ଓଡିଶା

odisha

By

Published : Jan 31, 2022, 6:32 PM IST

ETV Bharat / bharat

ରାଜ୍ୟପାଳ ଜଗଦ୍ବୀପ ଧନକରଙ୍କୁ ଟ୍ବିଟରରେ ବ୍ଲକ୍‌ କଲେ ମମତା

ରାଜ୍ୟପାଳ ଜଗଦ୍ବୀପ ଧନକରଙ୍କୁ ଟ୍ବିଟରରେ ବ୍ଲକ୍‌ କଲେ ମମତା । ଧନକରଙ୍କ ଗ୍ୟାସ ଚାମ୍ବର ମନ୍ତବ୍ୟ ପରେ ଉଷ୍ମ ହେବାରେ ଲାଗିଛି ବଙ୍ଗ ରାଜନୀତି । ଅଧିକ ପଢନ୍ତୁ

ରାଜ୍ୟପାଳ ଜଗଦ୍ବୀପ ଧନକରଙ୍କୁ ଟ୍ବିଟରରୁ ବ୍ଲକ କଲେ ମମତା
ରାଜ୍ୟପାଳ ଜଗଦ୍ବୀପ ଧନକରଙ୍କୁ ଟ୍ବିଟରରୁ ବ୍ଲକ କଲେ ମମତା

କୋଲକାତା: ପଶ୍ଚିମବଙ୍ଗରେ ତେଜିବାରେ ଲାଗିଛି ରାଜ୍ୟପାଳ ଜଗଦ୍ବୀପ ଧନକରଙ୍କ ଗ୍ୟାସ ଚାମ୍ବର ମନ୍ତବ୍ୟ ରାଜନୀତି । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଟ୍ବିଟର ଆକାଉଣ୍ଟରୁ ରାଜ୍ୟପାଳ ଜଗଦ୍ବୀପ ଧନକରଙ୍କୁ ବ୍ଲକ୍‌ କରିଛନ୍ତି । ଗତକାଲି (ରବିବାର) ରାଜ୍ୟପାଳ ଜଗଦ୍ବୀପ ଧନକର ଟ୍ବିଟ କରି କହିଥିଲେ ପଶ୍ଚିମବଙ୍ଗରେ ଗଣତନ୍ତ୍ର ଗ୍ୟାସ ଚାମ୍ବରରେ ପରିଣତ ହେଲାଣି । ତେବେ ତାଙ୍କର ଏପରି ମନ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ଉଷ୍ମତା ବଢିବା ଆରମ୍ଭ ହୋଇଥିଲା ।

ରାଜ୍ୟପାଳ ଜଗଦ୍ବୀପ ଧନକରଙ୍କୁ ଟ୍ବିଟରରୁ ବ୍ଲକ କଲେ ମମତାରାଜ୍ୟପାଳ ଜଗଦ୍ବୀପ ଧନକରଙ୍କୁ ଟ୍ବିଟରରୁ ବ୍ଲକ କଲେ ମମତା

ଆଜି ମୁଖ୍ୟମନ୍ତ୍ରୀ ମମତା ତାଙ୍କ ଟ୍ବିଟର ଆକାଉଣ୍ଟରୁ ରାଜ୍ୟପାଳଙ୍କୁ ବ୍ଲକ୍‌ କରିବା ପରେ ଘଟଣା ଆହୁରି ବିବାଦୀୟ ହେବାରେ ଲାଗିଛି । ମମତା କହିଛନ୍ତି ରାଜ୍ୟପାଳ ଜଗଦ୍ବୀପ ଧନକର ନିଜ ଟ୍ୱିଟର ଆକାଉଣ୍ଟରୁ ନିୟମିତ ଏପରି ବିବାଦୀୟ ମନ୍ତବ୍ୟ ଦେବାରେ ଲାଗିଛନ୍ତି । TMC ସରକାର ଓ ଅଧିକାରୀଙ୍କୁ ପ୍ରତିଦିନ ସେ ଟ୍ବିଟ କରି ଟାର୍ଗେଟ କରିବା ସହ ଦୁର୍ବ୍ୟବହାର କରୁଥିବା କହିଛନ୍ତି ମମତା । ପ୍ରତିଦିନ ଏପରି ଅସାମ୍ବିଧାନିକ, ଅନୈତିକ ତଥା ଅରୁଚିକର ଶବ୍ଦ ବ୍ୟବହାର ଫଳରେ ସେ ବିରକ୍ତ ଅନୁଭବ କରୁଥିବାରୁ ଶେଷରେ ରାଜ୍ୟପାଳଙ୍କୁ ବ୍ଲକ୍‌ କରିବା ପାଇଁ ନିଷ୍ପତ୍ତି ନେଇଥିବା ଏକ ପ୍ରେସବିଜ୍ଞପ୍ତିରେ ମମତା କହିଛନ୍ତି ।

ମମତା ମଧ୍ୟ ଆହୁରି କହିଛନ୍ତି, ଧନକରଙ୍କୁ ବଙ୍ଗର ନିର୍ବାଚିତ ସରକାର ପ୍ରତି ବିପଦ ସୃଷ୍ଟି କରିବା ପରି କାର୍ଯ୍ୟ ଜାରି ରଖିଛନ୍ତି । ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଧମକ ଦେବାରେ ଲାଗିଛନ୍ତି ରାଜ୍ୟପାଳ ଧନକର । ଏପରିସ୍ଥଳେ ତାଙ୍କୁ ରାଜ୍ୟପାଳ ପଦବୀରୁ ହଟାଇବା ପାଇଁ ମଧ୍ୟ ସେ ଏକାଧିକ ଥର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ସାରିଥିଲେ ସୁଦ୍ଧା କେନ୍ଦ୍ର ଏ ଦିଗରେ କୌଣସି ପଦକ୍ଷେପ ନେଉନଥିବା କହିଛନ୍ତି ମମତା ।

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଅବସରରେ ରାଜ୍ୟପାଳ କରିଥିବା ଟ୍ବିଟକୁ ନେଇ ବିବାଦ ଦେଖାଯାଇଥିଲା । ବଙ୍ଗରେ ବର୍ତ୍ତମାନ ଗଣତନ୍ତ୍ର ଗ୍ୟାସ ଚାମ୍ବରରେ ପରିଣତ ହେବା ପରି ଅନୁଭବ ହେଉଥିବା ଟ୍ବିଟ କରିଥିଲେ ରାଜ୍ୟପାଳ ଧନକର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details