ବେଙ୍ଗାଲୁରୁ: ପିତା ନିଜ ଝିଅର ବିବାହ କରିବା ପରେ ଜ୍ବାଇଁକୁ ପୁଅ ଭଳି ମାନିଥାଏ । ଝିଅ କିପରି ତା'ର ଶ୍ବଶୁର ଘରେ ଭଲରେ ରହିବ ସେ ନେଇ ଯାନି ଯୌତୁକ ମଧ୍ୟ ଅଜାଡ଼ିଦିଏ । ସର୍ବଦା ଝିଅର ସୁଖ ଚାହିଁଥାଏ ପିତା । ହେଲେ ଏଠାରେ ଝିଅ ଦୁଃଖର ବଡ଼ କାରଣ ସାଜିଛି ପିତା । ନିଜ ହାତରେ ନିଜ ଝିଅ ମଥାର ସିନ୍ଦୂର ପୋଛିଛି । ଆଉ ଜ୍ବାଇଁକୁ ହତ୍ୟା କରିଥିବା ଜଣାପଡ଼ିଛି (Father killed his daughter's husband) । ଏଭଳି ଅଭାବନୀୟ ଘଟଣା କର୍ଣ୍ଣାଟକ ବାଗଲକୋଟ ଜିଲ୍ଲାର ଟାକ୍କୋଡା ଗାଁରେ ଦେଖିବାକୁ ମିଳିଛି ।
ପୋଲିସର ସୂଚନା ଅନୁସାରେ, ମୃତ ଯୁବକ ହେଉଛନ୍ତ ଭୁଜାବଲି (୩୪) ଯିଏକି ଜଣେ ଜୈନ ଧର୍ମାବଲମ୍ବୀ । ହତ୍ୟାକାରୀ ତାମାନାଗୌଡା ପାଟିଲଙ୍କ ଝିଅ ହେଉଛନ୍ତି ଭାଗ୍ୟଶ୍ରୀ ଯିଏକି କ୍ଷେତ୍ରୀୟ ସମ୍ପ୍ରଦାୟର । ଭାଗ୍ୟଶ୍ରୀ ଓ ଭୁଜାବଲି ପରସ୍ପରରେ ପ୍ରେମରେ ପଡ଼ିଥିଲେ । ଗତ କିଛି ମାସ ପୂର୍ବରୁ ଉଭୟ କୋର୍ଟ ମ୍ୟାରେଜ କରିଥିଲେ । ଗତ ଶନିବାର ରାତିରେ ଭୁଜାବଲି ବାଇକ ଚଲାଇ ଯାଉଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି । ହତ୍ୟାକାରୀ ପ୍ରଥମେ ତାଙ୍କ ଆଖିକୁ ରାଗଗୁଣ୍ଡ ଫିଙ୍ଗିଥିଲା । ଏହାପରେ ତାଙ୍କୁ ଛୁରୀରେ ହତ୍ୟା କରିଥିବା କହିଛି ପୋଲିସ ।