ଓଡିଶା

odisha

ETV Bharat / bharat

ଛେଳିଛୁଆଙ୍କ ଜନ୍ମଦିନ ପାଳିତ: ବାଜିଲା ଡିଜେ, ଜମିଲା ଭୋଜିର ଆସର - ଛେଳିଛୁଆର ଜନ୍ମଦିନ

ଛେଳିଛୁଆର ଜନ୍ମଦିନକୁ ଧୁମଧାମରେ ପାଳିଲେ ମାଲିକ । ବାଜୁଥିଲା ଡିଜେ ଆଉ ଜମୁଥିଲା ଭୋଜିର ଆସର । ଏପରି ନିଆରା ଜନ୍ମଦିନ ଉତ୍ସବ ଉତ୍ତରପ୍ରଦେଶ ବାନ୍ଦା ସହରରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଛେଳିଛୁଆଙ୍କ ଜନ୍ମଦିନ ପାଳିତ: ବାଜିଲା ଡିଜେ, ଜମିଲା ଭୋଜିର ଆସର
ଛେଳିଛୁଆଙ୍କ ଜନ୍ମଦିନ ପାଳିତ: ବାଜିଲା ଡିଜେ, ଜମିଲା ଭୋଜିର ଆସର

By

Published : Nov 9, 2022, 11:12 AM IST

ଲକ୍ଷ୍ନୌ:ଆପଣ ନିଜର ଅନେକ ସାଙ୍ଗ, ସମ୍ପର୍କୀୟଙ୍କ ଜନ୍ମଦିନ ପାର୍ଟିକୁ ଯାଇଥିବେ । ସେଠାରେ ଡିଜେ ତାଳେ ତାଳେ ନାଚିବା ସହ ଭୋଜି ମଧ୍ୟ ଖାଇଥିବେ । ଆପଣ କେବେ ଛେଳିଛୁଆର ଜନ୍ମଦିନ ଉତ୍ସବରେ ଯୋଗ ଦେଇଛନ୍ତି କି ? କାନକୁ ଅଡୁଆ ଶୁଭୁଥିଲେ ମଧ୍ୟ ଉତ୍ତରପ୍ରଦେଶ ବାନ୍ଦା ଅଞ୍ଚଳରେ ଏଭଳି ନିଆରା ଜନ୍ମଦିନ ପାଳିଛନ୍ତି ଜଣେ ଦମ୍ପତି । ଏଠାରେ ଛେଳିଛୁଆର ଜନ୍ମଦିନକୁ ଧୁମଧାମର ସହିତ ପାଳନ କରାଯାଇଛି (Man Celebrates birtday of baby goat) ।

ଛେଳିଛୁଆଙ୍କ ଜନ୍ମଦିନ ପାଳିତ: ବାଜିଲା ଡିଜେ, ଜମିଲା ଭୋଜିର ଆସର

ଏହି ଅଞ୍ଚଳରେ ୨ଟି ଛେଳିଛୁଆର ଧୁମଧାମର ସହିତ ଜନ୍ମଦିନ ପାଳନ କରାଯାଇଛି । ଖାସ କଥା ହେଉଛି କେକ୍‌ କଟାଯିବା ସହ ଡିଜେ ଧୁନ୍‌ର ଆୟୋଜନ ମଧ୍ୟ କରାଯାଇଥିଲା । ଏହାବ୍ୟତୀତ ଛେଳିଛୁଆଙ୍କୁ ଫୁଲମାଳ ପିନ୍ଧାଯାଇ ସଜାଯାଇବା ସହ ମାଲିକ ନିଜ ଘରକୁ ମଧ୍ୟ ସୁସଜ୍ଜିତ କରିଥିଲେ । ବାନ୍ଦା ସହରର କାଂଶୀରାମ କଲୋନୀରେ ଏପରି ନିଆରା ବର୍ଥ ଡେ' ପାର୍ଟି ଦେଖିବାକୁ ମିଳିଛି । ଏଠାକାର ଅଧିବାସୀ ରାଜାନାମ ଏପରି ଜନ୍ମଦିନ ଉତ୍ସବ ପାଳିଛନ୍ତି । ସେ ନିଜ ସମସ୍ତ ପଡ଼ୋଶୀଙ୍କୁ ଏହି ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ ।

ଏହା ବି ପଢନ୍ତୁ- ଗୁରୁପୁରବରେ ସାମିଲ ହେଲେ ରାଷ୍ଟ୍ରପତି: ପ୍ରଥମ ଶିଖ୍‌ ଗୁରୁ ନାନକଦେବ ଜୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଇଟିଭି ଭାରତକୁ ଏ ନେଇ ପ୍ରତିକ୍ରିୟା ଦେଇ ରାଜାନାମ କହିଛନ୍ତି ଯେ, ଗତ ୧ ବର୍ଷ ପୂର୍ବେ ଏହି ଛେଳିଛୁଆ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲା । ସେ ଛେଳିଛୁଆଙ୍କୁ ମଧ୍ୟ ନିଜ ସନ୍ତାନ ପରି ଲାଳନ ପାଳନ କରନ୍ତି । ଯେଉଁଆଡ଼େ ଯାଇଥାନ୍ତି ଏମାନଙ୍କୁ ସାଥୀରେ ମଧ୍ୟ ନେଇ ଯାଇଥାନ୍ତି । ରାଜାନାମ ବୃତ୍ତିରେ ଜଣେ ରିକ୍ସା ଚାଳକ ହୋଇଥିବା ବେଳେ ନିଜ ରିକ୍ସାରେ ଏହି କୁନିକୁନି ଛେଳିଛୁଆଙ୍କୁ ଧରି ବୁଲିଥିବା ସେ କହିଛନ୍ତି । ରାଜାନାମଙ୍କ ପଶୁ ପ୍ରତି ଏପରି ଭଲ ପାଇବା ଦେଖି ପଡ଼ୋଶୀମାନେ ବେଶ ପ୍ରଶଂସା କରିଛନ୍ତି ।

ABOUT THE AUTHOR

...view details