ଭୋପାଳ: ପଡୋଶୀଙ୍କ ପୋଷା କୁକୁରକୁ ଗୁଳି କରି ହତ୍ୟା କରିବା ଜଣେ ବ୍ୟକ୍ତିଙ୍କୁ ପଡିଲା ମହଙ୍ଗା । ଶେଷରେ ବନ୍ଧା ହେଲେ ବ୍ୟକ୍ତି ଜଣଙ୍କ । ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ବ୍ୟକ୍ତି ଏଭଳି କାଣ୍ଡ ଭିଆଇଥିବା ବେଳେ ଅଭିଯୋଗ ପରେ ବ୍ୟକ୍ତି ଜଣଙ୍କୁ ପୋଲିସ ଗିରଫ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ଇନ୍ଦୋରର ସୁଦାମା ନାଗରରେ ରହୁଥିବା ଭିଶ୍ବଭାୟା ନାମକ ବ୍ୟକ୍ତିଙ୍କ ପତ୍ନୀଙ୍କୁ କୁକୁରଟି କାମୁଡି ଦେବାରୁ ଏଥିରେ ଉତକ୍ଷିପ୍ତ ହୋଇଯାଇ ବ୍ୟକ୍ତି ଜଣଙ୍କ ଏକ ଲାଇସେନ୍ସ ପ୍ରାପ୍ତ ରାଇଫଲରେ କୁକୁରଟିକୁ ଗୁଳି କରି ହତ୍ୟା କରିଥିଲେ ।