ଓଡିଶା

odisha

ETV Bharat / bharat

ନନ୍ଦିଗ୍ରାମ ଫଳାଫଳକୁ ହାଇକୋର୍ଟରେ ଦିଦିଙ୍କ ଚ୍ୟାଲେଞ୍ଜ - ନନ୍ଦିଗ୍ରାମ ଫଳାଫଳ

ନନ୍ଦିଗ୍ରାମର ନିର୍ବାଚନୀ ଫଳାଫଳକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ନନ୍ଦିଗ୍ରାମ ଫଳାଫଳକୁ ହାଇକୋର୍ଟରେ ଦିଦିଙ୍କ ଚ୍ୟାଲେଞ୍ଜ
ନନ୍ଦିଗ୍ରାମ ଫଳାଫଳକୁ ହାଇକୋର୍ଟରେ ଦିଦିଙ୍କ ଚ୍ୟାଲେଞ୍ଜ

By

Published : Jun 18, 2021, 6:58 AM IST

କୋଲକାତା: କିଛି ଦିନର ବ୍ୟବଧାନ ପରେ ପୁଣି ବଢିଛି ପଶ୍ଚିମବଙ୍ଗ ହଟସିଟ ନନ୍ଦିଗ୍ରାମର ତାତି । ନନ୍ଦିଗ୍ରାମର ନିର୍ବାଚନୀ ଫଳାଫଳକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଶୁକ୍ରବାର ଏହି ମାମଲାର ଶୁଣାଣି ହେବ। ତୃତୀୟ ଥର ପାଇଁ ରାଜ୍ୟରେ କ୍ଷମତାକୁ ଆସିଥିବା ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ହୁଏତ ନିର୍ବାଚନରେ ​​200 ରୁ ଅଧିକ ସିଟ୍ ପାଇଥାଇପାରେ, କିନ୍ତୁ ସେ ନିଜେ ନିର୍ବାଚନରେ ​​ହାରିଯାଇଥିଲେ । ନନ୍ଦିଗ୍ରାମର ନିର୍ବାଚନ ଫଳାଫଳକୁ ନେଇ ମମତା ବାନାର୍ଜୀ କ୍ରମାଗତ ଅଭିଯୋଗ କରିଆସୁଛନ୍ତି ।

ମେ ୨ରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ମମତା ବାନାର୍ଜୀ କହିଥିଲେ ଯେ ସେ ନନ୍ଦିଗ୍ରାମର ନିଷ୍ପତ୍ତିକୁ ଗ୍ରହଣ କରୁଛନ୍ତି। ହେଲେ ଭୋଟ ଗଣତି ସମୟରେ ହେରଫେର ପ୍ରସଙ୍ଗରେ ସେ କୋର୍ଟକୁ ଯିବେ, କାରଣ ତାଙ୍କ ପାଖରେ ସୂଚନା ଅଛି ଯେ ନିର୍ବାଚନ ଫଳାଫଳ ଘୋଷଣା ପରେ ଏଥିରେ କିଛି ଜାଲିଆତି କରାଯାଇଥିଲା।

ନିର୍ବାଚନ ଟ୍ରେଣ୍ଡ ଆସିବା ପରେ ବିଜେପିର ଶୁଭେନ୍ଦୁ ଅଧିକାରୀ ଆଗରେ ଥିଲେ। ତେବେ 16 ତମ ରାଉଣ୍ଡ ଗଣନା ପରେ ମମତା ବାନାର୍ଜୀ ଆଗୁଆ ହୋଇଥିଲେ । ତା’ପରେ ଖେଳ ଓଲଟପାଲଟ ହୋଇଯାଇଥିଲା । ମମତାଙ୍କୁ ମାତ୍ ଦେଇ ନନ୍ଦିଗ୍ରାମରୁ ବିଜୟଲାଭ କରିଥିଲେ ଶୁଭେନ୍ଦୁ ଅଧିକାରୀ ।

ABOUT THE AUTHOR

...view details