ଓଡିଶା

odisha

By

Published : Oct 7, 2021, 10:20 AM IST

ETV Bharat / bharat

ଆଜି ଶପଥ ନେବେ ମମତା ବାନାର୍ଜୀଙ୍କ ସମେତ ୨ ନବନିର୍ବାଚିତ ବିଧାୟକ

ଶପଥ ନେବେ କୋଲକାତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭବାନୀପୁରର ବିଧାୟିକା ଭାବେ ରାଜ୍ୟପାଳଙ୍କ ଉପସ୍ଥିତିରେ ଶପଥ ଗ୍ରହଣ କରିବେ । ଅଧିକ ପଢନ୍ତୁ...

mamata-banerjee-two-others-to-take-oath-as-mlas-today
ଆଜି ଶପଥ ନେବେ ମମତା ବାନାର୍ଜୀଙ୍କ ସମେତ ନବନିର୍ବାଚିତ ୨ ବିଧାୟକ

କୋଲକାତା:ଆଜି ଶପଥ ନେବେ କୋଲକାତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭବାନୀପୁରର ବିଧାୟିକା ଭାବେ ଶପଥ ନେବେ ମମତା । ରାଜ୍ୟପାଳ ଜଗଦୀପ ଧନଖରଙ୍କ ଉପସ୍ଥିତିରେ ଶପଥ ନେବେ ଉପନିର୍ବାଚନରେ ପଶ୍ଚିମବଙ୍ଗର ନବନିର୍ବାଚିତ ୩ ବିଧାୟକ ।

ଆଜି ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଅମରିଲା ଇସଲାମ ଏବଂ ଜାକିର ହୁସେନ ଶପଥ ଗ୍ରହଣ କରିବେ । ତେବେ ରାଜ୍ୟର ୩ ବିଧାନସଭା ଆସନ ଖାଲି ପଡିଥିବାରୁ ଗତ ୩୦ରେ ଉପନିର୍ବାଚନ ହୋଇଥିଲା । ଭବାନୀପୁର, ସାମଶେରଗଞ୍ଜ ଏବଂ ଜଙ୍ଗିପୁରରେ ଉପନିର୍ବାଚନ ହୋଇଥିଲା । ସାଧାରଣ ନିର୍ବାଚନରେ ପରାଜୟ ବରଣ କରିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପନିର୍ବାଚନରେ ଭବାନୀପୁର ଆସନରୁ ନିର୍ବାଚନ ଲଢିଥିଲେ । ବିପକ୍ଷ ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ୫୮ ହଜାର ଭୋଟରେ ପରାଜିତ କରି ବିଧାୟିକା ହେବା ସାଙ୍ଗକୁ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖି ପାରିଛନ୍ତି ।

ସେହିପରି ଅନ୍ୟ ଦୁଇ ନିର୍ବାଚନ ମଣ୍ଡଳୀରୁ ମଧ୍ୟ ତୃଣମୂଳ କଂଗ୍ରେସର ୨ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ସେମାନେ ମଧ୍ୟ ଆଜି ଶପଥ ଗ୍ରହଣ କରିବେ ।

@ANI

ABOUT THE AUTHOR

...view details