ଓଡିଶା

odisha

ETV Bharat / bharat

ଆଜି ରାଷ୍ଟ୍ରପତି ଓ ମୋଦିଙ୍କୁ ଭେଟିବେ ମମତା - ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ପ୍ରଧାମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଜିଏସଟି ଦେୟ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବେ । ଅଧିକ ପଢନ୍ତୁ

ଦିଲ୍ଲୀ ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ:ଆଜି ରାଷ୍ଟ୍ରପତି ଓ ମୋଦିଙ୍କୁ ଭେଟିବେ ମମତା
ଦିଲ୍ଲୀ ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ:ଆଜି ରାଷ୍ଟ୍ରପତି ଓ ମୋଦିଙ୍କୁ ଭେଟିବେ ମମତା

By

Published : Aug 5, 2022, 7:43 AM IST

ନୂଆଦିଲ୍ଲୀ: ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(West Bengal Chief Minister Mamata Banerjee) । ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi)ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସହ ଜିଏସଟି(GST dues)ଦେୟ ନେଇ ଆଲୋଚନା କରିପାରନ୍ତି । ଏହାସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି ।

ଗୁରୁବାର ମମତା ଦିଲ୍ଲୀରେ ପହଞ୍ଚିବା ପରେ ତୃଣମୂଳ କଂଗ୍ରେସ ସାଂସଦ(Trinamool Congress party's MPs)ଙ୍କ ସହ ଏକ ବୈଠକ କରିଥିଲେ । ଚାଲିଥିବା ସଂସଦର ଅଧିବେଶନ ଓ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ନେଇ ଆଲୋଚନା କରିଥିଲେ । ପଶ୍ଚିମବଙ୍ଗରେ ଗତ କିଛିଦିନ ତଳେ ଘୋଷଣା ହୋଇଥିବା ନୂଆ ଜିଲ୍ଲା ସମ୍ପର୍କରେ ସେମାନଙ୍କ ଠାରୁ ପରାମର୍ଶ ମାଗିଥିଲେ ।

ଏହାସହ ଅଗଷ୍ଟ ୭ରେ ( Niti Aayog governing council meeting) ନୀତି ଆୟୋଗ ଗଭରିର୍ଣ୍ଣିଂ ମିଟିଂ କରାଯିବ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । ମମତା ବାନାର୍ଜୀ ମଧ୍ୟ ଏଥିରେ ସାମିଲ ହେବେ । ଏ ବୈଠକରେ କୃଷି, ସ୍ବାସ୍ଥ୍ୟ ଓ ଅର୍ଥନୀତି ନେଇ ଚର୍ଚ୍ଚା କରାଯିବ । ବିରୋଧି ଦଳର ନେତା ମଧ୍ୟ ଏଠାରେ ଉପସ୍ଥିତି ରହିବେ । ତେବେ ଗତ ବର୍ଷ ନୀତି ଆୟୋଗ ଗଭରିର୍ଣ୍ଣିଂ ମିଟିଂରେ ମମତା ଅନୁପସ୍ଥିତ ରହିଥିଲେ । ଚଳିତ ବର୍ଷ ବୈଠକରେ ସେ ଜିଏସଟି ଦେୟ (GST dues) ଓ ସଂଘୀୟ ପ୍ରସଙ୍ଗ (federalism issues) ଉଠାଇବେ । ତେବେ ଏ ବୈଠକ ପ୍ରଥମେ ୨୦୧୫ ଫେବୃଆରୀ ୮ ରେ ହୋଇଥିଲା । ସେପଟେ ମନି ଲଣ୍ତରିଂ ମାମଲାରେ ଛନ୍ଦି ହୋଇଥିବା କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ମମତା ସାକ୍ଷାତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ABOUT THE AUTHOR

...view details