ଚଣ୍ଡିଗଡ:କଳଙ୍କିତ ହେଲା ରକ୍ତସମ୍ପର୍କ । ୧୧ ବର୍ଷୀୟା ଝିଅକୁ ଦୁଷ୍କର୍ମ କଲା ବାପା । ପଞ୍ଜାବର ଲୁଧିଆନାରେ ଜଣେ ବାପା ନିଜର ଜନ୍ମକଲା ଝିଅକୁ ଦୁଷ୍କର୍ମ କରିଛି । ପ୍ରାୟ ବର୍ଷେ ହେବ ନାବାଳିକା ନିଜ ବାପାର ପାଶବିତାର ଶିକାର ହେଉଥିଲା । ଏନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି (Man arrested for raping 11 yr old daughter) ।
ଅଭିଯୋଗ ମୁତାବକ, ଲୁଧିଆନା ଜିଲ୍ଲା ଅନ୍ତର୍ଗତ ଗୁରୁ ଅମରଦାସ ନଗର ଅଞ୍ଚଳରୁ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ବାପା ନିଜ ପିଲାର ସୁରକ୍ଷା କବଚ ହୋଇଥିବା ବେଳେ ସେହି ଜନ୍ମଦାତା କାମାନ୍ଧ ହୋଇ ହିଁ ନିଜର ଝିଅକୁ ଦୁଷ୍କର୍ମ କରିଛି । ଅଭିଯୁକ୍ତ ଜଣକ ବର୍ଷେ ହେଲା ନିଜର ନାବାଳିକା ଝିଅ ସହ ଦୁଷ୍କର୍ମ କରିଆସୁଥିଲା । ଏକଥା ତାଙ୍କର ପରିବାରର ଅନ୍ୟ ସଦସ୍ୟ ମଧ୍ୟ ଜାଣିଥିଲେ । ହେଲେ କାହାକୁ କିଛି ନଜଣାଇବାକୁ ପୀଡିତାଙ୍କ ଉପରେ ଚାପ ପକାଉଥିଲେ । ଥରେ ଏ ସମ୍ପର୍କରେ ତାଙ୍କର ପଡୋଶୀ ଜାଣିପାରିଥିଲେ ଏବଂ ସେମାନେ ଥାନାରେ ଅଭିଯୋଗ କରିଥିଲେ ।