ଭୋପାଳ: କୁକୁର ପାଇଁ ମହାଭାରତ । କୁକୁର ଭୁକିବାରୁ ଜୀବନରୁ ମାରି ଦେବାକୁ ବାହାରିଥିଲେ ସ୍ବାମୀ । ହେଲେ ଏଥିରେ ବାଧା ଦେବାରୁ ପତ୍ନୀଙ୍କ ସମେତ 2 ସନ୍ତାନଙ୍କ ହତ୍ୟା କରି ନିଜେ ଜୀବନ ହାରିଲା ଜହ୍ଲାଦ ସ୍ବାମୀ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ମଧ୍ୟପ୍ରଦେଶର ଉଜ୍ଜୈନରେ । ଅଭିଯୁକ୍ତ ଜଣକ ଅତ୍ୟଧିକ ମଦ୍ୟପାନ କରି ଏଭଳି ହତ୍ୟାକାଣ୍ଡ ଭିଆଇଥିବା କୁହାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ହତ୍ୟାକାଣ୍ଡରେ 3 ଜଣଙ୍କ ଜୀବନ ଯାଇଥିବାବେଳେ ଅନ୍ୟ 2 ଜଣ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଆହତ ଅବସ୍ଥାରେ ଥିବା ଏହି 2 ପୁଅ ଝିଅଙ୍କ ଚିକିତ୍ସା ଜାରି ରହିଛି ।
ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ହେଉଛି ଦିଲ୍ଲୀପ ପାୱାର । ସେ ଉଜ୍ଜୈନର ବଡ଼ନଗର ଅଞ୍ଚଳରେ ନିଜ ପରିବାର ସହ ରହିଆସୁଥିଲା । ଗତକାଲି(ଶନିବାର) ରାତିରେ ସେ ନିଶାଶକ୍ତ ଅବସ୍ଥାରେ ଥିବାବେଳେ ତା ନିକଟରେ କୁକୁର ଭୁକୁଥିବା ଦେଖି ବିରକ୍ତ ହୋଇଥିଲା ଅଭିଯୁକ୍ତ ଦିଲ୍ଲୀପ । ଏହାକୁ ନେଇ କୁକୁରକୁ ମାରିବା ପାଇଁ ସେ ଘରକୁ ଆସି ଏକ ମାରଣାସ୍ତ୍ର ନେଇ କୁକୁର ନିକଟକୁ ଯାଇଥିଲା ।
ଏହି ସମୟରେ ସ୍ବାମୀଙ୍କୁ ଏପରି ରାଗ ଜର୍ଜରିତ ଅବସ୍ଥାରେ ଦେଖି ପତ୍ନୀ ଦିଲ୍ଲୀପଙ୍କ ପତ୍ନୀ ଗଙ୍ଗା ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ନିଶାଶକ୍ତ ଅବସ୍ଥାରେ ଥିବା ଦିଲ୍ଲୀପ ପତ୍ନୀଙ୍କ ସମେତ ସେଠାରେ ଉପସ୍ଥିତ ଥିବା ପୁଅ ଝିଅଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ଦିଲ୍ଲୀପର ଆକ୍ରମଣ ଫଳରେ ଗଙ୍ଗା ଏବଂ ଝିଅ ନେହା ଓ ପୁଅ ଯୋଗେନ୍ଦ୍ରର ଜୀବନ ଯାଇଛି ।