ଓଡିଶା

odisha

By

Published : May 5, 2021, 4:08 PM IST

ETV Bharat / bharat

ବଙ୍ଗ ଦଖଲ ପରେ ଦିଦିଙ୍କ ଆକ୍ସନ, ବଦଳିଲେ DGP-ADG

କ୍ରମାଗତ ତୃତୀୟ ଥର ପାଇଁ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତୃତୀୟ ଥର ବଙ୍ଗ ଭାର ଗ୍ରହଣ କରିବା ପରେ ରାଜ୍ୟର ଡିଜିପି ଓ ଏଡିଜିଙ୍କ ବଦଳି କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ବଙ୍ଗ ଦଖଲ ପରେ ଦିଦିଙ୍କ ଆକ୍ସନ, ବଦଳିଲେ DGP-ADG
ବଙ୍ଗ ଦଖଲ ପରେ ଦିଦିଙ୍କ ଆକ୍ସନ, ବଦଳିଲେ DGP-ADG

କୋଲକାତା: ପଶ୍ଚିମବଙ୍ଗରେ ପ୍ରଚଣ୍ଡ ବହୁମତ ସହିତ ସରକାର ଗଠନ କରିଛି ତୃଣମୂଳ କଂଗ୍ରେସ । କ୍ରମାଗତ ତୃତୀୟ ଥର ପାଇଁ ଶପଥ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତେବେ ବଙ୍ଗ ଦଖଲ ପରେ ଦେଖିବାକୁ ମିଳିଛି ଦିଦିଙ୍କ ଆକ୍ସନ ।

ତୃତୀୟ ଥର ବଙ୍ଗ ଭାର ଗ୍ରହଣ କରିବା ପରେ ରାଜ୍ୟର ଡିଜିପି ଓ ଏଡିଜିଙ୍କ ବଦଳି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ହିଂସା ରୋକିବାକୁ ସମସ୍ତ ଜିଲ୍ଲାର ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ପଶ୍ଚିମବଙ୍ଗର ଡିଜିପି ନିଯୁକ୍ତ ହୋଇଥିବା ନୀରଜ ନୟନ ପାଣ୍ଡେଙ୍କୁ ଦମକଳ ବିଭାଗକୁ ବଦଳି କରାଯାଇଛି । ସେହିପରି ଏଡିଜି ଜଗମୋହନଙ୍କୁ ସିଭିଲ ଡିଫେନ୍ସକୁ ପଠାଯାଇଛି । ତେବେ ନୀରଜଙ୍କ ସ୍ଥାନରେ ବିରେନ୍ଦ୍ରଙ୍କୁ ରାଜ୍ୟର ନୂଆ ଡିଜିପି ଭାବରେ ନିଯୁକ୍ତ କରାଯାଇଛି ।

ABOUT THE AUTHOR

...view details