ଓଡିଶା

odisha

By

Published : Jan 18, 2022, 10:54 PM IST

ETV Bharat / bharat

UP Poll 2022: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ଦିଦି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ତରପ୍ରଦେଶ ନିର୍ବାଚନରେ ସମାଜବାଦୀ ପାର୍ଟୀ ପାଇଁ ପ୍ରଚାର କରିବେ । ଅଧିକ ପଢନ୍ତୁ

UP Poll 2022: ୟୁପିରେ ଅଖିଳେଶଙ୍କ ପାଇଁ କରିବେ ପ୍ରଚାର ଦିଦି
UP Poll 2022: ୟୁପିରେ ଅଖିଳେଶଙ୍କ ପାଇଁ କରିବେ ପ୍ରଚାର ଦିଦି

କୋଲକାତା:ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରଚାର କରିବେ ଦିଦି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ତରପ୍ରଦେଶ ନିର୍ବାଚନରେ ସମାଜବାଦୀ ପାର୍ଟୀ ପାଇଁ ପ୍ରଚାର କରିବେ । ବିଶେଷ କରି ଏସପି ପାଇଁ ପ୍ରଚାର କରିବେ। ତେବେ ଉତ୍ତରପ୍ରଦେଶ ନିର୍ବାଚନର ତୃଣମୂଳ କଂଗ୍ରେସ ନିର୍ବାଚନରେ ସିଧାସଳଖ ଅବତୀର୍ଣ୍ଣ ହୋଇନାହିଁ କିନ୍ତୁ ସମାଜବାଦୀ ପାର୍ଟୀ ପାଇଁ ପ୍ରଚାର କରିବେ ବୋଲି ଜଣାପଡିଛି । ଏନେଇ ମଙ୍ଗଳବାର ସମାଜବାଦୀ ପାର୍ଟୀର ଉପସଭାପତି କିରଣମୋୟ ନନ୍ଦା ସୂଚନା ଦେଇଛନ୍ତି ।

ଦେଶରେ ବିଜେପିକୁ ପରାଜିତ କରିବା ପାଇଁ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ପଣ କରିଛନ୍ତି । ବର୍ତ୍ତମାନ ସାରା ଦେଶରେ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ମମତା ବାନାର୍ଜୀ ବିଜେପି ବିରୋଧରେ ପ୍ରଚାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆଗାମୀ ନିର୍ବାଚନରେ ପ୍ରଚାର ପାଇଁ ମମତା ବାନାର୍ଜୀ ଦୁଇ ଥର ଉତ୍ତରପ୍ରଦେଶର ଯିବେ। ଅଖିଳେଶ ଯାଦବଙ୍କ ସହ ଏକତା ପ୍ରଦର୍ଶନ କରିବାକୁ ଅଭିଯାନ କରିବେ। ଫେବୃଆରୀ 8 ରେ ମମତାଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଏହା ସହ ମମତା ଏସପିର ଭର୍ଚୁଆଲ୍ ରାଲିରେ ଅଂଶଗ୍ରହଣ କରିବେ। ଏହା ବ୍ୟତୀତ ଉଭୟ ନେତା ମିଳିତ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବେ ବୋଲି ସମାଜବଦୀ ପାର୍ଟୀର ନେତା କହିଛନ୍ତି ।

ସେହିପରି ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀ ଯିବେ। ମମତା କେବଳ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ନୁହଁନ୍ତି। ବିଜେପି ବିରୋଧରେ ଜାତୀୟ ଚେହେରା। ଆଗାମୀ ବିଧାନସଭା ନିର୍ବାଚନରେ ​​ଉତ୍ତରପ୍ରଦେଶର ଲୋକମାନେ ବିଜେପିକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ତୃଣମୂଳ କଂଗ୍ରେସ ସହ ସମାଜବାଦୀ ପାର୍ଟୀର ଏକତା ପ୍ରକାଶ କରି ଅଖିଳେଶ ଯାଦବ ମଧ୍ୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେଇନାହାଁନ୍ତି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

For All Latest Updates

TAGGED:

UP Poll 2022

ABOUT THE AUTHOR

...view details