କୋଲକାତା: ଅଫତାବ ପୁନୱାଲା ପ୍ରେମିକା ଶ୍ରଦ୍ଧାକୁ ହତ୍ୟା କରିବା ପରେ ୩୫ ଖଣ୍ଡ କରି ଫିଙ୍ଗିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଛି । ଦିଲ୍ଲୀରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡର ଦିନକ ପରେ ପଶ୍ଚିମବଙ୍ଗର ସିଲିଗୁଡିରେ ଏହିପରି ଏକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଯୁବକ ନିଜ ପ୍ରେମିକାର ଗଳାକାଟି ହତ୍ୟା କରିଛି । ଏହାପରେ ନିଜେ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛି(Man dies by suicide after killing girlfriend । ମୃତ ମହିଳାଙ୍କ ନାମ ରିୟା ବିଶ୍ବାସ । ସୋମବାର ଦିନ ସିଲିଗୁଡି ପୋଲିସ ରିୟାଙ୍କ କ୍ଷତିବିକ୍ଷତ ମୃତଦେହ ଜବତ କରିଥିଲା ।
ସୂଚନା ମୁତାବକ, ମୃତ ମହିଳା ରିୟା ବିଶ୍ବାସ ବିବାହିତ ଥିଲେ । ତାଙ୍କର ଗୋଟିଏ ୫ ବର୍ଷର ପୁଅ ମଧ୍ୟ ରହିଛି । କିନ୍ତୁ ଦୁଇ ବର୍ଷ ହେଲା ରିୟା କିରନ ଦେବନାଥ ନାମକ ଯୁବକଙ୍କ ସହ ଅନୈତିକ ପ୍ରେମ ସମ୍ପର୍କ ରଖିଥିଲେ । ସ୍ବାମୀଙ୍କ ଅନୁପସ୍ଥିତିରେ କିରଣ ରିୟାଙ୍କ ଘରକୁ ଆସୁଥିଲେ । ଏପରିକି ଗତମାସରେ ମହିଳା ଜଣକ ପ୍ରେମିକ କିରଣ ସହ ଘରୁ ଫେରାର୍ ମଧ୍ୟ ହୋଇଯାଇଥିଲେ । ହେଲେ ପୁଣି ଫେରି ଆସିଥିଲେ । ରିୟା ନିଜ ସ୍ବାମୀଙ୍କୁ ଛାଡପତ୍ର ଦେଇ ତା' ସହ ରୁହନ୍ତୁ ବୋଲି ଅଭିଯୁକ୍ତ ପ୍ରେମିକ ଚାହୁଁଥିଲା । ଦୁଇ ବର୍ଷ ଧରି ତା' ସହ ସମ୍ପର୍କ ରଖିବା ପରେ ମଧ୍ୟ ରିୟା ନିଜ ସ୍ବାମୀକୁ ଛାଡିବାକୁ ଚାହୁଁନଥିବାରୁ କିରଣ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲା ।