ଓଡିଶା

odisha

ବିବାହ ପାଇଁ ଜିଦ୍‌ ଧରିଲା ପ୍ରେମିକା, ହତ୍ୟା କରି ପିଙ୍ଗି ଦେଲା ପ୍ରେମିକ

ପ୍ରେମିକାକୁ ହତ୍ୟା ପରେ ଘର ବାହାରେ ଫିଙ୍ଗି ଦେଲା ପ୍ରେମିକ । ଘର ଠାରୁ 12 କିଲୋମିଟର ଦୂରରୁ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

By

Published : Apr 23, 2023, 9:39 AM IST

Published : Apr 23, 2023, 9:39 AM IST

Man Kills Live In Partner In Delhi
Man Kills Live In Partner In Delhi

ନୂଆଦିଲ୍ଲୀ:ପ୍ରେମ-ଲିଭ ଇନ-ହତ୍ୟା । ପ୍ରେମ ସମ୍ପର୍କ ପରେ ଲିଭ ଇନରେ ରହୁଛନ୍ତି ଯୁବପିଢି । ଏହାପରେ ସାମାନ୍ୟ ବଚସାକୁ ନେଇ ଘଟୁଛି ଗୋଟିଏ ପରେ ଗୋଟିଏ ଜଘନ୍ୟ ହତ୍ୟାକାଣ୍ଡ । କେତେବେଳେ ପ୍ରେମିକାକୁ ହତ୍ୟା କରି କିଏ ଖଣ୍ଡ ଖଣ୍ଡ କରି ଦେଲାଣି ତ ପୁଣି କିଏ ହତ୍ୟା ପରେ ମୃତଦେହକୁ ଫୋପାଡି ଦେଉଛି । ରାଜଧାନୀ ଦିଲ୍ଲୀରୁ ଏପରି ଘଟଣା ଏବେ ବାରମ୍ଭାର ସାମ୍ନାକୁ ଆସୁଛି । ଉତ୍ତରପୂର୍ବ ଦିଲ୍ଲୀରେ ଏବେ ପୁଣି ଏପରି ଏକ ହତ୍ୟାକାଣ୍ଡ ଘଟିଛି । ପ୍ରେମ ସମ୍ପର୍କ ପରେ ଲିଭ ଇନରେ ରହୁଥିଲେ ଯୁବକ ଯୁବତୀ । କିନ୍ତୁ ବିବାହ ପାଇଁ ଜିଦ ଧରିଥିଲା ପ୍ରେମିକା । ଶେଷରେ ପ୍ରେମକୁ ଭୁଲିଯାଇ ପ୍ରେମିକାକୁ ହତ୍ୟା ପରେ ଘର ବାହାରେ ଫିଙ୍ଗି ଦେଲା ପ୍ରେମିକ । ଏହି ଘଟଣାରେ ପୋଲିସ ତଦନ୍ତ କରି ଜଣଙ୍କୁ ଗିରଫ କରିଥିବା ବେଳେ ପ୍ରେମିକ ବିନୀତ ଫେରାର ହୋଇଯାଇଥିବା ଜଣାପଡିଛି । ମୃତ ଯୁବତୀ ଜଣଙ୍କ ହେଉଛନ୍ତି ରୋହିନା ।

ଗତ ଏପ୍ରିଲ 12 ତାରଖ ଦିନ ବିନୀତ ରହୁଥିବା ଘରଠାରୁ 12 କିଲୋମିଟର ଦୂର ଏକ ସ୍ଥାନରେ ରୋହିନାଙ୍କ ମୃତଦେହ ପଡିଥିବା ପୋଲିସ ନିକଟକୁ ଖବର ଆସିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହରେ କୌଣସି କ୍ଷତ ଚିହ୍ନ ନଥିବା ଦେଖିବାକୁ ପାଇଥିଲା । ଏହାପରେ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପଠାଇବା ପରେ ଯୁବତୀଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡିଥିଲା । ତେବେ ଯୁବତୀ ଜଣଙ୍କ କିଏ ତାଙ୍କୁ କିଏ ଏପରି ହତ୍ୟା କଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିବା ପରେ ସତ ସାମ୍ନାକୁ ଆସିଥିଲା ।

ଗତ 4 ବର୍ଷ ହେଲା ରୋହିନା ଓ ବିନୀତ ଘର ଛାଡି ଲିଭ ଇନରେ ରହୁଥିଲେ । ଏନେକ ସମୟରେ ଯୁବତୀ ଜଣଙ୍କ ବିବାହ ପାଇଁ ପ୍ରେମିକକୁ ଚାପ ପକାଉଥିଲେ । ଏହାକୁ ନେଇ ଗତ 12 ତାରିଖ ରାତିରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ଶେଷରେ ବିନୀତ ତଣ୍ଟିଚିପି ରୋହିନାଙ୍କୁ ହତ୍ୟା କରିଥିବା ପୋଲିସ କହିଛି ।

ତେବେ ଯୁବତୀଙ୍କୁ ହତ୍ୟା ପରେ ବିନୀତ ତାର ଏକ ସାଙ୍ଗ ଓ ଉଭଣୀ ସହ ମିଶି ମୃତଦେହକୁ ଘର ଠାରୁ 12 କିଲୋମିଟର ଦୂରରେ ଫୋପାଡି ଦେଇଥିଲା । ଏହି ଘଟଣାରେ ଏକ ସିସିଟିଭ ଫୁଟେଜ ପୋଲିସ ଜବତ କରିଛି । ଯେଉଁଥିରେ ଜଣେ ଯୁବକ ବାଇକ ଚଳାଉଥିବା ବେଳେ ଆଉ ଜଣେ ମୃତଦେହ କାନ୍ଧରେ ଧରିଥିବା ଦେଖିବାକୁ ମିଳିଥିଲା । ସେହିପରି ଜଣେ ଯୁବତୀ ମଧ୍ୟ ଭିଡିଓରେ ନଜର ଆସିଥିଲେ । ତେବେ ବାଇକ ନମ୍ବରକୁ ଯାଞ୍ଚ କରିବା ପରେ ପୋଲିସ ଅଭିଯୁକ୍ତଙ୍କ ପରିଚୟ ପାଇଥିଲା । ଏହି ଘଟଣାରେ ପୋଲିସ ବିନୀତର ଭଉଣୀକୁ ଗିରଫ କରିଛି । କାହିଁକି ନା ସେ ମୃତଦେହ ଫୋପାଡିବାରେ ଭାଇକୁ ସାହାଯ୍ୟ କରିଥିଲା । କିନ୍ତୁ ବିନୀତ ଓ ତାର ବନ୍ଧୁ ବର୍ତ୍ତମାନ ଫେରାର ଥିବା ବେଳେ ସେମାନଙ୍କୁ ଖୋଜୁଛି ପୋଲିସ ।

ABOUT THE AUTHOR

...view details