କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନରେ ରାଜ୍ୟର ହଟସିଟ ନନ୍ଦିଗ୍ରାମରେ ଦେଖିବାକୁ ମିଳିଛି ସବୁଠୁ ବଡ ସଂଗ୍ରାମ । ପ୍ରଥମେ ଏଠାରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଗାଡି ଉପରେ ହୋଇଥିଲା ଆକ୍ରମଣ । ଆଉ ରାଜନୈତିକ ତାତି ମଧ୍ୟରେ ନିର୍ବାଚନ ଆୟୋଗଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ମତଦାନ କେନ୍ଦ୍ରରୁ ରାଜ୍ୟପାଳଙ୍କୁ ଫୋନ କଲେ ମମତା - ମମତା ବାନାର୍ଜୀ
ରାଜନୈତିକ ତାତି ମଧ୍ୟରେ ନିର୍ବାଚନ ଆୟୋଗଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମତଦାନ କେନ୍ଦ୍ରରେ ହିଁ ଧାରଣରେ ବସିଯାଇଥିଲେ ମମତା । ଆଉ ଏହିଠାରୁ ହିଁ ସେ ରାଜ୍ୟପାଳଙ୍କୁ ଲଗାଇଥିଲେ ଫୋନ । ଅଧିକ ପଢନ୍ତୁ...
ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୋୟାଲ ମତଦାନ କେନ୍ଦ୍ରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ । ମତଦାନ କେନ୍ଦ୍ରରେ ଭୋଟ ଦେବାରେ ବାଧା ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ କରିଥିଲେ ଦିଦି ।ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ବାହାରର ଲୋକେ ସ୍ଥାନୀୟ ଲୋକଙ୍କୁ ମତାଦାନ କରିବାରୁ ରୋକୁଛନ୍ତି । ଏତିକି କହି ମତଦାନ କେନ୍ଦ୍ରରେ ହିଁ ବସିଯାଇଥିଲେ ମମତା । ଆଉ ଏହିଠାରୁ ହିଁ ସେ ରାଜ୍ୟପାଳଙ୍କୁ ଲଗାଇଥିଲେ ଫୋନ ।
ରାଜ୍ୟରେ ନିରପେକ୍ଷ ନିର୍ବାଚନ କରାଇବାକୁ ଅପିଲ କରି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ଫୋନରେ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ମମତା ବାନାର୍ଜୀଙ୍କ ଅଭିଯୋଗ ପରେ ରାଜ୍ୟପାଳ ଜଗଦୀପ ଧନକର ଟ୍ବିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେଇଛନ୍ତି । ସେ କହିଛନ୍ତି, ମମତା ବାନାର୍ଜୀ ଚିନ୍ତା ବ୍ୟକ୍ତ କରିଛନ୍ତି । ମୁଁ ତାଙ୍କୁ ସଠିକ କାର୍ଯ୍ୟାନୁଷ୍ଠାନର ଭରସା ଦେଇଛି । ତେବେ ସଠିକ ଭାବନାରେ କାର୍ଯ୍ୟ କରାଯିବା ସହିତ ଗଣତନ୍ତ୍ର ଆଗକୁ ବଢୁ କହିଛନ୍ତି ରାଜ୍ୟପାଳ ।