ଓଡିଶା

odisha

ଉତ୍ତରାଖଣ୍ଡରେ ଲଜ୍ଜା, ଅଢେଇ ବର୍ଷୀୟ ଶିଶୁକୁ ଦୁଷ୍କର୍ମ

By

Published : Nov 27, 2022, 11:22 AM IST

ଅଢେଇ ବର୍ଷୀୟ ଶିଶୁକୁ ଦୁଷ୍କର୍ମ। ଉତ୍ତରାଖଣ୍ଡର କୋଟାବାଗରେ ଅଢେଇ ବର୍ଷୀୟ ଶିଶୁକୁ ଜଣେ ଶ୍ରମିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଧିକ ପଢ଼ନ୍ତୁ

man raped a girl child in uttarakhand
ଉତ୍ତରାଖଣ୍ଡରେ ଲଜ୍ଜା, ଅଢେଇ ବର୍ଷୀୟ ଶିଶୁକୁ ଦୁଷ୍କର୍ମ

ଡେରାଡୁନ:ଉତ୍ତରାଖଣ୍ଡର କାଲାଡୁଙ୍ଗି ଥାନା ଅନ୍ତର୍ଗତ କୋଟାବାଗରେ ଚାଞ୍ଚଲ୍ୟ । ଅଢେଇ ବର୍ଷର ଶିଶୁକୁ ଜଣେ ଶ୍ରମିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି । ଦୁଷ୍କର୍ମର ଶିକାର ହୋଇଥିବା ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାବେଳେ ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି ।

କାଲାଡୁଙ୍ଗି ଥାନା ଅଧିକାରୀ ସୂଚନା ଅନୁଯାୟୀ, ଅଢେଇ ବର୍ଷର ଶିଶୁଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହୋଇଛି । କୋଟାବାଗ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ମଧ୍ୟ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ କୋଟାବାଗରେ ଏକ ରିସୋର୍ଟ ନିର୍ମାଣ କାର୍ଯ୍ୟ ଚାଲିଛି । ଏଠାରେ ବିହାର କାଟିହର ଜିଲ୍ଲାର ଏକ ପରିବାର ଶ୍ରମିକ ଭାବେ କାମ କରୁଛନ୍ତି । ଗତ ଶୁକ୍ରବାର ସ୍ବାମୀ,ସ୍ତ୍ରୀ କାମ କରିବାକୁ ଯାଇଥିବାବେଳେ ସେଠାରେ କାମ କରୁଥିବା ଅନ୍ୟ ଜଣେ ଶ୍ରମିକ ସେମାନଙ୍କ ଘରେ ପ୍ରବେଶ କରିଥିଲା ଏବଂ ଶିଶୁକୁ ଏକୁଟିଆ ଦେଖି ଦୁଷ୍କର୍ମ ଘଟାଇଥିଲା । କିଛି ସମୟ ପରେ ଶିଶୁର ମାଆ ଘରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏହାପରେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଶିଶୁଟିର ପିଠିରେ ଚିହ୍ନ ଦେଖିବାକୁ ମିଳିଥିଲା । ତେଣୁ କେହି ଦୁଷ୍କର୍ମ କରିଥିବା ଜାଣିବାକୁ ପାଇଲେ ।

ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମାମଲାକୁ ଗୁରୁତର ସହକାରେ ନେଇ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଥାନା ଅଧିକାରୀ କହିଛନ୍ତି, "ଗିରଫ ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗର ବାସିନ୍ଦା ହୋଇଥିବାବେଳେ ବୟସ ପ୍ରାୟ 42 ହେବ । ପୀଡ଼ିତା ଶିଶୁର ମାତାପିତାଙ୍କ ସହ ସେ ମଧ୍ୟ ଶ୍ରମିକ ଭାବେ କାମ କରୁଥିଲା ।" ପୋକ୍ସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details