ଓଡିଶା

odisha

By

Published : Jan 7, 2023, 2:10 PM IST

ETV Bharat / bharat

ପ୍ରେମିକାକୁ ଧରି ଫେରାର ହୋଇଯାଇଥିଲେ ଯୁବକ, ୧୫ ବର୍ଷ ପରେ ଗିରଫ କଲା ପୋଲିସ

ନାବାଳିକା ପ୍ରେମିକାକୁ ଧରି ଫେରାର ହୋଇଥିଲେ ଯୁବକ । ୧୫ ବର୍ଷ ପରେ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

man arrested for marrying minor after 15 years
man arrested for marrying minor after 15 years

ଲକ୍ଷ୍ନୌ:୧୫ ବର୍ଷ ତଳେ ଜଣେ ନାବାଳିକାଙ୍କୁ ଧରି ଫେରା ହୋଇଯାଇଥିଲେ ଯୁବକ । ଏନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ କରିଥିଲେ ଅଭିଯୋଗ । ପୋଲିସ ତଦନ୍ତ କରି ୧୫ ବର୍ଷ ଧରି ଫେରାର ଥିବା ଯୁବକଙ୍କୁ ବର୍ତ୍ତମାନ ଗିରଫ କରିଛି । ଉତ୍ତରପ୍ରଦେଶର ସାହରନପୁର ଜିଲ୍ଲାରୁ ସାମ୍ନାକୁ ଆସିଛି ଏପରି ଘଟଣା । ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକ ଜଣଙ୍କୁ ଗିରଫ କରିଛି ପୋଲିସ । ଯୁବକ ନାବଳିକାଙ୍କୁ ଧରି ଫେରାର ହୋଇଯିବା ପରେ ବିବାହ କରିଥିଲେ । ଏବେ ତାଙ୍କର ୨ଜଣ ଝିଅ ରହିଥିବା ବେଳେ ଦିନ ମଜୁରିଆ ଭାବେ ଉଭୟ କାର୍ଯ୍ୟ କରୁଛନ୍ତି ।

୧୫ ବର୍ଷ ତଳେ ନାବାଳିକାଙ୍କ ପରିବାର ଲୋକେ ଯୁବକଙ୍କ ବିରୋଧରେ କୋଟୱାଲି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଏନେଇ ଏସପି ସିଟି ଅଭିମନ୍ୟୁ ମାଙ୍ଗଲିକ କହିଛନ୍ତି ଯେ, ''ଅଭିଯୁକ୍ତ ସନ୍ଦୀପ ନିଜ ନାମ ପରିବର୍ତ୍ତନ କରି ଅନ୍ୟ ଏକ ସ୍ଥାନରେ ରହୁଥିଲା । ୧୫ ବର୍ଷ ପରେ ତାକୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି । ''

୨୦୦୭ ମସିହାରେ କୋଟୱାଲି ପୋଲିସ ଷ୍ଟେସନରେ ରାମଧାନଙ୍କ ପୁଅ ବାବୁରାମ ଏକ ମାମଲା ଦାୟର କରିଥିଲେ । ଫିରୋଜପୁର ଗ୍ରାମର ବାସିନ୍ଦା ମଣିରାମଙ୍କ ପୁଅ ସନ୍ଦିପ ସେହିଗ୍ରାମର ରାମଧନଙ୍କ ଝିଅ ପିଙ୍କିଙ୍କୁ ଧରି ଫେରାର ହୋଇଯାଇଥିବା ସେ ଅଭିଯୋଗ ପତ୍ରରେ ଲେଖିଥିଲେ । ସେହି ସମୟରେ ପିଙ୍କିର ବୟସ ମାତ୍ର ୧୫ ବର୍ଷ ରହିଥିଲା । ଏହାପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । କିନ୍ତୁ ଦୀର୍ଘ ୧୫ ବର୍ଷ ଧରି ଉଭୟଙ୍କ ଠିକଣା ପାଇପାରିନଥିଲା ପୋଲିସ । କିନ୍ତୁ ସନ୍ଦୀପଙ୍କ ବିଷୟରେ ଯିଏ ସୂଚନା ଦେବେ ତାଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ଦିଆଯିବା ନେଇ ଘୋଷଣା କରିଥିଲା ପୋଲିସ ।

ସାହାରନପୁରରେ ନାବାଳିକାଙ୍କୁ ଅପହରଣ ମାମଲାରେ ଏସପି ସିଟି ଅଭିମନ୍ୟୁ ମାଙ୍ଗଲିକ କହିଛନ୍ତି ଯେ,'' ୧୫ ବର୍ଷ ପରେ ଗୁରୁବାର ଦିନ ଏହି ମାମଲାରେ ସଫଳତା ପାଇଛି ପୋଲିସ । ୧୫ ବର୍ଷ ଧରି ଫେରାର ଥିବା ସନ୍ଦୀପଙ୍କୁ ଜନତା ରୋଡରୁ ପୋଲିସ ଗିରଫ କରିଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ପୋଲିସକୁ କହିଥିଲେ ଯେ ସେ ପିଙ୍କିଙ୍କୁ ଭଲ ପାଉଥିଲେ । ତାଙ୍କ ପିତାମାତା ପିଙ୍କିଙ୍କୁ ବିବାହ କରିବାକୁ ପ୍ରସ୍ତୁତ ନଥିଲେ । ସେ ପିଙ୍କିଙ୍କୁ ଘରୁ ଧରି ଏକ ପାହାଡ ଉପରକୁ ଚାଲିଯାଇଥିଲେ । ସେଠାରେ ଆମେ ଦୁହେଁ ବିବାହ କରି ନାମ ପରିବର୍ତ୍ତନ କରିଦେଇଥିଲୁ ।''

ABOUT THE AUTHOR

...view details