ଓଡିଶା

odisha

ETV Bharat / bharat

ଅର୍ଥ ନିଶା କଲା ଅନ୍ଧ, ଝିଆରୀକୁ ବଳି ପକାଇଲା ଦାଦା

ଅନ୍ଧବିଶ୍ବାସର ଅନ୍ଧ ଗଳିରେ ମନୁଷ୍ୟ । ଆର୍ଥିକ ସ୍ଥିତି ସୁଧାରିବା ଲାଗି ୧୦ ବର୍ଷ ନାବାଳିକାର ହତ୍ୟା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 18, 2023, 10:10 PM IST

ଚଣ୍ଡିଗଡ଼:ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ନିଶାରେ ଶେଷରେ ନିଜ ୧୦ବର୍ଷର ଝିଆରୀକୁ ହତ୍ୟା କରିବାକୁ ପଛାଇଲାନି ଅଭିଯୁକ୍ତ । ତାନ୍ତ୍ରିକର କହିବା ଅନୁସାରେ ବଳି ପକାଇବା ଲାଗି କୁନି ଝିଅକୁ ରାକ୍ଷସ ହାତରେ ଟେକି ଦେଲା । ଏହି ଅନ୍ଧବିଶ୍ବାସ ଯୋଗୁଁ ଅକାଳରେ ପ୍ରାଣ ହରାଇଛି ୧୦ ବର୍ଷ ନାବାଳିକା । ଝିଅର ବଳି ପକାଇଲେ ଆର୍ଥିକ ସ୍ଥିତି ସୁଦୃଢ ହେବ ବୋଲି କହିଥିଲା ତାନ୍ତ୍ରିକ । ଏଭଳି ଏକ ଅଭାବନୀୟ ଘଟଣା ପଞ୍ଜାବ ଅମୃତସର ଅଞ୍ଚଳରେ ଘଟିଛି ।

ମୃତ ନାବାଳିକାର ନାମ ସୁଖମନଦୀପ କୌର ବୋଲି ଜଣାପଡ଼ିଛି । ସମ୍ପର୍କୀୟ ଦାଦା ତାକୁ ଅତି ଦୟନୀୟ, ନୃଶଂସ ଭାବେ ହତ୍ୟା କରିଥିବା ଜଣାପଡ଼ିଛି । ଘଟଣାଟି ଗତ ୧୧ ତାରିଖରେ ଘଟିଛି । ଖବର ପାଇବା ପରେ ପୋଲିସ ତତକ୍ଷଣାତ ଅଭିଯୁକ୍ତ ଦଲବୀର, ପତ୍ନୀ ଓ ଝିଅକୁ ଗିରଫ କରିଛି । ତେବେ ତାନ୍ତ୍ରିକ କହିବା ଅନୁଯାୟୀ ସେ କୁନି ଝିଅକୁ ବଳି ପକାଇଥିବା ପୋଲିସ ଆଗରେ ସ୍ବୀକାର କରିଛି । ଏହି ହତ୍ୟାକାଣ୍ଡ ସମ୍ପର୍କେ ଅଭିଯୁକ୍ତ ଦଲବୀରଙ୍କ ପଡୋଶୀ ପୋଲିସକୁ ଖବର ଦେଇଥିଲା । ଦଲବୀର ଘର ନିକଟରେ ନିରୀହ ନାବାଳିକାର ମୃତଦେହ ରହିଥିବା ଜାଣିବା ପରେ ସେ ପୋଲିସକୁ ଏ ନେଇ ଅବଗତ କରାଇଥିଲେ ।

ଏହା ବି ପଢନ୍ତୁ- ଅନ୍ଧ କରିଦେଲା ଅନ୍ଧବିଶ୍ବାସ, ଅଗ୍ନିକୁଣ୍ଡରେ ମୁଣ୍ଡ କାଟ କରି ନିଜକୁ ବଳି ଚଢାଇଲେ ଦମ୍ପତି

ଦଲବୀରଙ୍କ ପଡୋଶୀ ହୀରା ସିଂଙ୍କଠାରୁ ସମସ୍ତ ଘଟଣାକୁ ଟିକନିକ ଭାବେ ଜାଣିବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ପଚରାଉଚରା କରିଥିଲା । ଏହାପରେ ପୋଲିସ ଆଗରେ ଅଭିଯୁକ୍ତମାନେ ସତ ମାନିଥିଲେ । ତଦନ୍ତ ବେଳେ ଦଲବୀର କହିଥିଲା ଯେ ତାନ୍ତ୍ରିକର କହିବା ଅନୁସାରେ ସେ ସମ୍ପର୍କୀୟ ଝିଆରୀକୁ ଛୁରୀ ଦ୍ବାରା ଆକ୍ରମଣ କରିଥିଲା । ଏହାପରେ ତାକୁ ଗଭୀର କ୍ଷତ ଲାଗିଥିବା ବେଳେ ସେ ଯନ୍ତ୍ରଣାରେ ଚିତ୍କାର କରିଥିଲା । ଏହାପରେ ଶେଷରେ ନାବାଳିକାର ମୃତ୍ୟୁ ଘଟିଥିଲା । ଏହାପରେ ଦଲବୀର ନାବାଳିକାର ମୃତଦେହକୁ ଏକ ବସ୍ତାରେ ଭର୍ତ୍ତି କରି ପଡୋଶୀଙ୍କ ଘର ନିକଟରେ ରଖିଥିଲା ।

ତାନ୍ତ୍ରିକ ଦ୍ବାରା ପ୍ରଭାବିତ ହୋଇ ଏପରି ନୃଶଂସ କାଣ୍ଡ ଭିଆଇଥିଲା ଦଲବୀର ଓ ପରିବାର । ତଦନ୍ତ ପରେ ପୋଲିସ ଅଭିଯୁକ୍ତ ଦଲବୀର ସମେତ ତ୍ନୀ ଜସବିର, ଝିଅ ଓ ପୁଅକୁ ଗିରଫ କରିଛି । ଏହାପରେ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି । ହେଲେ ଏଯାବତ ପୋଲିସ ତାନ୍ତ୍ରିକକୁ ଗିରଫ କରିପାରିନାହିଁ । ତାନ୍ତ୍ରିକର ଠିକଣା ସ୍ଥାନ ଓ ଆଖପାଖ ଅଞ୍ଚଳରେ ପୋଲିସ ଛାନଭିନ କରିଥିବା ଜଣାପଡ଼ିଛି ।

ABOUT THE AUTHOR

...view details