ଓଡିଶା

odisha

ETV Bharat / bharat

Poonch military truck attack: ଜେରା ପାଇଁ ଡାକିବାରୁ ଜୀବନ ହାରିଲେ ଯୁବକ ! - କାଶ୍ମୀର ପୋଲିସ

ପୁଞ୍ଚ ଆକ୍ରମଣ ମାମଲାରେ ଜେରା ପାଇଁ ଡାକିଥିଲା ପୋଲିସ । ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ ଆଣିଲା ପରିବାର । 20 ତାରିଖରେ ଆତଙ୍କୀ ଆକ୍ରମଣରେ ଶହୀଦ ହୋଇଥିଲେ ସେନାର 5 ଯବାନ । ଅଧିକ ପଢନ୍ତୁ

Poonch military truck attack: ଜେରା ପାଇଁ ଡାକିବାରୁ ଯୁବକଙ୍କ ଆତ୍ମହତ୍ୟା !
Poonch military truck attack: ଜେରା ପାଇଁ ଡାକିବାରୁ ଯୁବକଙ୍କ ଆତ୍ମହତ୍ୟା !

By

Published : Apr 27, 2023, 9:12 PM IST

ଶ୍ରୀନଗର:ପୁଞ୍ଚରେ ସେନା ଟ୍ରକ ଆକ୍ରମଣରେ 5 ଯବାନ ଶହୀଦ ହେବା ଘଟଣାରେ ତଦନ୍ତ ପାଇଁ ଡାକିଥିଲା ପୋଲିସ । ପୋଲିସ ନିକଟରେ ହାଜର ହେବା ପୂର୍ବରୁ ଜଣେ ସ୍ଥାନୀୟ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକଙ୍କ ପରିବାର ପକ୍ଷରୁ ଏହି ଅଭିଯୋଗ କରାଯିବା ସହ ସ୍ଥାନୀୟ ପୋଲିସ ଓ ଏସଓଜି ବିରୋଧରେ ପ୍ରତିବାଦ ଓ ନାରାବାଜୀ କରାଯାଇଥିବା ଦେଖିବାକୁ ମିଳିଛି ।


ଏପ୍ରିଲ 20 ତାରିଖରେ ଜମ୍ମୁର ପୁଞ୍ଚରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସର 5 ଯବାନ ଶହୀଦ ହୋଇଥିଲେ । ଏହି ମାମଲାରେ ଏବେ ଏକାଧିକ ଜାତୀୟ ସଂସ୍ଥା ତଦନ୍ତ ଜାରି ରଖିଛନ୍ତି । ଏଥିରେ ସ୍ଥାନୀୟ 50 ଜଣ ଯୁବକଙ୍କୁ ସମନ କରିଥିଲା ସ୍ଥାନୀୟ ପୋଲିସ । ଏମାନଙ୍କ ମଧ୍ୟରେ ମୃତକ 35 ବର୍ଷୀୟ ମୁଖତାର ହୁସେନ ଶାହାଙ୍କ ନାମ ମଧ୍ୟ ଥିଲା । ହେଲେ ପୋଲିସର ଜେରା ପୂର୍ବରୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପୋଲିସର ସୂଚନା ଅନୁସାରେ ତାକୁ ଜେରା ପାଇଁ ଡକାଯାଇଥିଲେ ସୁଦ୍ଧା ସେ ଫେରାର ହୋଇଯାଇଥିଲା । ସେ ଗତକାଲି ରାତିରେ ଘରକୁ ଫେରିଆସି ଆତ୍ମହତ୍ୟା କରିଥିବା ତାର ପରିବାର ସଦସ୍ୟ ଅଭିଯୋଗ କରିଥିବା ପୋଲିସ କହିଛି ।

ସୂତ୍ରର ମିଳିଥିବା ସୂଚନା ଅନୁସାରେ ଡକାଯାଇଥିବା ସନ୍ଦିଗ୍ଧଙ୍କର ଆକ୍ରମଣ ସହ ସମ୍ପୃକ୍ତି ଅଛି ବୋଲି ପୋଲିସ କହିନାହିଁ । ସେମାନେ ଆକ୍ରମଣ ସ୍ଥାନର ସ୍ଥାନୀୟ ବାସିନ୍ଦା ହୋଇଥିବା କାରଣରୁ ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରିବା ପାଇଁ ପୋଲିସ ସେମାନଙ୍କୁ ଡାକିଥିଲା । ହେଲେ ଜେରା ପୂର୍ବରୁ ଭୟରେ ଯୁବକଜଣଙ୍କ ଏପରି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପରିବାର ସଦସ୍ୟଙ୍କ ସମେତ ସ୍ଥାନୀୟ ଲୋକେ ଜମ୍ମୁ-ପୁଞ୍ଚ୍‌ ରାସ୍ତା ଅବରୋଧ କରିଥିଲେ । ସେମାନେ ସ୍ଥାନୀୟ ପୋଲିସ ଓ ସେନା ବିରୋଧରେ ନାରାବାଜୀ କରିଥିଲେ । ପୋଲିସର ସନ୍ଦେହ ଓ ସମନ କାରଣରୁ ମୁଖତାରର ଜୀବନ ଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :-Poonch Attack: ଆକ୍ରମଣରେ ଷ୍ଚିଲ କୋର ବୁଲେଟ ସହ ଗ୍ରେନେଡ ବ୍ୟବହାର କରିଥିଲେ ଆତଙ୍କୀ

ଦକ୍ଷିଣ କାଶ୍ମୀରର ପୁଞ୍ଚରେ ସେନା ଗାଡିକୁ ହୋଇଥିବା ଆକ୍ରମଣରେ ଆତଙ୍କବାଦୀ ବ୍ୟବହାର କରିଥିଲେ ଶକ୍ତିଶାଳୀ ଷ୍ଟିଲ୍‌ କୋର୍‌ ବୁଲେଟ । ଏହି ବୁଲେଟ କୌଣସି ଆର୍ମଡ ଯାନକୁ ଭେଦ କରିବା ସହ କ୍ଷତିଗ୍ରସ୍ତ କରିବାରେ ସକ୍ଷମ ହୋଇଥାଏ । ପ୍ରାଥମିକ ତଦନ୍ତ ପରେ ସେନା ସୂତ୍ରରୁ ଏପରି ସୂଚନା ମିଳିଥିଲା । ଆକ୍ରମଣରେ 5 ଜଣ ରାଷ୍ଟ୍ରୀୟ ରାଇଫଲ୍ସର ଯବାନ ଶହୀଦ ହୋଇଥିଲେ । ପ୍ରଥମେ ଗ୍ରେନେଡ ମାଡ କରାଯିବା ଫଳରେ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ସେନାର ପ୍ରାଥମିକ ତଦନ୍ତରେ ଏପରି ଦିଗ ସାମ୍ନାକୁ ଆସିଛି । ଏବେ ଏହି ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା NIA ଓ ଗୁଇନ୍ଦା ବିଭାଗ ଜାରି ରଖିଛନ୍ତି । ସ୍ଥାନୀୟ ପୋଲିସ ଜାତୀୟ ସଂସ୍ଥାକୁ ତଦନ୍ତରେ ସହାଯ୍ୟ କରୁଛି । ତଦନ୍ତ ଅନୁସାରେ ସ୍ଥାନୀୟ 50 ଜଣଙ୍କୁ ଏହି ମାମଲାରେ ଜେରା ପାଇଁ ପୋଲିସ ସମନ ଜାରି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details