ଓଡିଶା

odisha

ETV Bharat / bharat

ନୃଶଂସ ସ୍ବାମୀ: ସ୍ତ୍ରୀକୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ପୁରାଇଦେଲା ପ୍ଲାଷ୍ଟିକ ସାମଗ୍ରୀ - ମହାରାଷ୍ଟ୍ରରେ ସ୍ତ୍ରୀକୁ ସ୍ବାମୀର ଦୁଷ୍କର୍ମ

ମଦ୍ୟପାନ କରି ସ୍ତ୍ରୀ ସହ ବର୍ବରତା । ପିଲାମାନଙ୍କ ସମ୍ମୁଖରେ ସ୍ତ୍ରୀକୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ପ୍ଲାଷ୍ଟିକ ସାମଗ୍ରୀ ପୁରାଇଦେଲା ମଦ୍ୟପ ସ୍ବାମୀ (Man rapes his wife in Maharashtra) । ହସ୍ପିଟାଲରୁ ଖବର ପାଇ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ନୃଶଂସ ସ୍ବାମୀ: ସ୍ତ୍ରୀକୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ପୁରାଇଦେଲା ପ୍ଲାଷ୍ଟିକ ପାଇପ
ନୃଶଂସ ସ୍ବାମୀ: ସ୍ତ୍ରୀକୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ପୁରାଇଦେଲା ପ୍ଲାଷ୍ଟିକ ସାମଗ୍ରୀ

By

Published : Dec 6, 2022, 8:54 PM IST

ହାଇଦ୍ରାବାଦ:ସ୍ତ୍ରୀକୁ ସ୍ବାମୀର ଦୁଷ୍କର୍ମ । କେବଳ ଦୁଷ୍କର୍ମ ନୁହେଁ ବରଂ ମଦ୍ୟପାନ କରି ବର୍ବରତାର ସବୁ ସୀମା ଟପିଗଲା ସ୍ବାମୀ । 4 ସନ୍ତାନଙ୍କ ସମ୍ମୁଖରେ ଦୁଷ୍କର୍ମ କରିବା ପରେ ସ୍ତ୍ରୀ ଗୁପ୍ତାଙ୍ଗରେ ଏକ ପ୍ଲାଟିକ ସାମଗ୍ରୀ ପୁରାଇଦେଲା (husband put plastic into wife private part)। ଜଣେ ମଦ୍ୟପ ସ୍ବାମୀର ଏପରି ନୃଶଂସ କାଣ୍ଡ ଦେଖିବାକୁ ମିଳିଛି ମୁମ୍ବାଇ ମୁଲୁଣ୍ଡ ପୋଲିସ ଷ୍ଟେସନ ଅଞ୍ଚଳରେ । ଏପରି କାଣ୍ଡ ଭିଆଇଥିବା 40 ବର୍ଷୀୟ ଅଭିଯୁକ୍ତ ସ୍ବାମୀକୁ ପୋଲିସ ଗିରଫ ମଧ୍ୟ କରିଛି ।

ଅସହ୍ୟ ଯନ୍ତ୍ରଣାରେ ସମ୍ପୃକ୍ତ 35 ବର୍ଷୀୟା ମହିଳା ଏକ ଘରୋଇ ହସ୍ପିଟାଲରେ (MT Aggarwal Hospital) ଭର୍ତ୍ତି ହୋଇଥିଲେ । ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର ଏସମ୍ପର୍କରେ ଜାଣିବା ପରେ ପୋଲିସକୁ ସୂଚନା ପ୍ରଦାନ କରିଥିଲେ । ଡାକ୍ତରଙ୍କ ସୂଚନା କ୍ରମେ ପୋଲିସ ହସ୍ପିଟାଲରେ ପହଞ୍ଚିଥିଲା । ସମ୍ପୃକ୍ତ ମହିଳାଙ୍କ ବୟାନ ରେକର୍ଡ କରିବା ସହ ଅଭିଯୁକ୍ତ ସ୍ବାମୀକୁ ମଧ୍ୟ ଗିରଫ କରିଛି ପୋଲିସ । ଅଭିଯୁକ୍ତ ବିରୋଧରେ ଆଇପିସିର ଧାରା 326, 354(B),354, 506 (2), 376, 377 ରେ ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details