ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ପୁଣି ଜଣେ ବ୍ୟକ୍ତିଙ୍କୁ ଘୋଷାଡି ନେଲା କାର, ଜଣେ ଗିରଫ - ବ୍ୟକ୍ତିଙ୍କୁ ଟାମି ନେଲା କାର

ପଶ୍ଚିମ ଦିଲ୍ଲୀରେ ପୁଣି ଜଣେ ବ୍ୟକ୍ତିଙ୍କୁ ଏକ କାର ପ୍ରାୟ 200 ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଛି । ସିସିଟିଭିରେ କଏଦ ହେଲା ଦୃଶ୍ୟ । ଡ୍ରାଇଭରକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଦିଲ୍ଲୀରେ ପୁଣି ବ୍ୟକ୍ତିଙ୍କୁ ଘୋଷାଡି ନେଲା କାର
ଦିଲ୍ଲୀରେ ପୁଣି ବ୍ୟକ୍ତିଙ୍କୁ ଘୋଷାଡି ନେଲା କାର

By

Published : Jan 14, 2023, 9:53 PM IST

ହାଇଦ୍ରାବାଦ:ରାଜଧାନୀ ଦିଲ୍ଲୀର ସୁଲତାନପୁରୀ କାର ଟ୍ରାଜେଡିକୁ ନେଇ ଦେଶରେ ଚର୍ଚ୍ଚା ଥମି ନଥିବା ବେଳେ ପୁଣି ଜଣେ ବ୍ୟକ୍ତିଙ୍କୁ ଏକ କାର ଘୋଷାଡି ନେଇଥିବା ଦେଖିବାକୁ ମିଳିଛି । ଅବଶ୍ୟ ବ୍ୟକ୍ତିଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପଶ୍ଚିମ ଦିଲ୍ଲୀର ରଜୌରୀ ଗାର୍ଡେନ ଏରିଆରେ ଏକ କାରର ବନେଟରେ ଜଣେ ବ୍ୟକ୍ତି ଓହଳି ହରିଥିବା ବେଳେ କାରଟି ତାଙ୍କୁ କିଛି ବାଟ ଘୋଷାଡି ନେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଗତ 12 ତାରିଖର ବୋଲି କୁହାଯାଉଛି । ତେବେ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବା ପରେ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ମୋଡକୁ ଆସିଛି । କାର ଚଳାଉଥିବା ବ୍ୟକ୍ତିକୁ ଗିରଫ କରିଛି ।

ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଜୟପ୍ରକାଶ ଓ ଇଶାନ୍ତ ନାମକ ଦୁଇ କାର ଚାଳକ ମଧ୍ୟରେ ଏକ ସାମାନ୍ୟ ଦୁର୍ଘଟଣା ଘଟିଥିଲା । ଉଭୟ ସାମାନ୍ୟ ଆହତ ମଧ୍ୟ ହୋଇଥିଲେ । ପରେ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ଦୁହେଁ ମୁହାଁମୁହିଁ ହୋଇଥିଲେ । ଏଥିରେ ଉତ୍ତେଜିତ ହୋଇ ଇଶାନ୍ତ ଜୟପ୍ରକାଶଙ୍କୁ ଗାଡି ମଡାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲା । ନିଶାନ୍ତ ଏକ ସୁଜୁକି ଡିଜାଏର କାର ଚଳାଉଥିବା ବେଳେ ଜୟପ୍ରକାଶଙ୍କୁ ଗାଡି ମଡାଇ ଦେଇଥିଲା । ଜୟପ୍ରକାଶ କାର ବନେଟରେ ଓହଳି ରହିଥିଲେ । କାରଟି ତାଙ୍କୁ ପ୍ରାୟ 200 ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ପରେ ଜୟପ୍ରକାଶ ଗାଡିରୁ ଖସି ପଡିଥିଲେ । ନିଶାନ୍ତ କାର ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ତେବେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ନିଶାନ୍ତକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତ ଇଶାନ୍ତଙ୍କୁ ଗିରଫ କରାଯିବା ସହ ସମ୍ପୃକ୍ତ କାରକୁ ମଧ୍ୟ ପୋଲିସ ଜବତ କରିଛି । ଅଭିଯୁକ୍ତ ବିରୋଧରେ ଭାରତୀୟ ଦଣ୍ଡିବିଧି ଆଇନ ଧାରା 279, 323, 341 ଏବଂ 308 ଅନୁଯାୟୀ ମାମଲା ରୁଜୁ କରିଛି । ଘଟଣାର ତଦନ୍ତ ଜାରି ରହିଥିବା ମଧ୍ୟ ପୋଲିସ ସୂଚନା ଦେଇଛି ।

ନିକଟରେ ହୋଇଥିବା ଅଞ୍ଜଳି କାର ଟ୍ରାଜେଡି ମାମଲାରେ ଦାୟିତ୍ବରେ ଅବହେଳା ପାଇଁ 11ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ନୂଆବର୍ଷ ପୂର୍ବ ରାତିରେ ଏକ ବାଲେନୋ କାର ଜଣେ ଯୁବତୀଙ୍କୁ ପ୍ରାୟ 12 କି.ମି ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ କାରରେ ଥିବା ସମସ୍ତ 5 ଅଭିଯୁକ୍ତଙ୍କ ସମେତ ଅନ୍ୟ 2ଜଣଙ୍କୁ ମିଶାଇ ମୋଟ 7ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details