ଓଡିଶା

odisha

By

Published : Jul 19, 2023, 12:33 PM IST

ETV Bharat / bharat

ପ୍ରେମିକାର ସ୍ବାମୀକୁ କାଟି ୬ ଖଣ୍ଡ କଲା ପ୍ରେମିକ

ପ୍ରେମିକାର ସ୍ବାମୀକୁ କାଟି ଖଣ୍ଡ ଖଣ୍ଡ କରିଦେଲା ପ୍ରେମିକ । ରାଜସ୍ଥାନ ପାଲି ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଅଧିକ ପଢନ୍ତୁ

ପ୍ରେମିକାର ସ୍ବାମୀକୁ ହତ୍ୟା
ପ୍ରେମିକାର ସ୍ବାମୀକୁ ହତ୍ୟା

ଜୟପୁର(ରାଜସ୍ଥାନ):ପ୍ରେମ ରାସ୍ତାରେ କଣ୍ଟା ସାଜିଥିଲା ପ୍ରେମିକାର ସ୍ବାମୀ । ଶେଷରେ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଲା ଅନ୍ଧ ପ୍ରେମିକ । ବିବାହିତା ପ୍ରେମିକାକୁ ପାଇବାକୁ ତାଙ୍କର ସ୍ବାମୀକୁ ନିର୍ମମ ଭାବେ ହତ୍ୟା କରିଲା ଏବଂ ମୃତଦେହ କାଟି ଖଣ୍ଡ ଖଣ୍ଡ କରିଦେଲା । ରାଜସ୍ଥାନ ପାଲି ଅଞ୍ଚଳରେ ଏଭଳି ଚାଲଞ୍ଚ୍ୟକର ହତ୍ୟାକାଣ୍ଡ ଘଟିଛି । ମୃତ ବ୍ୟକ୍ତି ହେଉଛନ୍ତି ୩୩ ବର୍ଷୀୟ ଯୋଗେନ୍ଦ୍ର । ତାଙ୍କ ପତ୍ନୀଙ୍କ ସହ ମଦନଲାଲ ନାମକ ଯୁବକଙ୍କ ଅବୈଧ ସମ୍ପର୍କ ଥିଲା । ସେଥିପାଇଁ ସେ ଯୋଗେନ୍ଦ୍ରଙ୍କୁ ହତ୍ୟା କରିବା ପରେ କାଟି ଟିକ୍‌ଟିକ୍ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିବା ଜଣାପଡିଛି ।

ସୂଚନା ମୁତାବକ, ଅଭିଯୁକ୍ତର ଘର ଠାରୁ ୧୦୦ ମିଟର ଦୂରରେ ଏକ ବଗିଚାରେ ୩୩ ବର୍ଷୀୟ ଯୋଗେନ୍ଦ୍ରଙ୍କ କଟା ମୁଣ୍ଡ, ହାତ, ଓ ପାଦ ଠାବ ହୋଇଛି । ହତ୍ୟାକାରୀ ମଦନଲାଲ ଏହିସବୁ ଅଙ୍ଗ ଗୁଡିକୁ ବଗିଚାରେ ପୋତି ଦେଇ ଏହା ଉପରେ ଆମ୍ବ ଗଛ ଲଗାଇଥିଲା । ଆଉ କିଛି ଶରୀରର ଅଂଶକୁ ଏକ ଜଙ୍ଗଲ ମଧ୍ୟରେ ପୋତି ଦେଇଥିଲା । ପୋଲିସ ମଦନଲାଲକୁ ଗିରଫ କରି ପଚରାଉଚରା କରୁଛି । ଗତ ୧୩ ତାରିଖ ଦିନ ମୃତ ଯୋଗେନ୍ଦ୍ରଙ୍କ ବାପା ଥାନାରେ ତାଙ୍କର ନିଖୋଜ ଅଭିଯୋଗ କରିବା ପରେ ଏହି ମାମଲା ପଦାକୁ ଆସିଛି ।

ଏହାମଧ୍ୟ ପଢନ୍ତୁ: ମହିଳା ପୋଷ୍ଟମାଷ୍ଟରଙ୍କୁ ହତ୍ୟା: ପୁରୁଷ ବନ୍ଧୁ ଅଟକ

ଏହାମଧ୍ୟ ପଢନ୍ତୁ: ବିଷକନ୍ୟା ପାଲଟିଲା ପ୍ରେମିକା, ବୟଫ୍ରେଣ୍ଡକୁ ହତ୍ୟା ପାଇଁ ରଚିଲା ସର୍ପଦଂଶନର ଷଡ଼ଯନ୍ତ୍ର

ମୃତକଙ୍କ ବାପା ମିଶ୍ରାଲାଲ ମେଘୱାଲ ଅଭିଯୋଗ କରିଥିଲେ ଯେ, ଗତ ୧୧ ତାରିଖ ଦିନ ଯୋଗେନ୍ଦ୍ର ଘରୁ ବାହାରକୁ ଯାଇଥିଲେ । ହେଲେ ଆଉ ଫେରିନଥିଲେ । ପୁଅ ସହ ଯୋଗଯୋଗ ନହୋଇ ପାରିବାରୁ ବାପାଙ୍କ ମଦନଲାଲ ଉପରେ ସନ୍ଦେହ ହୋଇଥିଲା ଏବଂ ସେ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ କ୍ରମେ ପୋଲିସ ମଦନଲାଲକୁ ଉଠାଇ ଆଣି ପଚରାଉଚରା କରିଥିଲା । ଜେରା ବେଳେ ସେ ସବୁ କଥା ମାନିଥିଲା । ଯୋଗେନ୍ଦ୍ରଙ୍କ ପତ୍ନୀଙ୍କ ସହ ତା'ର ପ୍ରେମ ସମ୍ପର୍କ ଥିଲା । ସେଥିପାଇଁ ସେ ତାଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି କାଟି ଫିଙ୍ଗି ଦେଇଥିବା କହିଥିଲା । ତେବେ ଏହି ହତ୍ୟାକାଣ୍ଡରେ କେବଳ ମଦନଲାଲ ନୁହେଁ, ଆହୁରି ଅନେକ ଲୋକ ସାମିଲ ଅଛନ୍ତି ବୋଲି ମିଶ୍ରାଲାଲ କହିଛନ୍ତି । ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ଛାନଭିନ୍ ଜାରି ରଖିଛି ।

ABOUT THE AUTHOR

...view details