ଓଡିଶା

odisha

ପ୍ରେମ ସପ୍ତାହରେ ରକ୍ତରଞ୍ଜିତ ହେଲା ପ୍ରେମ: ଲିଭ୍-ଇନ ପାର୍ଟନରକୁ ହତ୍ୟା କରି ଗଦି ଭିତରେ ଲୁଚାଇଲା ପ୍ରେମିକ

ଲିଭ୍-ଇନ ପାର୍ଟନରକୁ ହତ୍ୟା କରି ଗଦି ଭିତରେ ଲୁଚାଇଲା ପ୍ରେମିକ । ଦୁର୍ଗନ୍ଧ ବାହାରିବା ପରେ ଗଦିରୁ ମୃତଦେହ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ

By

Published : Feb 15, 2023, 12:23 PM IST

Published : Feb 15, 2023, 12:23 PM IST

ମହାରାଷ୍ଟ୍ରରେ ଲିଭ୍‌ ଇନ ପାର୍ଟନରକୁ ହତ୍ୟା
ମହାରାଷ୍ଟ୍ରରେ ଲିଭ୍‌ ଇନ ପାର୍ଟନରକୁ ହତ୍ୟା

ମୁମ୍ବାଇ:ପ୍ରେମରେ ପୁଣି ବଳି ପଡିଲା ଲିଭ୍‌-ଇନ ପାର୍ଟନର । ପ୍ରେମିକାକୁ ହତ୍ୟା କରି ଗଦି ଭିତରେ ଲୁଚାଇଲା ପ୍ରେମିକ । ଦୁର୍ଗନ୍ଧ ବାହାରିବା ପରେ ପଡୋଶୀଙ୍କ ଠାରୁ ସୂଚନା ପାଇ ଗଦିରୁ ମୃତଦେହ ଉଦ୍ଧାର କଲା ପୋଲିସ । ଦିଲ୍ଲୀ ହରିଦାସ ନଗର ଥାନା ଅଞ୍ଚଳରେ ପ୍ରେମିକାକୁ ମାରି ଫ୍ରିଜରେ ଲୁଚାଇବା ଘଟଣା ଚାରିଆଡେ ଚହଳ ପକାଇଥିବା ବେଳେ ଏବେ ମହାରାଷ୍ଟ୍ର ପାଲଘର ଜିଲ୍ଲାରୁ ଏହିଭଳି ଆଉ ଏକ ବର୍ବର କାଣ୍ଡ ସାମ୍ନାକୁ ଆସିଛି । ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରି ପଚରାଉଚରା କରୁଛି ।

ସୂଚନା ଅନୁଯାୟୀ, ମେଘା ନାମକ ଯୁବତୀ ପାଲଘର ଜିଲ୍ଲା ବିଜୟ ନଗର ଅଞ୍ଚଳର ଏକ ଫ୍ଲାଟରେ ନିଜ ବୟଫ୍ରେଣ୍ଡ ସହ ଲିଭ୍‌-ଇନ ସମ୍ପର୍କରେ ରହୁଥିଲେ । ମେଘାଙ୍କ ପ୍ରେମିକ କୌଣସି ଚାକିରି କରୁନଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ଲାଗି ରହୁଥିଲା । ଏଥିରେ ଉତ୍ୟକ୍ତ ହୋଇ ଯୁବକ ଜଣକ ନିଜ ପ୍ରେମିକାକୁ ହତ୍ୟା କରିଥିଲା । ଏହାପରେ ଗଦି ଭିତରେ ମୃତଦେହ ଲୁଚାଇ ଫ୍ଲାଟର ସମସ୍ତ ଆସବାବପତ୍ର ବିକ୍ରି କରି ଫେରାର ହୋଇଯାଇଥିଲା ।

କିଛି ଦିନ ହେଲା ଏହି ପ୍ରେମୀଯୁଗଳ ରହୁଥିବା ଫ୍ଲାଟରୁ ଖୁବ୍ ଦୁର୍ଗନ୍ଧ ବାହାରିଥିଲା । ଏ ସମ୍ପର୍କରେ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ଫ୍ଲାଟରେ ଖୋଜାଖୋଜି ପରେ ଗୋଟିଏ ଗଦି ଭିତରୁ ଯୁବତୀଙ୍କ ମୃତଦେହ ଠାବ କରିଛି ପୋଲିସ । ତେବେ ସପ୍ତାହେ ତଳେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଇଛି । ଏହି ଘଟଣାର ଖୋଳତାଡ କରି ପୋଲିସ ମୃତ ମେଘାଙ୍କ ପୁରୁଷ ବନ୍ଧୁଙ୍କ ଠିକଣା ପାଇଥିଲା । ଅଭିଯୁକ୍ତ ଫେରାର୍ ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ଗତକାଲି ତୁଲିଞ୍ଜ ଥାନା ପୋଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି ।

ତେବେ ଅଭିଯୁକ୍ତ ନିଜ ଲିଭ୍-ଇନ ପାର୍ଟନରକୁ ହତ୍ୟା କରିବା ପରେ ନିଜ ଭଉଣୀଙ୍କ ମେସେଜ୍ କରି ଜଣାଇଥିଲା । ଏହାପରେ ମୃତଦେହକୁ ଗଦି ଭିତରେ ଲୁଚାଇ ଫ୍ଲାଟର ସମସ୍ତ ଆସବାବପତ୍ର ବିକ୍ରି କରି ପଳାଇ ଯାଇଥିବା ଜଣାପଡିଛି । ଏନେଇ ପୋଲିସ ଆଇପିସିର ୩୦୨ ଧାରାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ପ୍ରକାଶଥାଉ କି, ଗତକାଲି ପଶ୍ଚିମ ଦିଲ୍ଲୀର ହରିଦାସ ନଗର ଥାନା ଅଞ୍ଚଳରୁ ଏପରି ଆଉ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଥିଲା । ଜଣେ ଯୁବକ ନିଜ ପ୍ରେମିକାକୁ ହତ୍ୟା କରି ଫ୍ରିଜ ଭିତରୁ ଲୁଚାଇ ରଖିଥିଲା । ଏହି ପ୍ରେମୀ ଯୁଗଳ ବହୁ ଦିନ ଧରି ଲିଭ୍‌ ଇନ ସମ୍ପର୍କରେ ରହିଥିଲେ । ପ୍ରେମିକା ବିବାହ ପାଇଁ ଚାପ ପକାଇବାରୁ ଯୁବକ ତାଙ୍କୁ ହତ୍ୟା କରି ଏକ ଢାବାରେ ଥିବା ଫ୍ରିଜରେ ମୃତଦେହ ଲୁଚାଇଥିଲା ।

ABOUT THE AUTHOR

...view details