ଓଡିଶା

odisha

By

Published : May 25, 2022, 3:27 PM IST

ETV Bharat / bharat

ଏକ ବର୍ଷ ଧରି ସ୍ୱାମୀଙ୍କୁ ପତ୍ନୀଙ୍କ ନିର୍ଯାତନା ! ସିସିଟିଭିରେ କଏଦ ହେଲା ଦୃଶ୍ୟ

ଅମାନୁଷିକ ପତ୍ନୀର ଅସହ୍ୟ ନିର୍ଯାତନା । ଏକ ବର୍ଷ ଧରି ସ୍ବାମୀଙ୍କୁ ମାଡ଼ ମାରୁଛି ପତ୍ନୀ । ଥାନାର ଦ୍ବାରସ୍ଥ ହେଲେ ନିର୍ଯ୍ୟାତିତ ସ୍ବାମୀ । ଅଧିକ ପଢ଼ନ୍ତୁ

man files plea against domestic violence in bhiwadi
ଏକ ବର୍ଷ ଧରି ସ୍ବାମୀଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ପତ୍ନୀ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଜୟପୁର: ଜଣେ ନାରୀ ପାଇଁ ତା ସ୍ବାମୀ ହେଉଛି ଇହକାଳ ପରକାଳର ଦେବତା । ସ୍ବାମୀର ଦୁଃଖସୁଖରେ ଭାଗିଦାର ହୋଇ ଜଣେ ପତ୍ନୀ ନିଜ ସାରା ଜୀବନ ବିତାଇଥାଏ। ମାତ୍ର ଏହି କଳୁଷିତ ସମାଜରେ ଅମାନୁଷିକ ପାଲଟିଛି ମଣିଷ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ତଥା ନିର୍ଯାତନା ଏବେ ମୁଖ୍ୟ କାରଣ ପାଲଟିଛି। ରାଜସ୍ଥାନର ଭିୱାଡ଼ିର ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଏକ ବର୍ଷ ଧରି ସ୍ବାମୀଙ୍କୁ ନିର୍ଯ୍ୟାତନା ଦେଉଛନ୍ତି ପତ୍ନୀ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଜଣେ ସ୍ବାମୀ ନିଜ ପତ୍ନୀଙ୍କଠାରୁ ଶାରିରୀକ ଓ ମାନସିକ ନିର୍ଯାତନା ପାଇ ଆଇନର ଦ୍ବାରସ୍ଥ ହୋଇଛନ୍ତି। ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତ ସିଂ ନିଜ ପତ୍ନୀଙ୍କଠାରୁ ନିର୍ଯ୍ୟାତିତ ହେବାର ସିସିଟିଭି ଫୁଟେଜ ସାମନାକୁ ଆସିଛି। ଯେଉଁଥିରେ ତାଙ୍କ ସ୍ତ୍ରୀ ଗାଳିଗୁଲଜ କରିବା ସହ ବ୍ୟାଟରେ ମାରୁଛନ୍ତି। । ଯାହାକୁ ସହ୍ୟନକରି ଅଜିତ ଘରୋଇ ହିଂସା ଅଦାଲତର ସହାୟତା ଲୋଡ଼ିଛନ୍ତି। ଅଜିତ ସିଂ 9 ବର୍ଷ ପୂର୍ବେ ହରିୟାଣାର ସୋନେପାଟର ସୁମନଙ୍କ ସହ ପ୍ରେମ ବିବାହ କରିଥିଲେ। ତାଙ୍କର ଏକ 8 ବର୍ଷର ପୁଅ ମଧ୍ୟ ଅଛି। ପ୍ରାରମ୍ଭିକ ସମୟରେ ସବୁକିଛି ଠିକ ଚାଲିଥିଲା । ​​କିନ୍ତୁ କିଛି ବର୍ଷପରେ ତାଙ୍କ ପତ୍ନୀଙ୍କ ସ୍ବଭାବରେ ପରିଣତ ହେଲା। ପ୍ରତ୍ୟେକ ଦିନ ନିଜ ସ୍ବାମୀଙ୍କୁ ମାଡ଼ମାରି ନିର୍ଯ୍ୟାତନା ଦେଉଛନ୍ତି। ଅଜିତ କହିଛନ୍ତି, ପତ୍ନୀଙ୍କ ଆକ୍ରମଣରେ ସେ ଅନେକ ଥର ଆହତ ହୋଇଛନ୍ତି।

ଅନ୍ୟପଟେ ଅଜିତଙ୍କ ଅଭିଯୋଗ ପରେ ତାଙ୍କୁ ସୁରକ୍ଷା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଜିତ ଦାଖଲ କରିଥିବା ରିପୋର୍ଟକୁ ପୋଲିସ ଯାଞ୍ଚ କରୁଛି। ତାଙ୍କ ଅଭିଯୋଗ ଆଧାରରେ ଉକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପୋଲିସ ସୂଚନା ଦେଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details