ନୂଆଦିଲ୍ଲୀ:ଉତ୍ତର ପୂର୍ବ ଦିଲ୍ଲୀରେ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଥିରେ ପତିପତ୍ନୀଙ୍କ ସମେତ ଦୁଇଜଣ ପିଲା ସାମିଲ ଅଛନ୍ତି । ଏହି ଘଟଣା ସ୍ଥାନୀୟ ମଟକା ଗଳି ଅଞ୍ଚଳରେ ଘଟିଛି । ଘଟଣାସ୍ଥଳରେ ଜାଫରାବାଦ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବ୍ୟବସାୟରେ କ୍ଷତି ପାଇଁ ପରିବାରର 3 ଜଣଙ୍କୁ ହତ୍ୟା କରି ବ୍ୟବୟାସୀଙ୍କ ଆତ୍ମହତ୍ୟା - ଦିଲ୍ଲୀରେ ବ୍ୟବସାୟୀଙ୍କ ଆତ୍ମହତ୍ୟା
ଉତ୍ତର ପୂର୍ବ ଦିଲ୍ଲୀରେ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଥିରେ ପତିପତ୍ନୀଙ୍କ ସମେତ ଦୁଇଜଣ ପିଲା ସାମିଲ ଅଛନ୍ତି । ଅଧିକ ପଢ଼ନ୍ତୁ
![ବ୍ୟବସାୟରେ କ୍ଷତି ପାଇଁ ପରିବାରର 3 ଜଣଙ୍କୁ ହତ୍ୟା କରି ବ୍ୟବୟାସୀଙ୍କ ଆତ୍ମହତ୍ୟା ବ୍ୟବସାୟରେ କ୍ଷତି, ପରିବାରକୁ ହତ୍ୟା କରି ବ୍ୟବୟାସୀଙ୍କ ଆତ୍ମହତ୍ୟା](https://etvbharatimages.akamaized.net/etvbharat/prod-images/768-512-15834831-thumbnail-3x2-suicide.jpg)
ଉତ୍ତର ପୂର୍ବ ଦିଲ୍ଲୀର ଜଣେ ଜିନ୍ସ କପଡ଼ା ବ୍ୟବସାୟୀଙ୍କ ଏହି ପରିବାର ବୋଲି ଜଣାପଡ଼ିଛି । ଜିନ୍ସ ବ୍ୟବସାୟୀ ପ୍ରଥମେ ପତ୍ନୀ ଓ ଛୁଆଙ୍କୁ କିଛି ନିଶା ଦ୍ରବ୍ୟ ଦେଇଥିଲେ । ଅଚେତ ହେବାପରେ ୩ଜଣଙ୍କୁ ଗୁଳି କରିଥିଲେ । ଏହାପରେ ନିଜକୁ ନିଜେ ଗୁଳିମାରି ଆତ୍ମହତ୍ୟା କରିଛନ୍ତି । ପ୍ରାଥମିକ ତଦନ୍ତରୁ ଏଭଳି ସୂଚନା ଦେଇଛି ଜାଫରାବାଦ ପୋଲିସ ।
ବ୍ୟବସାୟୀଙ୍କୁ ବ୍ୟବସାୟରେ ନାନା କ୍ଷତି ସହିବାକୁ ପଡ଼ୁଥିଲା । ଏଥିପାଇଁ ସେ ହତ୍ୟା ଓ ଆତ୍ମହତ୍ୟା ଭଳି ରାସ୍ତା ବାଛିନେଲେ ବୋଲି ପୋଲିସ ଆଶଙ୍କା କରୁଛି । ମୃତକ ରହୁଥିବା କୋଠାରେ ତାଙ୍କ ବାପା ମାଆ ଓ ଅନ୍ୟ ପରିବାର ସଦସ୍ୟ ମଧ୍ୟ ରହିଛନ୍ତି । ତେବେ ସେମାନେ ଏଭଳି ଏକ କାଣ୍ଡକୁ ନେଇ ଆଚମ୍ବିତ ହୋଇଛନ୍ତି । ତଦନ୍ତ ଶେଷ ହେବାପରେ ହିଁ ପ୍ରକୃତ ତଥ୍ୟ ପଦାକୁ ଆସିବ ପୋଲିସ ପକ୍ଷୁ ସୂଚନା ଦିଆଯାଇଛି ।