କୋଲକାତା: ପଶ୍ଚିମବଙ୍ଗର ମାଲଦାର ବିଜେପି ପ୍ରାର୍ଥୀଙ୍କୁ ନିର୍ବାଚନୀ ପ୍ରଚାର ସମୟରେ ଗୁଳିମାଡ । ଏହି ଘଟଣା ରବିବାର ପୁରୁଣା ମାଲଦାର ସାହାପୁର ଗ୍ରାମ ପଞ୍ଚାୟତର ଝାନ୍ତୁ ବଜାରରେ ଘଟିଛି । ତେବେ ଆହତ ପ୍ରାର୍ଥୀଙ୍କୁ ମାଲଦା ମେଡିକାଲ କଲେଜକୁ ଅଣାଯାଇଛି ବୋଲି ମେଡିକାଲର ଜଣେ ଡାକ୍ତର କହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ମାଲଦା କେନ୍ଦ୍ରର ବିଜେପି ପ୍ରାର୍ଥୀ ଗୋପାଳ ଚନ୍ଦ୍ର ସାହା ରବିବାର ଦିନ ଝାନ୍ତୁ ବଜାର ଅଞ୍ଚଳରେ ଦଳର ପାର୍ଟି ଅଫିସ ପରିଦର୍ଶନ କରିଛନ୍ତି । ଅଫିସ୍ ଛାଡି ସେ ପାର୍ଟି କର୍ମଚାରୀଙ୍କ ସହ କଥାବାର୍ତ୍ତା ହେଉଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳି ତାଙ୍କ ଡାହାଣ କାନରେ ବାଜିଥିବା ବେଳେ ଏହି ଗୁଳିକାଣ୍ଡ ଘଟାଇ ଦୁର୍ବୃତ୍ତମାନେ ପଳାଇ ଯାଇଥିବା ବିଜେପି କର୍ମୀମାନେ କହିଛନ୍ତି । ଏହାପରେ ତୁରନ୍ତ ଗୋପାଳଙ୍କୁ ମାଲଦା ମେଡିକାଲ କଲେଜକୁ ଅଣାଯାଇ ତାଙ୍କର ଚିକିତ୍ସା କରାଯାଇଥିଲା ବୋଲି ବିଜେପି ପକ୍ଷରୁ ସୂଚନା ମିଳିଛି ।