ରାୟପୁର:ପ୍ରେମିକାର ମୃତଦେହ ସହ ରହୁଥିଲା ପ୍ରେମିକ । ଘରୁ ଦୁର୍ଗନ୍ଧ ବାହାରିବା ପରେ ପଦାକୁ ଆସିଲା ଘଟଣା । ଛତିଶଗଡର ରାଜଧାନୀ ରାୟପୁରରୁ ଏଭଳି ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ପ୍ରେମିକର କହିବା ଅନୁସାରେ, ତା'ର ପ୍ରେମିକା ଘରେ ଜୀବନ ହାରି ଦେଇଥିଲେ । କାଳେ ପୋଲିସ ତାକୁ ଗିରଫ କରିନେବ ସେହି ଭୟରେ ସେ ମୃତଦେହ ସହ ଏକାକୀ ରହୁଥିଲେ । କେବଳ ଖାଇବାକୁ ବାହାରକୁ ଯାଉଥିଲେ । ପୋଲିସ ଭୟରେ ସେ ଏ ବିଷୟରେ କାହାରିକୁ ଜଣାଇ ନଥିଲେ । ଏହି ଘଟଣା ଜଣାପଡିବା ପରେ ପୋଲିସ ଭଡାଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ନୁହେଁ ବରଂ ହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି ।
କ'ଣ ପୁରା ଘଟଣା: ରାୟପୁର ସହରର ଲାଲପୁର ଅଞ୍ଚଳରେ ଏହି ଘଟଣା ଘଟିଛି । ଏଠାରେ ଗୋଟିଏ ଭଡା ଘରେ ମହାସମୁନ୍ଦ ନିବାସୀ ବସନ୍ତୀ ଯାଦବ ତିଲଦା ଅଞ୍ଚଳର ଗୋପୀ ନିଷାଦଙ୍କ ସହ ଲିଭ୍ ଇନ ରିଲେସନରେ ରହୁଥିଲେ । ଦୁହେଁ ଏମଏମଆଇ ହସ୍ପିଟାଲରେ ୱାର୍ଡ ବୟ ଭାବେ କାମ କରୁଥିଲେ । ସେମାନେ ପରସ୍ପରକୁ ବିବାହ କରିବାକୁ ଚାହୁଁଥିଲେ । ହେଲେ ଦୁହିଁଙ୍କ ମଧ୍ୟରେ ଝଗଡା ହେବାରୁ ତିନି ଦିନ ପୂର୍ବରୁ ବସନ୍ତୀ ଭଡା ଘରେ ଝୁଲି ପଡିଥିଲେ । ପ୍ରେମିକାର ଆତ୍ମହତ୍ୟା ଜନିତ ମୃତ୍ୟୁ ପରେ ପ୍ରେମିକ ଗୋପୀ ମୃତଦେହକୁ ତଳକୁ ଆଣି ତା' ସହିତ ରହିବାକୁ ଲାଗିଥିଲା । କେବଳ ଯାହା ଖାଇବା ସମୟରେ ବାହାରକୁ ଯାଉଥିଲା ।