ଓଡିଶା

odisha

By

Published : May 5, 2021, 10:13 AM IST

ETV Bharat / bharat

କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମମତା ବାନାର୍ଜୀ

କୋଭିଡ କଟକଣା ମଧ୍ୟରେ ସୀମିତ ଅତିଥିଙ୍କ ଗହଣରେ ରାଜ ଭବନ ପରିସରରେ ରାଜ୍ୟପାଳ ଜଗଦୀଶ ଧନକର ସକାଳ 10.45ରେ ମମତା ବାନାର୍ଜୀଙ୍କୁ ଶପଥ ପାଠ କରାଇବେ ।

ମମତା ବାନାର୍ଜୀ
ମମତା ବାନାର୍ଜୀ

କୋଲକାତା:ଚାରୋଟି ରାଜ୍ୟ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଶେଷ ହୋଇଛି । ଫଳାଫଳ ମଧ୍ୟ ଆସି ସାରିଛି । ଏବେ ସରକାର ଗଠନର ପ୍ରସ୍ତୁତି ଜାରି ରହିଛି । ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ମମତା ବାନାର୍ଜୀ ରାଜଭବନରେ ଶପଥ ନେବେ ।

କୋଭିଡ କଟକଣା ମଧ୍ୟରେ ସୀମିତ ଅତିଥିଙ୍କ ଗହଣରେ ରାଜ ଭବନ ପରିସରରେ ରାଜ୍ୟପାଳ ଜଗଦୀଶ ଧନକର ସକାଳ 10.45 ରେ ମମତା ବାନାର୍ଜୀଙ୍କୁ ଶପଥ ପାଠ କରାଇବେ ।

କିଏ ହେବେ ଅତିଥି....

ତୃଣମୂଳ କଂଗ୍ରେସ ତରଫରୁ ମିଳିଥିବା ସୂଚନା ଅନୁସାରେ କୋଭିଡ କଟକଣା ପାଇଁ ସୀମିତ ଅତିଥିଙ୍କ ଉପସ୍ଥିତିରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଯେଉଁଥିରେ ଅତିଥି ରହିବେ ବିଜେପି ରାଜ୍ୟ ସଭାପତି ଦିଲୀପ ଘୋଷ, ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ବେଙ୍ଗଲ ରାଜା ତଥା ବିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସମେତ ଆଉ କିଛି ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ସେହିପରି ପ୍ରଶାନ୍ତ କିଶୋର ମଧ୍ୟ ସାମିଲ ହେବା ନେଇ ସୂଚନା ରହିଛି ।

ABOUT THE AUTHOR

...view details