ଓଡିଶା

odisha

By ETV Bharat Odisha Team

Published : Aug 24, 2023, 6:47 PM IST

ETV Bharat / bharat

ଚନ୍ଦ୍ରଯାନ-3କୁ ନେଇ ଦିଦିଙ୍କ ପ୍ରିତିକ୍ରିୟା, ଭାଇରାଲ ହେଉଛି ରାକେଶ ରୋଶନ ବୟାନ

ଚନ୍ଦ୍ରଯାନ 3 ସଫଳତାକୁ ଆଜି ସାରା ଦେଶ ସେଲିବ୍ରେଟ୍‌ କରୁଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ପ୍ରତିକ୍ରିୟା ଦେଇଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ପଶ୍ଚିମବଙ୍ଗ ସିଏମ୍‌ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । କହୁ କହୁ ଏମିତି କିଛି କହିଦେଇଛନ୍ତି ଦିଦି । ଅଧିକ ପଢନ୍ତୁ

ଚନ୍ଦ୍ରଯାନ 3କୁ ନେଇ ଦିଦିଙ୍କ ପ୍ରିତିକ୍ରିୟା, ରାକେଶ ରୋଶନଙ୍କୁ ପ୍ରଥମ ମହାକାଶଯାତ୍ରୀ କହି ହେଲେ ଟ୍ରୋଲ
ଚନ୍ଦ୍ରଯାନ 3କୁ ନେଇ ଦିଦିଙ୍କ ପ୍ରିତିକ୍ରିୟା, ରାକେଶ ରୋଶନଙ୍କୁ ପ୍ରଥମ ମହାକାଶଯାତ୍ରୀ କହି ହେଲେ ଟ୍ରୋଲ

ହାଇଦ୍ରାବାଦ: ଅଗଷ୍ଟ 23 ରେ ସନ୍ଧ୍ୟା 6:04 ରେ ସମଗ୍ର ଦେଶ ଇସ୍ରୋର ସଫଳତା ଦେଖିଥିଲା । ବିଶ୍ୱରେ ପ୍ରଥମ ଥର ପାଇଁ ଚନ୍ଦ୍ରଯାନ-3କୁ ଚନ୍ଦ୍ରର ଦକ୍ଷିଣ ପୋଲ୍‌ରେ ଅବତରଣ କଲା । ଦେଶର ଏହି ଐତିହାସିକ ସଫଳତା ଉପରେ କେବଳ ଭାରତୀୟ ନୁହଁନ୍ତି, ଭାରତ ସହ ଅନ୍ୟାନ୍ୟ ଦେଶ ମଧ୍ୟ ଏହାକୁ ସେଲିବ୍ରେଟ୍‌ କରୁଛନ୍ତି । ରାଜନୀତି, ବ୍ୟବସାୟ, କ୍ରୀଡ଼ା ଏବଂ ମନୋରଞ୍ଜନ ଜଗତର ବ୍ୟକ୍ତି ବିଶେଷ ଏହି ସଫଳତା ପାଇଁ ISROକୁ ଅଭିନନ୍ଦନ ଜଣାଇଛନ୍ତି । ଏଥି ସହିତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ମିଶନର ସଫଳତା ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି । ହେଲେ ମମତା ନିଜ ପ୍ରତିକ୍ରିୟାରେ ରାକେଶ ରୋଶନଙ୍କୁ ପ୍ରଥମ ମହାକାଶଯାତ୍ରୀ ବୋଲି କହିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ୟୁଜର୍ସମାନେ ଟ୍ରୋଲ କରିଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଚନ୍ଦ୍ରଯାନ-3ର ସଫଳତା ବିଷୟରେ କଥାବାର୍ତ୍ତା କରିଛନ୍ତି । ଭିଡିଓରେ ମମତା ପ୍ରଥମେ ଭାରତର ଏହି ମିଶନକୁ ପ୍ରଶଂସା କରନ୍ତି ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ପ୍ରଥମ ଭାରତୀୟ ଭାବେ ମହାକାଶକୁ ଯାଇଥିବା ରାକେଶ ଶର୍ମାଙ୍କ କଥା କହିଛନ୍ତି । କିନ୍ତୁ ଦିଦି ରାକେଶ ଶର୍ମାଙ୍କ ବଦଳରେ ଫିଲ୍ମ ନିର୍ଦ୍ଦେଶକ ତଥା ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ପିତା ରାକେଶ ରୋଶନଙ୍କ ନାମ ନେଇଛନ୍ତି ।

ଦିଦି ଭିଡିଓରେ କହିଛନ୍ତି, "ଯେତେବେଳେ ରାକେଶ ରୋଶନ ମହାକାଶକୁ ଯାଇଥିଲେ, ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ ପଚାରିଥିଲେ ଯେ ଭାରତ ଉପରୁ କିପରି ଦେଖାଯାଉଛି ? ଯାହା ଏବେ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି । ୟୁଜର୍ସ ଏନେଇ ଦିଦିଙ୍କୁ ଭରପୁର ଟ୍ରୋଲ କରିଛନ୍ତି । ଜଣେ ୟୁଜର ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ହ୍ରିତିକ ରୋଶନ ଜୀ, ଆପଣ ଏହା ମଧ୍ୟ ଜାଣି ନଥିବେ । ଭାବିଲି ଯେତେବେଳେ ଖବର ଆସିଲା, ମୁଁ ଆପଣଙ୍କୁ ନିଜେ ଖବର ଜଣାଇବା ଉଚିତ୍ । ଆଉ ଜଣେ ଲେଖିଛନ୍ତି, ଦିଦି ବୋଧେ କୋଇ ମିଲ ଗୟା 200 ଥର ଦେଖିଛନ୍ତି । ଆଉ ଜଣେ ଲେଖିଛନ୍ତି, ରାକେଶ ଶର୍ମାଙ୍କ ନାଁ ରାକେଶ ରୋସନ କରିଦେଲେ ଦିଦି ।

ଏହା ମଧ୍ୟ ପଢନ୍ତୁ:ISROକୁ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛା, କେନ୍ଦ୍ରମନ୍ତ୍ରୀଙ୍କଠୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ...

ସୂଚନା ଥାଉ କି, ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ(ISRO) ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଲଞ୍ଚ୍‌ପ୍ୟାଡ୍‌ରୁ ଜୁଲାଇ ୧୫ ତାରିଖରେ ଏହାର ତୃତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-3 ଉତକ୍ଷେପଣ କରିଥିଲା । ଗତକାଲି ପୂର୍ବ ନିର୍ଦ୍ଧାରିତ ସମୟ ଭାରତୀୟ ସମୟ ସଂଧ୍ୟା 6ଟା 4 ମିନିଟରେ ଏହି ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି । ଋଷ, ବ୍ରିଟେନ୍‌ ଏବଂ ଫ୍ରାନ୍ସ ଭଳି ବିକଶିତ ଦେଶ ଆଜି ପର୍ଯ୍ୟନ୍ତ ଯାହା କରିପାରି ନାହିଁ । ତାହା ଭାରତ ସଫଳତାର ସହ କରିପାରିଛି । ଏହି ଐତିହାସିକ ସଫଳତା ସହ ଭାରତ ମହାକାଶ ଗବେଷଣା କ୍ଷେତ୍ରରେ ଚନ୍ଦ୍ରରେ ଅବତରଣ କରିବାରେ ବିଶ୍ବର 4ର୍ଥ ଦେଶ ହୋଇପାରିଛି । ଏବଂ ଦକ୍ଷିଣ ମେରୁରେ ଭାରତ ଲ୍ୟାଣ୍ଡିଂ ହୋଇଥିବା ବିଶ୍ବର ପ୍ରଥମ ଦେଶ ହୋଇପାରିଛି ।

ABOUT THE AUTHOR

...view details