ଓଡିଶା

odisha

ETV Bharat / bharat

କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ

ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ହେଲେ କଂଗ୍ରେସର ନୂଆ ସଭାପତି । ଅଧିକ ପଢନ୍ତୁ

କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ
କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ

By

Published : Oct 19, 2022, 1:50 PM IST

Updated : Oct 19, 2022, 2:24 PM IST

ନୂଆଦିଲ୍ଲୀ: କଂଗ୍ରେସକୁ ମିଳିଲା ନୂଆ ହାଇକମାଣ୍ଡ । ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ହେଲେ କଂଗ୍ରେସର ନୂଆ ସଭାପତି(Mallikarjun Kharge wins the Congress presidential elections) । କଂଗ୍ରେସ ସଭାପତି ନିର୍ବାଚନରେ ଖଡ୍‌ଗେ ବାଜିମାତ୍ କରିଛନ୍ତି । ମୋଟ ୯,୩୮୫ ଭୋଟରୁ ୭,୮୯୭ ଖଣ୍ଡ ଭୋଟ ସହ ସେ ପ୍ରତିଦ୍ବନ୍ଦୀ ଶଶି ଥରୁରଙ୍କ ହରାଇ ନିର୍ବାଚନ ଜିତିଛନ୍ତି । ଥରୁରଙ୍କୁ ମାତ୍ର ୧,୦୭୨ ଭୋଟ ମିଳିଛି । ବାକି ୪୧୬ ଭୋଟ ନାକଚ ହୋଇଯାଇଛି । ଏହାସହିତ ପ୍ରାୟ ୨୪ ବର୍ଷ ପରେ ଦେଶର ସର୍ବପୁରାତନ ଜାତୀୟ ଦଳକୁ ଅଣଗାନ୍ଧୀ ସଭାପତି ମିଳିଛି । କଂଗ୍ରେସ ନେତା ପ୍ରମୋଦ ତିୱାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସଭାପତି ନିର୍ବାଚନ ଫଳାଫଳ ଘୋଷଣା ପରେ ଦିଲ୍ଲୀ ସ୍ଥିତି AICC କାର୍ଯ୍ୟାଳୟରେ ଉତ୍ସବର ମାହୋଲ । ଢୋଲ ବଜାଇ ନୂଆ ସଭାପତିଙ୍କୁ ଅଭିନନ୍ଦନ ଜଣାଯାଇଛି ।

ଉଲ୍ଲେଖଯୋଗ୍ୟ, ଗାନ୍ଧୀ ପରିବାରର ଏଥର କେହି ସଭାପତି ହେବେ ନାହିଁ ବୋଲି ରାହୁଲ ଗାନ୍ଧୀ ସ୍ପଷ୍ଟ କରିବା ପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । କଂଗ୍ରେସ ସଭାପତି ପଦ ପାଇଁ ମଲ୍ଲିକାର୍ଜୁନ ଖଡ୍‌ଗେ ଓ ଶଶି ଥରୁର ପ୍ରତିଦ୍ବନ୍ଦିତା କରିଥିଲେ । ଗତ ସୋମବାର ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସାରା ଦେଶରେ ୩୬ଟି ପୋଲିଂ ଷ୍ଟେସନରେ ୬୭ଟି ବୁଥରେ ଭୋଟ ଗ୍ରହଣ ହୋଇଥିଲା ।

ଏଥିରେ ୯୬ ପ୍ରତିଶତ ମତଦାନ ହୋଇଥିଲା । ଦଳର ମୋଟ ୯୫୦୦ ଜଣ ପ୍ରତିନିଧି ଭୋଟ ଦେଇଥିଲେ । ଏଆସିସି ହେଡକ୍ବାର୍ଟରରେ ସୋନିଆ ଗାନ୍ଧୀଙ୍କ ସମେତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାହୁଲ ଗାନ୍ଧୀ, କଂଗ୍ରେସ ସାଂସଦ ପି ଚିଦାମ୍ବରମ, ଜୟରାମ ରମେଶଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ନିଜ ନିଜର ମତସାବ୍ୟସ୍ତ କରିଥିଲେ । ଏହାପରେ ଆଜି ଦିନ ୧୦ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ଦିଲ୍ଲୀ ସ୍ଥିତ ଏଆଇସିସି ହେଡକ୍ବାର୍ଟରରେ ବରିଷ୍ଠ କଂଗ୍ରେସ ନେତାଙ୍କ ଉପସ୍ଥିତିରେ ଭୋଟ ଗଣତି ଚାଲିଥିଲା ।

Last Updated : Oct 19, 2022, 2:24 PM IST

ABOUT THE AUTHOR

...view details