ବେଙ୍ଗାଲୁରୁ:ସରିଥିଲା ନିର୍ବନ୍ଧ । ଆଉ ଦିନ କେଇଟା ପରେ ପଡିଥାନ୍ତା ହାତଗଣ୍ଠି । ବାହାଘର ପରେ ନୂଆ ଜୀବନର ଆରମ୍ଭ ନେଇ ଉତ୍ସାହିତ ଥିଲେ ଯୁବକ । କିନ୍ତୁ ସ୍ବପ୍ନ ପୂରଣ ହେବାକୁ ଦେଲେ ନାହିଁ ଯୁବତୀର ପରିବାର ଲୋକେ । ବାହାଘର ପାଇଁ ମନା କରିବାରୁ ଚରମ ପନ୍ଥା ଆପଣାଇଲେ ଯୁବକ। ନିନ୍ଦା ଅପବାଦ ସହିନପାରି କରିଲା ଆତ୍ମହତ୍ୟା(man dies by suicide after fiances family calls off wedding)। ଏଭଳି ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ମୃତ ଯୁବକଙ୍କ ନାମ ମୋହନ କୁମାର ହୋଇଥିବା ବେଳେ ତାଙ୍କ ବୟସ 29 ବର୍ଷ ହୋଇଥିବା ସୂଚନା । ଏନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ଯୁବକଙ୍କ ବାପା।
ଅଭିଯୋଗ ଅନୁସାରେ, ମୋହନ ଏବଂ କାବ୍ୟାଶ୍ରୀଙ୍କ ବିବାହ ସ୍ଥିର ହୋଇଥିଲା । ଉଭୟେ ଯୁବକ ଯୁବତୀ ବାହାଘରକୁ ନେଇ ଆନନ୍ଦ ମଧ୍ୟ ରହିଥିଲେ । ମୋହନଙ୍କ ଘର ମଗାଡିର ଥିପାସନ୍ଦାରାରେ ହୋଇଥିବା ବେଳେ ସେ ଏକ ବେସରକାରୀ କାମ୍ପାନୀରେ କାମ କରୁଥିଲେ। କାବ୍ୟାଶ୍ରୀଙ୍କ ଘର ମଧ୍ୟ ମହୋନଙ୍କ ଘର ପାଖେ ଥିଲା । ଯୁବତୀଙ୍କ ପରିବାର ଲୋକଙ୍କ ଆର୍ଥିକ ସ୍ଥିତି ଠିକ ନଥିବା କାରଣରୁ ବାହାଘର ପରେ କାବ୍ୟାଙ୍କୁ ପାଠ ପଢାଇବା ପାଇଁ ପ୍ରତିଶୃତି ଦେଇଥିଲା । ଏହାସହ ବାହାଘର ଖର୍ଚ୍ଚ ପାଇଁ ମୋହନଙ୍କ ପରିବାର ଲୋକ କାବ୍ୟାଙ୍କ ପରିବାରକୁ 10 ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ ।