ଓଡିଶା

odisha

By ETV Bharat Odisha Team

Published : Oct 3, 2023, 10:13 AM IST

ETV Bharat / bharat

13 ବର୍ଷୀୟା ଶାଳିକୁ ଅପହରଣ ପରେ ଦୁଷ୍କର୍ମ; ଭିଣୋଇ ଗିରଫ

13 ବର୍ଷୀୟା ଶାଳିକୁ ଅପହରଣ କରିନେଇ ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗରେ ଭିଣୋଇ ଗିରଫ । ଅଧିକ ପଢନ୍ତୁ..

13 ବର୍ଷୀୟା ନାବାଳିକା ଶାଳିକୁ ପ୍ରଥମେ ଅପହରଣ ପରେ ସପ୍ତାହେ ପାଖରେ ରଖି ଦୁଷ୍କର୍ମ
13 ବର୍ଷୀୟା ନାବାଳିକା ଶାଳିକୁ ପ୍ରଥମେ ଅପହରଣ ପରେ ସପ୍ତାହେ ପାଖରେ ରଖି ଦୁଷ୍କର୍ମ

ଲକ୍ଷ୍ନୌ:ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରେ ଲଜ୍ଜାଜନକ ଘଟଣା ।ନାବାଳିକା ଶାଳିକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଭିଣୋଇ ଗିରଫ । ନିଜ 13 ବର୍ଷୀୟା ନାବାଳିକା ଶାଳିକୁ ପ୍ରବର୍ତ୍ତାଇ ସହର ନେଇଯାଇ ପାଖାପାଖି ଏକ ସପ୍ତାହ ପାଖରେ ରଖି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଭିଣୋଇ । ପୀଡିତାଙ୍କ ବାପାଙ୍କ ଏତଲା ପରେ ଅଭିଯୁକ୍ତକୁ ଗିରଫ କରିବା ସହ ଶାଳିକୁ ସୁରକ୍ଷିତ ଉଦ୍ଧାର କରିଛି ପୋଲିସ ।

ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲା କିଶନପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ 13 ବର୍ଷୀୟା ନାବାଳିକା ଶାଳିକୁ ଦୁଷ୍କର୍ମ ଓ ଅପହରଣ ଅଭିଯୋଗରେ ଭିଣୋଇ ଗିରଫ ହୋଇଛି । ନାବାଳିକାକୁ ପ୍ରଥମେ ପ୍ରବର୍ତ୍ତାଇ ସହର ନେଇଯିବା ପରେ ପାଖାପାଖି ଏକ ସପ୍ତାହ ପାଖରେ ରଖି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ଜଣକ । ତେବେ ଏନେଇ ନାବାଳିକାଙ୍କ ବାପା କିଶନପୁର ଥାନାର ଦ୍ବାରସ୍ଥ ହୋଇଥିଲେ । ପୀଡିତାଙ୍କ ବାପାଙ୍କ ଏତଲା ଆଧାରରେ ପୋଲିସ ଭିଣେଇକୁ ଗିରଫ କରିବା ସହ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ନାବାଳିକାଙ୍କ ବୟାନ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଭିଣେଇକୁ ଅପହରଣ ଓ ପରେ ଦୁଷ୍କର୍ମ ମାମଲାରେ ଗିରଫ କରିଛି ପୋଲିସ ।

ଏହାମଧ୍ୟ ପଢନ୍ତୁ..ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ 20 ବର୍ଷ ଜେଲ

ଏହାମଧ୍ୟ ପଢନ୍ତୁ..୬ ବର୍ଷ ପରେ ଦୁଷ୍କର୍ମ ପୀଡ଼ିତାଙ୍କୁ ମିଳିଲା ନ୍ୟାୟ, ୧୦ ବର୍ଷ କାରାଦଣ୍ଡାଦେଶ ଦେଲେ ପୋକ୍ସୋ କୋର୍ଟ

ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଅଞ୍ଚଳ ନିବାସୀ । କିଛି ଦିନ ତଳେ ସେ ଫତେହପୁର ଜିଲ୍ଲାର କିଶନପୁର ଅଞ୍ଚଳରେ ଥିବା ନିଜ ଶ୍ବଶୁର ଘରକୁ ବୁଲିବା ପାଇଁ ଆସିଥିଲା । ଏହି ସମୟରେ ସେ ନିଜର 13 ବର୍ଷୀୟା ନାବାଳିକା ଶାଳିକୁ ପ୍ରବର୍ତ୍ତାଇ ନିଜ ସାଙ୍ଗରେ ସହର ନେଇଯାଇଥିଲା । ଏନେଇ ନାବାଳିକାଙ୍କ ବାପା କିଶନପୁର ଥାନାର ଦ୍ବାରସ୍ଥ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା ।

କିଶନପୁର ଥାନା ପୋଲିସ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଥିଲେ । ସର୍ଭିଲାନ୍ସ ସେଲର ସହାୟତାରେ କିଶନପୁର ଥାନା ଅକ୍ଟୋବର 2 ତାରିଖରେ (ସୋମବାର) ଅଭିଯୁକ୍ତ ଭିଣୋଇକୁ ଗିରଫ କରିବା ସହ ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।

ଅନ୍ୟପଟେ ନାବାଳିକାଙ୍କ ବୟାନ ଅନୁଯାୟୀ, ଭିଣୋଇ ଜଣକ ବାହାନା କରି ତାଙ୍କୁ ସହର ନେଇଯାଇଥିଲେ । ସେଠି ଭିଣୋଇ ଏକାଧିକ ଥର ତାଙ୍କ ସହ ଦୁଷ୍କର୍ମ କରିଥିବା ପୋଲିସ ଆଗରେ କହିଥିଲା ପୀଡିତା । ତେବେ ନାବାଳିକାଙ୍କ ବୟାନ ଆଧାରରେ ପୋଲିସ ଅପହରଣ ଓ ଦୁଷ୍କର୍ମ ଏବଂ ପୋକ୍ସୋ ଧାରା ଆଧାରରେ ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ତେବେ ପୀଡିତାଙ୍କ ମେଡିକାଲ ଯାଞ୍ଚ ରିପୋର୍ଟ ଓ ବୟାନ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି କିଶନପୁର ଥାନା ପ୍ରଭାରୀ ନିରୀକ୍ଷକ ଜେପି ସାହି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details