ଓଡିଶା

odisha

ETV Bharat / bharat

ରାଜ୍ୟପାଳଙ୍କ ବଦଳି ଚାହୁଁଛନ୍ତି ଦିଦି, ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି

ବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଆଉ ତୃଣମୂଳ କଂଗ୍ରେସ ନେତାଙ୍କୁ ସିବିଆଇ ବାନ୍ଧିବା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ଝଡ । ଆଉ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଝିରେ ଛିଡା କରିଛି ପାଚେରୀ । ଅଧିକ ପଢନ୍ତୁ...

ରାଜ୍ୟପାଳଙ୍କ ବଦଳି ଚାହୁଁଛନ୍ତି ଦିଦି, ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି
ରାଜ୍ୟପାଳଙ୍କ ବଦଳି ଚାହୁଁଛନ୍ତି ଦିଦି, ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କୁ ଲେଖିଲେ ଚିଠି

By

Published : May 18, 2021, 7:56 PM IST

କୋଲକାତା: ଥମୁନାହିଁ ପଶ୍ଚିମବଙ୍ଗ ରାଜନୀତିର ତାତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନଖରଙ୍କ ମଧ୍ୟରେ ଚାଲିଥିବା ବିବାଦରେ ପଡୁନାହିଁ ପୂର୍ଣ୍ଣଛେଦ । ବଙ୍ଗରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଆଉ ତୃଣମୂଳ କଂଗ୍ରେସ ନେତାଙ୍କୁ ସିବିଆଇ ବାନ୍ଧିବା ଘଟଣାକୁ ନେଇ ଏବେ ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ଝଡ । ଆଉ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଝିରେ ଛିଡା କରିଛି ପାଚେରୀ ।

ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ବଦଳାଇବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ବଦଳାଇବାକୁ ଅନୁରୋଧ କରିଛନ୍ତି ମମତା ।

ରାଜ୍ୟରେ 2 ମନ୍ତ୍ରୀଙ୍କ ସମେତ ତୃଣମୂଳ କଂଗ୍ରେସର 4 ନେକତାଙ୍କୁ ସିବିଆଇ ଗିରଫ କରିବାର ଗୋଟିଏ ଦିନ ପରେ ଚିଠି ଲେଖି ରାଜ୍ୟପାଳଙ୍କୁ ବଦଳାଇବାକୁ କହିଛନ୍ତି ଦିଦି । ନାରଦା ଷ୍ଟିଙ୍ଗ୍‌ ମାଲାରେ ଟିଏମସିର 4 ନେତାଙ୍କୁ ସୋମବାର ଗିରଫ କରିଥିଲା ସିବିଆଆଇ ।

ଏହାପୂର୍ବରୁ ବଙ୍ଗରେ ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ ରାଜ୍ୟପାଳ ଜଗଦୀପ ଧନଖାର । ରାଜ୍ୟପାଳଙ୍କ ଏହି ଗସ୍ତ ଉପରେ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟପାଳ ନିୟମର ଉଲ୍ଲଂଘନ କରୁଥିବା କହିଥିଲେ ଦିଦି ।

ABOUT THE AUTHOR

...view details