ନୂଆଦିଲ୍ଲୀ:ଟଙ୍କା ପାଇଁ ତୁଚ୍ଛ ହେଲା ରକ୍ତ ସମ୍ପର୍କ । ସମ୍ପର୍କରେ ଲାଗିଲା ରକ୍ତର ଛିଟା । ପୁଅ ଭୁଲି ଗଲା ବାପାର ସ୍ନେହ । ବାପା ଟଙ୍କା ନଦେବାରୁ ପୁଅର ମୁଣ୍ଡରେ ଚଢିଲା ପିତ। ବୃଦ୍ଧ ବାପାକୁ ପିଟି ପିଟି ହତ୍ୟା କଲା ସଇତାନ ପୁଅ । ଏଭଳି ହତ୍ୟାକାଣ୍ଡ ଘଟିଛି ନୂଆଦିଲ୍ଲୀର ଉତ୍ତମ ନଗରରେ । ମୃତକ ଜଣଙ୍କ ହେଉଛନ୍ତି ନନ୍ଦ ଲାଲ ଆରୋରା । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ପୁଅ ଗୌରବକୁ ପୋଲିସ ଗରିଫ କରିଛି ।
ମିଳିଥିବା ସୂଚନା ଅନୁୟାୟୀ, ଗତ ମଙ୍ଗଳବାର ରାତିରେ ପୁଅ ଗୌରବ ବାପାଙ୍କୁ 4 ଲକ୍ଷ ଟଙ୍କା ମାଗିଥିଲା । କିନ୍ତୁ ତାରା ବାପା ନନ୍ଦ ଲାଲ ଟଙ୍କା ଦେବାକୁ ମନାକରି ଦେଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଯାହା ପରେ ଉଗ୍ରରୂପ ଧାରଣ କରିଥିଲା । ଉତକ୍ଷିପ୍ତ ହୋଇ ଗୌରବ ତାର ବାପାକୁ ମାଡ ମାରିବା ଆରମ୍ଭ କରିଦେଇଥିଲା । ଶେଷରେ ବୃଦ୍ଧ ନନ୍ଦ ଲାଲର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲା । ପରେ ଅଭିଯୁକ୍ତ ପୁଅ ଗୌରବ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରି ଗିରଫ କରିଥିଲା ପୋଲିସ ।