ବେଙ୍ଗାଲୁରୁ: ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଦୁଇବର୍ଷ ଧରି ପକ୍ଷାଘାତ ରୋଗରେ ପୀଡିତ ଥିବା ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ(Man kills paralysed wife in Bengaluru)। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ବେଙ୍ଗାଲୁରୁରେ । ଏନେଇ ଅଭିଯୋଗ ପରେ ସ୍ବାମୀକୁ ଗିରଫ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଗିରଫ ବ୍ୟକ୍ତି ଜଣକ ବେଙ୍ଗାଲୁରୁ ଉପକଣ୍ଠରେ ଥିବା ତୁରହଲୀର ନିବାସୀ ଶଙ୍କରାପ୍ପା (60) ବୋଲି ଜଣାପଡିଛି ।
ସେବା କରି ଅତିଷ୍ଠ ହେଲା ସ୍ବାମୀ, ପକ୍ଷାଘାତରେ ପୀଡିତ ପତ୍ନୀକୁ ପାଣିରେ ବୁଡାଇ ମାରିଦେଲା
ଦୁଇବର୍ଷ ଧରି ପକ୍ଷାଘାତ ରୋଗରେ ପୀଡିତ ଥିବା ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ(Man kills paralysed wife in Bengaluru)। ଅଧିକ ପଢନ୍ତୁ
ସୂଚନା ଅନୁଯାୟୀ, ମୃତ ମହିଳା ଜଣକ 2 ବର୍ଷ ଧରି ପକ୍ଷାଘାତ ରୋଗରେ ପୀଡିତ ଥିଲେ । ଏନେଇ ତାଙ୍କ ପ୍ରତି ଯତ୍ନ ନେବାର ଆବଶ୍ୟକତା ଥିଲା । ତେଣୁ ସ୍ତ୍ରୀର ଯତ୍ନ ନେଇ ଅତିଷ୍ଠ ହୋଇଯାଇଥିଲା ଅଭିଯୁକ୍ତ । ଏହାପରେ ସବୁଦିନ ରାସ୍ତାରୁ ସଫା କରିବାକୁ ଯୋଜନା କରିଥିଲା । ଘରେ କେହି ନଥିବା ବେଳେ ପାଣି ଭର୍ତ୍ତି ଡ୍ରମରେ ସ୍ତ୍ରୀକୁ ଫିଙ୍ଗି ଦେଇଥିଲା । ପରେ 11 ବର୍ଷର ପୁଅ ଘରକୁ ଫେରିବା ପରେ ମା’ର ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲା । ଏନେଇ ସଙ୍ଗେ ସଙ୍ଗେ ନିକଟସ୍ଥ ଗ୍ୟାରେଜରେ ଏ ସମ୍ପର୍କରେ ଜଣାଇଥିଲା । ଖବର ପାଇ ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ।