ଲକ୍ଷ୍ମୌ: ପାରିବାରିକ କଳହର କରୁଣ ପରିଣତି । ନିଜ 2 ପିଲା ଓ ସ୍ତ୍ରୀକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଜୀବନ ହାରିଲା ସ୍ବାମୀ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶର ବଲିୟା ଜିଲ୍ଲାରେ । ଦୀର୍ଘଦିନ ଧରି ସ୍ବାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗିରହୁଥିଲା । ଗତ ରବିବାର ରାତିରେ ଏହା ଉଗ୍ର ରୂପ ନେଇଥିଲା । ଏହାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଏକ ସୁଇସାଇଡାଲ ନୋଟ ମଧ୍ୟ ଜବତ କରିଛି ପୋଲିସ । ଯେଉଁଥିରେ ହତ୍ୟାର କାରଣ ଉଲ୍ଲେଖ ରହିଥିବା ସୂଚନା ରହିଛି ।
ଉତ୍ତରପ୍ରଦେଶର ବଲିୟା ଜିଲ୍ଲା ଅନ୍ତର୍ଗତ ବାନ୍ସଡିହ କୋତବାଲି ଅନ୍ତର୍ଗତ ଦେବଡିହୀ ଗ୍ରାମରୁ ଏକ ହୃଦୟ ବିଦାରକ ଘଟଣା ଘଟିଛି । ରବିବାର ରାତି ପାଖାପାଖି 11ଟା ସୁଦ୍ଧା ଗୋଟିଏ ପରିବାରର 4 ଜଣ ସଦସ୍ୟଙ୍କ ମୃତଦେହ ଘର ନିକଟରେ ଥିବା ବଗିଚାରୁ ଉଦ୍ଧାର ହୋଇଥିଲା । ଜଣେ ମହିଳା ଓ 2 ଜଣ ଶିଶୁଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତଦେହ ବଗିଚାରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଗୁଡିକୁ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି । ଆଉ ମଧ୍ୟ ବଗିଚା ନିକଟରୁ ହତ୍ୟାରେ ବ୍ୟବହୃତ ଏକ ଧାରୁଆ ଅସ୍ତ୍ର ଜବତ କରିଛି ପୋଲିସ ।
ଏହାମଧ୍ୟ ପଢନ୍ତୁ.. କାଶୀରେ ଚରମ ନିଷ୍ପତ୍ତି ନେଲା ପରିବାର, ଜୀବନ ହାରିବା ପଛରେ ଋଣ