କୋଲକାତା: ନନ୍ଦିଗ୍ରାମରୁ ହାରିବା ପରେ ଫଳାଫଳକୁ ଚ୍ୟାଲେଞ୍ଜ କରିଥିଲେ ମମତା । ପୁନଃ ଭୋଟ ଗଣତି ପାଇଁ କୋଲକାତା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ପଶ୍ଚିମବଙ୍ଗ (west bengal) ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(mamta Bnarjee) । ଏ ନେଇ କୋଲକାତା ହାଇକୋର୍ଟରେ ଏକ ପିଟିସନ ଦାଏର କରିଥଲେ । ଯାହାର ଶୁଣାଣି କରୁଥିଲେ ଜଷ୍ଟିସ କୌସିକ ଚାନ୍ଦ । ମାତ୍ର ବର୍ତ୍ତମାନ ଏହି ଶୁଣାଣିରୁ ଓହରି ଯାଇଛନ୍ତି କୌସିକ ଚାନ୍ଦ । ମମଲାର ଶୁଣାଣି ପାଇଁ ଜଷ୍ଟିସ ସାମ୍ପା ସରକାରଙ୍କୁ ଦାୟିତ୍ବ ଦେଇଛନ୍ତି କୋଲକାତା ହାଇକୋର୍ଟ ।
ନିର୍ବାଚନ ନେଇ ପୁନଃ ଭୋଟ ଗଣତି ମାମଲା ଉପରେ ଶୁଣାଣି ନେଇ ହାଇକୋର୍ଟକୁ ଅପମାନ କରିଥିଲେ ମମତା । ଏ ନେଇ ଜୁଲାଇ 7ରେ ମମତାଙ୍କ ଉପରେ 5 ଲକ୍ଷ ଟଙ୍କା ଜରିମାନା ଦେବାରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଏହା ସହିତ ମାମଲାର ଶୁଣାଣିରୁ ଓହରିଯାଇଥିଲେ ଜଷ୍ଟିସ କୌସିକ ଚାନ୍ଦ । ମାମଲାର ଶୁଣାଣି ନେଇ ଜଷ୍ଟିସଙ୍କୁ ବଦଳେଇବାକୁ ଆବେଦନ କରିଥିଲେ ମମତା । ଏହା ସହିତ ଜଷ୍ଟିସ କୌସିକ ଚାନ୍ଦଙ୍କର ବିଜେପି ସହିତ ସମ୍ପର୍କ ଅଛି ବୋଲି ଅଭିଯୋଗ ଆଣିଥିଲେ ମମତା । ମାମଲାର ଶୁଣାଣି ନେଇ ଜଷ୍ଟିସ ସାମ୍ପା ସରକାରଙ୍କୁ ଦାୟିତ୍ବ ଦିଆଯାଇଛି ।
ଦୁଇମାସ ତଳେ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା (westbengal election) ନିର୍ବାଚନରେ ନନ୍ଦିଗ୍ରାମ ଆସନରେ ଜୋରଦାର ପ୍ରତିଦ୍ବନ୍ଦିତା ହୋଇଥିଲା । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତାଙ୍କୁ ପରାଜିତ କରିଥିଲେ । ନନ୍ଦିଗ୍ରାମରୁ ପରାସ୍ତ ହେବା ପରେ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ ବିଧାନସଭା ଦାୟିତ୍ବରେ ଥିବା ରିଟର୍ଣ୍ଣିଂ ଅଫିସରଙ୍କୁ ଧମକ ଚମକ ଦିଆଯାଇଛି । ଯାହା ନିଜେ ରିଟର୍ଣ୍ଣିଂ ଅଫିସ କହିଥିବା ମମତା କହିଛନ୍ତି ।