ସନ୍ଧ୍ୟାରେ ଚଢିଥିଲେ। ପ୍ରତ୍ୟେକ ବୁଧବାର ଏବଂ ଶନିବାର ଦିନ ବିଜୟ ଆଶର ମୁମ୍ବାଇର ଏହି ଲୋକାଲ ଟ୍ରେନରେ ଯାତ୍ରା କରି ତାଙ୍କ ସୁମଧୁର କଣ୍ଠରେ ସଙ୍ଗୀତ ପରିବେଷଣ କରନ୍ତି । ବିଜୟ ଆଶର ମୀରା ରୋଡରେ ରୁହନ୍ତି । ତାଙ୍କ ବୟସ 72 ବର୍ଷ ହୋଇଥିବା ବେଳେ ସେ ଏକ ସିପିଂ କମ୍ପାନୀରେ କାମ କରନ୍ତି । ସେ ଗତ 40 ବର୍ଷ ଧରି ଟ୍ରେନରେ ଯାତ୍ରା କରୁଥିବା ବେଳେ ସଙ୍ଗୀତ ଗାନ କରିଥାଆନ୍ତି । ଯାହାର ଉଦ୍ଦେଶ୍ୟ କେବଳ ଭିଡ଼ ଭିତରେ ଯାତ୍ରୀଙ୍କ ମନୋରଞ୍ଜନ କରିବା ।

ଏନେଇ ବିଜୟ ଆଶର କହିଛନ୍ତି, "ପ୍ରତ୍ୟେକ ବୁଧବାର ଓ ଶନିବାର ମୁଁ ଟ୍ରେନରେ କିଶୋର କୁମାର ଓ ବହୁ ପୁରୁଣା ଗୀତ ଗାନ କରିଥାଏ। ଯାହା ଆଜିର ଯୁବପୀଢୀଙ୍କୁ ଜଣା ମଧ୍ୟ ନଥିବ । ପୁରୁଣା ଗୀତକୁ ମୁଁ ଟ୍ରେନରେ ଗାନ କରିବା ପରେ ଯାତ୍ରୀମାନେ ବହୁତ ଖୁସି ହୁଅନ୍ତି । ପୁରୁଣା ଚଳଚ୍ଚିତ୍ରର ସଙ୍ଗୀତକୁ ଜୀବନ୍ତ ରଖିବା ମୋର ଲକ୍ଷ୍ୟ । ଯାତ୍ରୀମାନେ ମଧ୍ୟ ବେଶ ଖୁସି ହୁଅନ୍ତି ପୁରୁଣା ଗୀତ ଶୁଣିବା ପରେ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଦୀର୍ଘ 40 ବର୍ଷ ହେଲା ମୁଁ ଟ୍ରେନ୍‌ରେ ଗୀତ ଗାଉଛି । କିନ୍ତୁ ଲୋଲଙ୍କୁ ଏହା ପସନ୍ଦ ଆସିବାରୁ ସମସ୍ତେ ଟଙ୍କା ଆଦାୟ କରି ଉପହାର ଆକାରରେ ମୋତେ ସ୍ପିକର ଦେଇଥିଲେ । ଏହାପରେ ଶନିବାର ଓ ବୁଧବାର କନସର୍ଟ ହୋଇଥାଏ । ସ୍ପିକର ମାଧ୍ୟମରେ ଗୀତ ଶୁଣି ଯାତ୍ରୀ ଖୁସି ହୋଇଥାଆନ୍ତି । ମୋତେ ମଧ୍ୟ ଏହା ବହୁତ ଆନନ୍ଦ ପ୍ରଦାନ କରିଥାଏ ।"

ଏନେଇ ଟ୍ରେନର ଜଣେ ଯାତ୍ରୀ କହିଛନ୍ତି ଯେ, ଆମେ ପ୍ରତ୍ୟେକ ବୁଧବାର ଓ ଶନିବାର ଦିନକୁ ଅପେକ୍ଷା କରିଥାଉ । ସଙ୍ଗୀତ ଶୁଣିଶୁଣି କେତବେଳେ ଯାତ୍ରା ଶେଷ ହୋଇଯାଏ ତାହା ମଧ୍ୟ ଜଣାପଡେ ନାହିଁ । ସମସ୍ତ ଯାତ୍ରୀ ବିଜୟଙ୍କ କଣ୍ଠରୁ ସଙ୍ଗୀତ ଶୁଣିବାକୁ ସପ୍ତାହର ଦୁଇ ଦିନକୁ ଅପେକ୍ଷା କରିଥାନ୍ତି । ଯାହା ବେଶ ମନ ମୁଗ୍ଧକର ।

ABOUT THE AUTHOR

...view details