ଓଡିଶା

odisha

ETV Bharat / bharat

ମନ୍ତ୍ରୀଙ୍କ ଗିରଫ ପରେ ମୁହଁ ଖୋଲିଲେ ଦିଦି, କହିଲେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ - ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ସ୍କୁଲ ନିଯୁକ୍ତି ପ୍ରସଙ୍ଗରେ ବ୍ୟାପକ ଦୂର୍ନୀତି ଅଭିଯୋଗରେ ମମତାଙ୍କ ମନ୍ତ୍ରୀ ଗିରଫ । ମୁହଁ ଖୋଲିଲେ ଦିଦି । କହିଲେ ଦୁର୍ନୀତିକୁ ସମର୍ଥନ କରନ୍ତି ନାହିଁ । ଦୁର୍ନୀତି ପ୍ରମାଣିତ ହେଲେ ଦଣ୍ଡ ମିଳୁ । ଅଧିକ ପଢନ୍ତୁ

ମନ୍ତ୍ରୀଙ୍କ ଗିରଫଦାରୀ ପରେ ମୁହଁ ଖୋଲିଲେ ମମତା, କହିଲେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ
ମନ୍ତ୍ରୀଙ୍କ ଗିରଫଦାରୀ ପରେ ମୁହଁ ଖୋଲିଲେ ମମତା, କହିଲେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ

By

Published : Jul 25, 2022, 10:03 PM IST

କୋଲକାତା:ସ୍କୁଲ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ପଶ୍ଚିମବଙ୍ଗ କ୍ୟାବିନେଟ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ମମତା ସରକାରର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ପ୍ରାର୍ଥଙ୍କ ଗିରଫଦାରୀ ନେଇ ରାଜ୍ୟରେ ରାଜନୀତି ଜୋର ଧରିଥିବା ବେଳେ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ନିଜ ନିରବତା ଭାଙ୍ଗିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି, ସେ ଦୁର୍ନୀତିକୁ ସମର୍ଥନ କରନ୍ତି ନାହିଁ । ଯେକେହି ବି ଦୁର୍ନୀତିରେ ସାମିଲ ଥିବା ପ୍ରମାଣିତ ହେବା ପରେ ଦଣ୍ଡିତ ହେବା ଉଚିତ ।

ମମତାଙ୍କ କ୍ୟାବିନେଟର ବରିଷ୍ଠ ମନ୍ତ୍ରୀ ପ୍ରାର୍ଥ ଚାଟାର୍ଜୀଙ୍କୁ ବ୍ୟାପକ ଦୁର୍ନୀତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ପ୍ରାର୍ଥଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ଚାଟାର୍ଜୀଙ୍କ ଘରେ ମଧ୍ୟ ଇଡିର ଚଢାଉ ପରେ ନଗଦ ୨୦ କୋଟି ଟଙ୍କା ଜବତ ହେବା ଓ ତାଙ୍କୁ ଗିରଫଦାରୀ ପରେ ମମତାଙ୍କ ସରକାରର ସ୍ବଚ୍ଛତା ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି । ଏହାରି ମଧ୍ୟରେ ମମତା କଣ ଅଭିମୁଖ୍ୟ ଗ୍ରହଣ କରୁଛନ୍ତି ତାକୁ ନେଇ ସମସ୍ତଙ୍କ ଅପେକ୍ଷା ଥିବା ବେଳେ ଗିରଫଦାରୀର ଗୋଟିଏ ଦିନ ପରେ ମମତା ନୀରବତା ଭାଙ୍ଗି ମୁହଁ ଖୋଲିବା ସହ ଦୂର୍ନୀତି ବିରୋଧୀ ଆଭିମୁଖ୍ୟର ଉଦାହରଣ ଦେଖାଇଛନ୍ତି ।

ମମତା କହିଛନ୍ତି, ‘‘ମୁଁ କେବେ ହେଲେ ଦୁର୍ନୀତିକୁ ସମର୍ଥନ କିମ୍ବା ପ୍ରସୟ ଦେବାକୁ ପସନ୍ଦ କରେନି । ନ୍ୟାୟିକ ବ୍ୟବସ୍ଥା ଉପରେ ଆମର ବିଶ୍ୱାସ ରହିଛି । ଯଦି କେହି ଦୁର୍ନୀତିରେ ସାମିଲ ଥିବା ପ୍ରାମାଣିତ ହୁଏ, ତେବେ ସେ କଠୋର ଦଣ୍ଡ ପାଇବା ନିହାତି ଉଚିତ । ତେବେ ମୋ ବିରୋଧରେ ଜାରି ରହିଥିବା ଏପରି ଉଦ୍ଦେଶ୍ୟମୂଳକ ପ୍ରୟାସକୁ ମୁଁ ନିନ୍ଦା କରୁଛି ।’’ କୋଲକାତାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ମମତାଙ୍କ ଏପରି ମନ୍ତବ୍ୟ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details