ଓଡିଶା

odisha

ETV Bharat / bharat

୨୪ ଯାଏଁ CBI ହେପାଜତକୁ ଗଲେ ମମତାଙ୍କ ସହଯୋଗୀ ଅନୁବ୍ରତ ମଣ୍ଡଳ - ଟିଏମସି ନେତାଙ୍କୁ ରିମାଣ୍ଡକୁ ନେଲା ସିବିଆଇ

୨୪ ଯାଏ CBI ହେପାଜତକୁ ଗଲେ TMC ନେତା ତଥା ମୁଖ୍ୟମନ୍ତ୍ରୀ ମମତାଙ୍କ ସହଯୋଗୀ ଅନୁବ୍ରତ ମଣ୍ଡଳ । ଆଜି ଅବଧି ସରିବା ପରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ କରାଯାଇଥିଲା ହାଜର । ସୀମାପାର ଗୋ ଚାଳାଣରେ ସମ୍ପୃକ୍ତି ଅଭିଯୋଗରେ ହୋଇଥିଲେ ଗିରଫ । ଅଧିକ ପଢନ୍ତୁ

୨୪ ଯାଏ ସିବିଆଇ କଷ୍ଟଡିକୁ ଗଲେ ମମତାଙ୍କ ସହଯୋଗୀ ଅନୁବ୍ରତ ମଣ୍ଡଳ
୨୪ ଯାଏ ସିବିଆଇ କଷ୍ଟଡିକୁ ଗଲେ ମମତାଙ୍କ ସହଯୋଗୀ ଅନୁବ୍ରତ ମଣ୍ଡଳ

By

Published : Aug 20, 2022, 8:42 PM IST

କୋଲକାତା:ଗୋରୁ ଚୋରା ଚାଲାଣ (cattle smuggling case in west Bengal) ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ ଟିଏମସି ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅନୁବ୍ରତ ମଣ୍ଡଳଙ୍କୁ ଚଳିତ ମାସ ୨୪ ତାରିଖ ଯାଏ ସିବିଆଇ ହେପାଜତକୁ ପଠାଯାଇଛି । ଆଜି (ଶନିବାର) ଆସାନସୋଲର ସ୍ପେସାଲ ସିବିଆଇ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ତାଙ୍କ ଜାମିନ ଖାରଜ ହେବା ସହ ପୁୁଣି ତାଙ୍କୁ ସିବିଆଇ ହେପାଜତକୁ ପଠାଇଛନ୍ତି ସ୍ବତନ୍ତ୍ର କୋର୍ଟ(CBI custody to Anubrata Mondal )।

ପୂର୍ବ ଶୁଣାଣିରେ ତାଙ୍କୁ ଆଜି (୨୦ ତାରିଖ) ପର୍ଯ୍ୟନ୍ତ ସିବିଆଇ କଷ୍ଟଡିକୁ ପଠାଯାଇଥିଲା । ଆଜି ତାଙ୍କ ରିମାଣ୍ଡ ସରିବା ପରେ ତାଙ୍କୁ ଆଜି ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା । ଟିଏମସି ନେତା ଅନୁବ୍ରତ ମଣ୍ଡଳ ମୁଖ୍ୟମନ୍ତ୍ରୀ ମମତାଙ୍କର ଘନିଷ୍ଠ ସହଯୋଗୀ ମଧ୍ୟ କୁହାଯାଉଛି । ୨୦୨୦ ରେ ଗୋ ଚାଲାଣ (2020 cattle-smuggling case) ମାମଲାରେ ତାଙ୍କୁ ତଦନ୍ତର ପରିସରଭୁକ୍ତ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଏନେଇ ତାଙ୍କୁ ପୂର୍ବରୁ ଏକାଧିକ ଥର ସମନ ମଧ୍ୟ ଜାରି କରାଯାଇଥିଲା ।

ତେବେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ବାରମ୍ବାର ସମୟ ମାଗିବା ସହ ସିବିଆଇରେ ହାଜର ହୋଇନଥିଲେ । ପରେ ତାଙ୍କୁ ଚଳିତ ମାସ ୧୧ ତାରିଖରେ ବୀରଭୂମ ଜିଲ୍ଲା ସ୍ଥିତ ତାଙ୍କ ବାସଭବନରୁ ଗିରଫ କରିଥିଲା ସିବିଆଇ (Anubrata Mondal arrest )। ଏହି କାର୍ଯ୍ୟାନୁଷ୍ଠାନ ପରେ ମମତା ନେତୃତ୍ବାଧୀନ ଟିଏମସି ଓ ବିଜେପି ମଧ୍ୟରେ ବାଚଯୁଦ୍ଧ ଜାରି ରହିଛି । ରାଜନୈତିକ ଉଦ୍ଦେଶ୍ୟରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବିଜେପି ସରକାର ବ୍ୟବହାର କରୁଥିବା ଟିଏମସି ଅଭିଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ:- ଗୋରୁ ଚାଲାଣ ମାମଲାରେ ମମତାଙ୍କ ଘନିଷ୍ଠ ସହଯୋଗୀଙ୍କୁ ବାନ୍ଧିଲା CBI

ଏହି ବହୁଚର୍ଚ୍ଚିତ ଗୋ ଚାଲାଣ (cattle smuggling) ମାମଲାରେ ୨୦୨୦ ସେପ୍ଟେମ୍ବରରେ ସୀମା ସୁରକ୍ଷା ବଳର ଜଣେ କମାଣ୍ଡରସ୍ତରୀୟ ଅଧିକାରୀଙ୍କୁ ମଧ୍ୟ ଗିରଫ କରିଥିଲା ସିବିଆଇ । ଭାରତ-ବାଂଲାଦେଶ ସୀମାରେ ଏହି ଗୋ ଚାଳାଣ ହେଉଥିବା ବେଳେ ଏହି ଅଧିକାରୀ ମଧ୍ୟ ସେଥିରେ ସମ୍ପୃକ୍ତି ଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ପରେ ଏହି ଅନ୍ତର୍ଜାତୀୟ ଗୋଚାଲାଣ ରାକେଟରେ ସମ୍ପୃକ୍ତି ଥିବା ଅଭିଯୋଗରେ ଟିଏମସି ନେତା ଅନୁବ୍ରତ ମଣ୍ଡଳ ମଧ୍ୟ ତଦନ୍ତକାରୀ ସଂସ୍ଥାର ସ୍କାନରକୁ ଆସିଥିଲେ ।

ଏକାଧିକ ଥର ସମନ ପରେ ତାଙ୍କୁ ଚଳିତ ୧୧ ତାରିଖରେ ଗିରଫ କରାଯାଇଛି । ଦୁଇ ଥର ତାଙ୍କ ବେଲ ଆବେଦନ ଖାରଜ ହେବା ସହ ତାଙ୍କୁ ପୁଣି ସିବିଆଇ କଷ୍ଟଡିକୁ ପଠାଯାଇଛି । ପଶ୍ଚିମବଙ୍ଗରେ ଗୋଟିଏ ପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିକ୍ଷା ବିଭାଗର ଦୁର୍ନୀତି ନେଇ ଖୋଳତାଡ ଜାରି ରଖିଥିବା ଏହି ମାମଲାରେ ସିବିଆଇ କାର୍ଯ୍ୟାନୁଷ୍ଠାନ ମମତା ସରକାରଙ୍କ ଅଡୁଆକୁ ବଢାଇବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details