ଓଡିଶା

odisha

ETV Bharat / bharat

ବିମାନ ବନ୍ଦରରୁ ୩୩ କୋଟିର କୋକେନ ଜବତ - ମୁମ୍ବାଇ ବିମାନ ବନ୍ଦରରୁ କୋକେନ ଜବତ

ମୁମ୍ବାଇ ବିମାନ ବନ୍ଦରରୁ ୩୩ କୋଟିରୁ ଅଧିକ ଟଙ୍କାର କୋକେନ ଜବତ । ଜଣେ ଭାରତୀୟ ନାଗରିକ ଗିରଫ । ଅଧିକ ପଢନ୍ତୁ

ବିମାନ ବନ୍ଦରରୁ ୩୩ କୋଟିର କୋକେନ ଜବତ
ବିମାନ ବନ୍ଦରରୁ ୩୩ କୋଟିର କୋକେନ ଜବତ

By

Published : Feb 2, 2023, 7:48 AM IST

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିପୁଳ ପରିମାଣର କୋକେନ ଜବତ ହୋଇଛି । ଜବତ କୋକେନର ଓଜନ ୩,୩୬୦ ଗ୍ରାମ ହୋଇଥିବାବେଳେ ଏହାର ମୂଲ୍ୟ ପ୍ରାୟ ୩୩ କୋଟି ୬୦ ଲକ୍ଷ ଟଙ୍କା । ଛୋଟ ଛୋଟ ସାବୁନ ଖୋଳରେ ଏହି ନିଶାଦ୍ରବ୍ୟ ଚାଲାଣ ହେଉଥିବା ବେଳେ ରାଜସ୍ବ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ(DRI) ଚାଲାଣକାରୀକୁ ମାଡି ବସିଛି । ଅଭିଯୁକ୍ତ ଜଣକ ଭାରତୀୟ ନାଗରିକ ଏବଂ ସେ ଆଡିସ୍ ଆବାବାରୁ ଇଥୋପିଆନ ବିମାନରେ ମୁମ୍ବାଇ ଆସିଥିଲେ ।

ଡିଆରଆଇ ଅଧିକାରୀଙ୍କ ସୂଚନା ମୁତାବକ, ଆଡିସ୍ ଆବାବାରୁ ମୁମ୍ବାଇ ଆସୁଥିବା ଜଣେ ଭାରତୀୟ ନାଗରିକଙ୍କ ପାଖରେ ନିଶା ପଦାର୍ଥ ଥିବାର ନିର୍ଦ୍ଦିଷ୍ଚ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନ ବନ୍ଦରରେ ଅଟକ ରଖାଯାଇ ତଲାସି ନିଆଯାଇଥିଲା । ଛାନଭିନ ସମୟରେ ଯାତ୍ରୀଙ୍କ ବ୍ୟାଗରୁ ୧୬ଟି ଛୋଟ ଛୋଟ ସାବୁନ ଖୋଳ ମିଳିଥିଲା । ଏହାକୁ ଭଲ ଭାବେ ଯାଞ୍ଚ କରାଯିବା ପରେ ତାହା ମଧ୍ୟରୁ କିଛି ପାଉଡର ଭଳି ପଦାର୍ଥ ମିଳିଥିଲା । ଏହାର ଓଜନ ପ୍ରାୟ ୩,୩୬୦ ଗ୍ରାମ ଥିଲା । ଯାହାକି ଟେଷ୍ଟ କରାଯିବା ପରେ କୋକେନ ହୋଇଥିବା ଜଣାପଡିଥିଲା ।

ଏହାମଧ୍ୟ ପଢନ୍ତୁ: Adani Group calls off FPO: ଆଦାନୀ ଗ୍ରୁପର ୨୦ ହଜାର କୋଟି FPO ବାତିଲ

ଜବତ କୋକେନର ବଜାର ମୂଲ୍ୟ ପ୍ରାୟ ୩୩ କୋଟି ୬୦ ଲକ୍ଷ ଟଙ୍କା ହେବ ବୋଲି ଡିଆରଆଇ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ଇଥୋପିଆରୁ ଭାରତ ଚାଲାଣ କରାଯାଉଥିଲା । ଏହାପୂର୍ବରୁ ଜାନୁୟାରୀ ୧୦ରେ ମୁମ୍ବାଇ ବିମାନ ବନ୍ଦରରୁ କଷ୍ଟମ ଅଫିସର ୨.୮୧ କେଜିର କୋକେନ ଜବତ କରିଥିଲେ ଏବଂ ଜଣେ ଭାରତୀୟ ପ୍ୟାକ୍ସକୁ ଗିରଫ କରାଯାଇଥିଲା । ଜବତ କୋକେନ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୨୮ କୋଟି ଟଙ୍କା ଅନୁମାନ କରାଯାଇଥିଲା ।

ସେହିପରି କିଛି ଦିନ ତଳେ ହାଇଦ୍ରାବାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଜସ୍ବ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ ଦ୍ବାରା ଚଢାଉ କରାଯାଇ ୮୦ କୋଟି ଟଙ୍କାର ୮ କେଜି କୋକେନ ଜବତ କରାଯାଇଥିଲା । ଦୁଇ ଜଣ ବିଦେଶୀ ଯାତ୍ରୀ ଏହି କୋକେନ ନେଇ ହାଇଦ୍ରାବାଦ ଆସିଥିଲେ । ସେମାନେ ତାଞ୍ଜାନିଆ ନାଗରିକ ହୋଇଥିବା ବେଳେ ବାଣିଜ୍ୟିକ ଭିସା ଦ୍ବାରା ଦକ୍ଷିଣ ଆଫ୍ରିକାର କେପ୍ ଟାଉନରୁ ଦୁବାଇ ଦେଇ ହାଇଦ୍ରାବାଦରେ ପହଞ୍ଚିଥିଲେ ।

ABOUT THE AUTHOR

...view details