ଓଡିଶା

odisha

ETV Bharat / bharat

ଯୁବକଙ୍କ ଜଏରାଇଡ ସଉକ, ଚୋରି କରି ଚଲାଉଥିଲେ ବାଇକ - ଚୋରି କରି ଚଲାଉଥିଲେ ବାଇକ

ଯୁବକଙ୍କ ଅଜବ ସଉକ । ନିଜ ସଉକ ପୂରଣ ଲାଗି ଶେଷରେ ଚୋରି କରିବାକୁ ପଛାଇଲେ ନାହିଁ । ଆଉ ଚୋରି ବାଇକରେ ସେ ନିଜ ସଉକ ପୂରଣ କରିବାକୁ ପସନ୍ଦ କରୁଥିଲେ ବୋଲି କହିଛି ପୋଲିସ (Man stole bikes for Joyrides) । ଏଭଳି ଘଟଣା ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଯୁବକଙ୍କ ଜଏରାଇଡ ସଉକ, ଚୋରି କରି ଚଲାଉଥିଲେ ବାଇକ
ଯୁବକଙ୍କ ଜଏରାଇଡ ସଉକ, ଚୋରି କରି ଚଲାଉଥିଲେ ବାଇକ

By

Published : Dec 11, 2022, 10:39 PM IST

ନୂଆଦିଲ୍ଲୀ: ଜଏରାଇଡ଼ ସଉକ ପୂରଣ କରିବା ଲାଗି ଚୋର ସାଜିଲେ ଯୁବକ । ଆଉ ଅନ୍ୟ ଲୋକଙ୍କ ବାଇକକୁ ଚୋରି କରି ନିଜର ସଉକ ପୂରଣ କରୁଥିଲେ (Man stole bikes for Joyrides) । ରାଜଧାନୀ ଦିଲ୍ଲୀରେ ଏପିର ଜଣେ ଅଜବ ସଉକ ରଖିଥିବା ଯୁବକଙ୍କୁ ଗିରଫ କରିଛି ପୋଲିସ (Most wanted auto filter ) । ଦିଲ୍ଲୀର ଦ୍ବାରକା ଜିଲ୍ଲାରୁ ଏପରି ଜଣେ ଯୁବକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି ।

କେବଳ ନିଜର ସଉକ ପୂରଣ ଲାଗି ଯୁବକ ଜଣକ ବାଇକକୁ ଚୋରି କରୁଥିଲେ ବୋଲି ଜଣେ ବରିଷ୍ଠ ପୋଲିସ କର୍ମଚାରୀ କହିଛନ୍ତି । ଉକ୍ତ ଯୁବକଙ୍କଠାରୁ ୧୦ଟି ବାଇକକୁ ଜବତ କରିଛି ପୋଲିସ । ଯୁବକ ଜଣକ ବାଇକ ଚୋରି କରିବା ଲାଗି ବିନ୍ଦାପୁର ଅଞ୍ଚଳକୁ ନିୟମିତ ଆସୁଥିବା ନେଇ ବିଶେଷ ସୂତ୍ରରୁ ଜାଣିବାକୁ ପାଇଥିଲା ପୋଲିସ । ଏହି ବାଇକ ଚୋରକୁ ଧରିବା ପାଇଁ ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲା । ବାଇକ ଚୋରି କରି ଯାଉଥିବା ସମୟରେ ତାକୁ ପୋଲିସ ଧରିବାକୁ ଉଦ୍ୟମ କରିଥିଲା ।

ଏହା ବି ପଢନ୍ତୁ- ଗୋଆରେ ମନୋହର ପାରିକର ଅନ୍ତର୍ଜାତୀୟ ବିମାନବନ୍ଦରର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ତେବେ ଏହି ସମୟରେ ବେଗ ବଢାଇ ବାଇକ ଚୋରଟି ଖସିବାକୁ ଉଦ୍ୟମ କରୁଥିଲା । ଚୋରର ପ୍ରାୟ ଅଧ କିଲୋମିଟର ପିଛା କରିବା ପରେ ପୋଲିସ ତାକୁ ଧରିବାରେ ସକ୍ଷମ ହୋଇଥିଲା । ବାଇକ ଚୋରି କରୁଥିବା ଏହି ଯୁବକଙ୍କ ନାମ ରବି ବୋଲି ଜଣାପଡ଼ିଛି । ସେ ଦିଲ୍ଲୀର ଅନେକ ଅଞ୍ଚଳରୁ କେବଳ ଜଏରାଇଡିଂ ଲାଗି ୨ ଚକିଆ ଯାନ ଚୋରି କରୁଥିଲା । ଚୋରି ବାଇକରେ ଜଏରାଇଡିଂ କରିବା ଏହି ଯୁବକକୁ ବହୁତ ପସନ୍ଦ ଥିଲା । ଚୋରି କରିବ ପୂର୍ବରୁ ସେ ପ୍ରଥମେ ବାଇକ ଚୟନ କରୁଥିଲା । ଏହି ବାଇକକୁ ସେ କାହାରିକୁ ବିକ୍ରି କରୁନଥିବା ମଧ୍ୟ ପୋଲିସ କହିଛି ।

ABOUT THE AUTHOR

...view details