ଚେନ୍ନାଇ:ସୀମା ଟପିଲା ନୃଶଂସ ସ୍ବାମୀ । ଜଣେ 41 ବର୍ଷୀୟ ବ୍ୟକ୍ତି ବିଦ୍ୟୁତ ଚାଳିତ କାଠକଟା ମେସିନରେ ନିଜ ଦୁଇ ଶିଶୁଙ୍କ ସମେତ ପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଚେନ୍ନାଇ ସହରର ପାଲାଭରମ ଅଞ୍ଚଳରେ । ବ୍ୟକ୍ତିଜଣଙ୍କ 41 ବର୍ଷୀୟ ପ୍ରକାଶ ହୋଇଥିବାବେଳେ ପତ୍ନୀଙ୍କ ନାମ ଗାୟତ୍ରୀ ବୋଲି ଜଣାପଡିଛି । ସେହିପରି ହତ୍ୟାର ଶିକାର ହୋଇଥିବା ଦୁଇ ଶିଶୁଙ୍କ ବୟସ ଯଥାକ୍ରମେ 13 ଓ 9 ବର୍ଷ ବୋଲି ମଧ୍ୟ ଜଣାପଡିଛି ।
ପଡୋଶୀମାନେ କୌଣସି କାରଣ ବଶତଃ ଘର ଭିତରକୁ ଯିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ 4 ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ସ୍ଥାନୀୟ ଶଙ୍କର ନଗର ପୋଲିସ ପହଞ୍ଚି ସମସ୍ତ ମୃତଦେହ ଜବତ କରିବା ସହ ପ୍ରାଥମିକ ଭାବେ ସ୍ବାମୀ ଦୁଇ ଶିଶୁ ଓ ପତ୍ନୀଙ୍କୁ ମିଶାଇ 3 ଜଣଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ।