କୋଲକାତା: ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କୁ କୋଇଲା ଦୁର୍ନୀତି ନେଇ ସିବିଆଇ ନୋଟିସ ପରେ କେନ୍ଦ୍ର ଉପରେ ବର୍ଷିଲେ ଦିଦି । ଆମକୁ ଜେଲ ଭିତରେ ରଖିବାର ଭୟ ଦେଖାନ୍ତୁ ନାହିଁ ଆମେ ଡରିବା ଲୋକ ନୁହେଁ ବୋଲି ମମତା ବାନାର୍ଜୀ କହିଛନ୍ତି । ଆମ ମେରୁଦଣ୍ଡ ସୁଦୃଢ ରହିଛି ବୋଲି ମମତା କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ।
କୋଇଲା ଦୁର୍ନୀତି ନେଇ ଡାଇମଣ୍ଡ ହାରୋବର ସାଂସଦ ତଥା ତୃଣମୂଳ କଂଗ୍ରେସର ଯୁବସଭାପତି ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀଙ୍କୁ ସିବିଆଇ (କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା) ନୋଟିସ ଜାରି କରିଥିଲା । ଏହାକୁ ନେଇ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ଉପରେ ଜୋରଦାର ବର୍ଷିଛନ୍ତି । ସିଧାସଳଖ କେନ୍ଦ୍ର ସରକାରକୁ ଆକ୍ରମଣ କରିଛନ୍ତି ମମତା । 'ଜେଲ ଭିତରେ ରଖିବା ଧମକ ଆମକୁ ଦେଖାନ୍ତୁ ନାହିଁ ଆମେ ଡରିବା ଲୋକ ନୁହେଁ । ଆମେ ଦୃଢ ସ୍ଥିତିରେ ଅଛୁ ଆମ ମରୁଦଣ୍ଡ ସୁଦୃଢ ଅଛି ବୋଲି ମମତା କହିଛନ୍ତି । ଏହା କେନ୍ଦ୍ର ସରକାରଙ୍କ ଷଡଯନ୍ତ୍ର ବୋଲି କହିଛନ୍ତି । ପଶ୍ଚିମବଙ୍ଗର ଅସ୍ମିତାକୁ ଭାଙ୍ଗିବାକୁ ଷଡଯନ୍ତ୍ର କରାଯାଉଛି ବୋଲି ମମତା କହିଛନ୍ତି ।