ଓଡିଶା

odisha

ETV Bharat / bharat

କୁନୋ ଜାତୀୟ ଉଦ୍ୟାନରେ ପୁଣି ଚିତାର ମୃତ୍ୟୁ, କାରଣ ଅସ୍ପଷ୍ଟ

ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଅଣ୍ଡିରା ଚିତା ଉଦୟର ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ଚିତାର ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢ଼ନ୍ତୁ

male cheetah dies in kuno national park
କୁନୋ ଜାତୀୟ ଉଦ୍ୟାନରେ ପୁଣି ଚିତାର ମୃତ୍ୟୁ

By

Published : Apr 23, 2023, 11:05 PM IST

ଭୋପାଳ: ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଚିତା ଉଦୟର ମୃତ୍ୟୁ ଘଟିଛି । ଦକ୍ଷିଣ ଆଫ୍ରିକାରୁ ଆସିଥିବା ୧୨ ଚିତା ମଧ୍ୟରୁ ରବିବାର ଗୋଟିଏ ଚିତାର ମୃତ୍ୟୁ ଘଟିଛି । ସକାଳେ ହଠାତ ଉଦୟର ସ୍ବାସ୍ଥ୍ୟ ଅବସ୍ଥାରେ ଖରାପ ହୋଇପଡ଼ିଥିଲା । ଚାଲିବାକୁ ସକ୍ଷମ ହେଉନଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କୁନୋ ଜାତୀୟ ଉଦ୍ୟାନରେ ପୁଣି ଚିତାର ମୃତ୍ୟୁ

ଏହା ମଧ୍ୟ ପଢ଼ନ୍ତୁ:କୁନୋ ଜାତୀୟ ଉଦ୍ୟାନରେ ମାଈ ଚିତାର ମୃତ୍ୟୁ, ଭାରତ ଆସିବା ପୂର୍ବରୁ ଥିଲା କିଡନୀ ସଂକ୍ରମିତ

ଚିତା ଉଦୟ ଅସୁସ୍ଥ ଥିବା ଦେଖି ବନ୍ୟଜନ୍ତୁ ଡାକ୍ତରୀ ଟିମ ତାର ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ପହଞ୍ଚି ଥିଲେ ଏବଂ ତାର ତୁରନ୍ତ ଚିକିତ୍ସା କରାଯାଇଥିଲା । ଏହାପରେ ଚିତାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତାର ମନିଟରିଂ ପାଇଁ ଅନ୍ୟ ଏକ ଖୁଆଡ଼ରେ ରଖାଯାଇ ଚିକିତ୍ସା ଜାରି ରହିଥିଲା । କିନ୍ତୁ ଅପରାହ୍ନ ୪ଟା ସମୟରେ ଆଖି ବୁଜିଲା ଚିତା ଉଦୟ । ପିସିସିଏଫ ୱାଇଲ୍ଡଲାଇଫ ଜେଏସ ଚୌହାନ କହିଛନ୍ତି ଯେ, କୁନୋ ଉଦ୍ୟାନରେ ସମସ୍ତ ଚିତାଙ୍କ ଉପରେ ବିଶେଷ ମନିଟରିଂ କରାଯାଉଛି । ପ୍ରୋଟକଲ ଅନୁଯାୟୀ ସେମାନଙ୍କ ସ୍ବାସ୍ଥ୍ୟ ଏବଂ ଗତିବିଧି ଉପରେ ନଜର ରଖିବା ପାଇଁ ପ୍ରତିଦିନ ଲାଇଭ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଏ । ଚିତା ଉଦୟର ମଧ୍ୟ ଲାଇଭ ଭିଡିଓ ପ୍ରସ୍ତୁତ କରାଯାଇଥିଲା । ସେହି ସମୟରେ ତାର ଗତିବିଧି ଦେଖି ବିଶେଷଜ୍ଞ ଟିମ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଚିତାର ରକ୍ତ ନମୁନା ଲ୍ୟାବକୁ ପଠାଯାଇଥିଲା । କିନ୍ତୁ ଏହାର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ:ପୁଣି କୁନୋ ପାର୍କରୁ ଖସି ପଳାଇଲା ଓଭାନ, ଗ୍ରାମବାସୀ ଭୟଭୀତ

ଏହାପୂର୍ବରୁ ମାର୍ଚ୍ଚ ୨୭ରେ କୁନୋ ଉଦ୍ୟାନରେ ନାମିବ୍ୟାରୁ ଆସିଥିବା ମାଈ ଚିତା ଶାଶାର ମଧ୍ୟ ମୃତ୍ୟୁ ହୋଇଥିଲା । ତେବେ ଭାରତ ଆସିବା ପୂର୍ବରୁ ଶାଶା କିଡନୀ ସଂକ୍ରମିତ ଥିଲା। କିଡନୀ ଅକାମି ହେବା ପରେ ତାର ମୃତ୍ୟୁ ଘଟିଥିବା ବନ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ତେବେ ଚିତା ଉଦୟର ମୃତ୍ୟୁ ନେଇ ବନ ବିଭାଗ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ମୃତ୍ୟୁର ଯାଞ୍ଚ ହେଉଥିବା ସେମାନେ କହିଛନ୍ତି । ସୋମବାର ସ୍ବତନ୍ତ୍ର ବନ୍ୟଜନ୍ତୁ ଡାକ୍ତର ଟିମଙ୍କ ଦ୍ବାରା ଚିତାର ମୃତଦେହ ବ୍ୟବଚ୍ଛେଦ ହେବ । ଏହାପରେ ମୃତ୍ୟୁର କାରଣ ଜଣାପଡିବ ।

ABOUT THE AUTHOR

...view details