କୋଲକାତା : ପଶ୍ଚିମବଙ୍ଗର ହୁଗୁଳି ଠାରେ ଏକ ରାଲିକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ବର୍ଷିଛନ୍ତି । ହୁଗୁଳିର ଫୁରୁଶୁରା ଠାରେ ହେଉଥିବା ରାଲିରେ ସେ କହିଛନ୍ତି ନରେନ୍ଦ୍ର ମୋଦି ଏବଂ ଅମିତ ଶାହା ସବୁଠାରୁ ଖରାପ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ।
ମୋଦି-ଶାହା ସବୁଠୁ ଖରାପ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ: ମମତା - mamata said modi and saha worst minister
ପଶ୍ଚିମବଙ୍ଗର ହୁଗୁଳି ଠାରେ ଏକ ରାଲିକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାମନ୍ତ୍ରୀ ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଉପରେ ବର୍ଷିଛନ୍ତି । ହୁଗୁଳିର ଫୁରୁଶୁରା ଠାରେ ହେଉଥିବା ରାଲିରେ ସେ କହିଛନ୍ତି ନରେନ୍ଦ୍ର ମୋଦି ଏବଂ ଅମିତ ଶାହା ସବୁଠାରୁ ଖରାପ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ।
ମମତା ବାନାର୍ଜୀ କହିଛନ୍ତି, ‘‘ଭାରତ ବର୍ଷରେ ଏପରି ପ୍ରାଧାନମନ୍ତ୍ରୀ ମୁଁ କେବେ ଦେଖିନାହିଁ । ମୁଁ ମଧ୍ୟ 7 ଥର ସାଂସଦ ରହି ସାରିଛି । ମୁଁ ବହୁତ ପ୍ରଧାନମନ୍ତ୍ରୀ ଦେଖିଛି, ବହୁତ ସରକାର ଦେଖିଛି ହେଲେ ଏଭଳି ଏତେ ଖରାପ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ସରକାର କେବେ ଦେଖି ନାହିଁ । ଯିଏ ସରକାରରେ ରହି ଲୋକଙ୍କୁ ହତ୍ୟା କରନ୍ତି ଏବଂ ପ୍ରତ୍ୟେକ ଦିନ ମିଛ କହନ୍ତି ଯେ ପଶ୍ଚିମବଙ୍ଗରେ କୌଣସି ପରିବର୍ତ୍ତନ ହୋଇନାହିଁ ସେମାନେ ପ୍ରକୃତରେ କୌଣସି ପରିବର୍ତ୍ତନ ଚାହାନ୍ତି ନାହିଁ । ଆଉ ପରିବର୍ତ୍ତନ ସ୍ଲୋଗାନ ହେଉଛି ମୋର । ଏଠାରେ କହି ରଖୁଛି ଯେପର୍ଯ୍ୟନ୍ତ ମୁଁ ନିଜେ ନ ହଟୁଛି ସେ ପର୍ଯ୍ୟନ୍ତ ମୋତେ କେହି ହଟାଇ ପାରିବେ ନାହିଁ ।’’
ସିପିଆଇଏମ ଏବଂ ଟିଏମସିରୁ ବିଜେପିକୁ ଯାଇଥିବା ନେତାଙ୍କୁ ଟାର୍ଗେଟ କରି ମମତା କହିଛନ୍ତି ଯେ, ଆମର କିଛି ମିଛୁଆ ବି ବିଜେପିକୁ ଚାଲି ଯାଇଛନ୍ତି, ଯେଉଁମାନଙ୍କର ମିଛ ଛଡା ଆଉ କିଛି କାମ ନାହିଁ । ସେ ଆହୁରି କହିଛନ୍ତି ଯେ, ଶନିବାର ଦିନ ଗୃହମନ୍ତ୍ରୀ କହିଛନ୍ତି କି ଟିଏମସି ହେଉଛି ଦେଶ ଦ୍ରୋହୀ, ଦେଶକୁ ଭଲ ପାଆନ୍ତି ନାହିଁ । ଆପଣ ମାନେ ଦିଲ୍ଲୀରେ କେତେ ଲୋକଙ୍କୁ ମାରିଛନ୍ତି । ଆସାମ ଓ ଉତ୍ତପ୍ରଦେଶରେ କେତେ ଲୋକଙ୍କୁ ମାରିଛି ବିଜେପି ବୋଲି ପ୍ରଶ୍ନ କରିଛନ୍ତି ମମତା ।