ଚଣ୍ଡିଗଡ:ଦୁଇ ବନ୍ଧୁ ଚିୟସ୍ କରି ପିଉଥିଲେ ମଦ । ପେଗ ପରେ ପେଗ ମାରି ଚାଲିଥିଲେ । କିନ୍ତୁ ଆଉ ଗୋଟିଏ ପେଗ ଦେବାକୁ ବନ୍ଧୁକୁ ମନା କରିଦେଲା ବନ୍ଧୁ । ଜଣଙ୍କୁ ଅନ୍ୟ ଜଣେ 50 ଟଙ୍କା ମାଗିବାରୁ ସାଙ୍ଗ ସାଜିଲା ବଇରି । ବନ୍ଧୁର ଜୀବନ ନେବାକୁ ପଛାଇଲା ନାହିଁ ଅନ୍ୟ ଜଣେ ବନ୍ଧୁ । ବାଡିରେ ପିଟି ପିଟି ବନ୍ଧୁର ଜୀବନ ନେଲା ବନ୍ଧୁ । ଏଭଳି ହତ୍ୟାକାଣ୍ଡ ଘଟିଛି ପଞ୍ଜାବର ଖାନ୍ନା ଜିଲ୍ଲାର ସମରାଲା ଧିଲୱାନ ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ବିହାରର ମୋତିହାରୀ ଜିଲ୍ଲାର ବାସିନ୍ଦା ଶିବନାଥ ମୁଖିଆ । ଏହି ଘଟଣାରେ ଅଭିଯୁକ୍ତ ଇରଜିତ ମୁଖିଆଙ୍କୁ ପୋଲିସ ଗିରଫ କରିଛି । ସେ ନେପାଳର ବାସିନ୍ଦା ହୋଇଥିବା ପୋଲିସ ସୂଚନା ଦେଇଛି ।
50 ଟଙ୍କା ପାଇଁ ବଚସା: ଏହି ଘଟଣାରେ ଡିଏସପି ୱାରିୟମ ସିଂ କହିଛନ୍ତି ଯେ, ଉଭୟ ଶିବନାଥ ମୁଖିଆ ଏବଂ ଇର୍ଜିତ ଧିଲୱାନ ଗ୍ରାମରେ କ୍ଷେତରେ କାମ କରୁଥିଲେ । ବୁଧବାର ବିଳମ୍ବିତ ରାତିରେ ଉଭୟ ମଦ ଆଣି ପିଇଥିଲେ । ମଦ ପିଇବା ସମୟରେ ଇରଜିତ୍ ଶିବନାଥଙ୍କୁ ଆଉ ଏକ ପେଗ ମାଗିଥିଲେ । କିନ୍ତୁ ଶିବନାଥ ପେଗ ଦେବାକୁ ମନା କରିଦେଇଥିଲେ । ଏହାପରେ ଇରଜିତ୍ ଶିବନାଥଙ୍କୁ 50 ଟଙ୍କା ମାଗିଥିଲେ । କିନ୍ତୁ ସେ ମନା କରିଦେବାରୁ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା ।