ଓଡିଶା

odisha

ETV Bharat / bharat

Mumbai Airport Fire Tragedy: ମୁମ୍ବାଇ ବିମାନ ବନ୍ଦରରେ ଅଗ୍ନିକାଣ୍ଡ - ମୁମ୍ବାଇ ବିମାନ ବନ୍ଦରରେ ଅଗ୍ନିକାଣ୍ଡ

ମୁମ୍ବାଇ ବିମାନ ବନ୍ଦରରେ ଅଗ୍ନିକାଣ୍ଡ । ବିମାନ ପୁସିଂ ଭେଇକିଲରେ ଲାଗିଲା ନିଆଁ । ଆୟତ କଲା ଅଗ୍ନିଶମ ବାହିନୀ । କୌଣସି କ୍ଷୟକ୍ଷତିର ସୂଚନା ନାହିଁ । ଅଧିକ ପଢନ୍ତୁ

ମୁମ୍ବାଇ ବିମାନ ବନ୍ଦରରେ ଅଗ୍ନିକାଣ୍ଡ
ମୁମ୍ବାଇ ବିମାନ ବନ୍ଦରରେ ଅଗ୍ନିକାଣ୍ଡମୁମ୍ବାଇ ବିମାନ ବନ୍ଦରରେ ଅଗ୍ନିକାଣ୍ଡ

By

Published : Jan 10, 2022, 3:04 PM IST

Updated : Jan 10, 2022, 3:43 PM IST

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ ଟଳିଲା ବଡ ଧରଣର ଅଘଟଣ । ଗୁଜୁରାଟର ଜାମନଗରରୁ ମୁମ୍ବାଇ ଆସିଥିବା ଏୟାର ଇଣ୍ଡିଆ ବିମାନ ଅବତରଣ ବେଳ ଏହି ଅଗ୍ନିକାଣ୍ଡ ଘଟିଛି । ବିମାନକୁ ଟାଣିବା ପାଇଁ ବ୍ୟବହାର କରାଯାଉଥିବା ପୁସବ୍ୟାକ ଭେଇକିଲରେ ନିଆଁ ଲାଗିଯାଇଥିଲା । ତେବେ ତୁରନ୍ତ ଘଟଣାସ୍ଥଳରେ ଥିବା ଅଗ୍ନିଶମ ଟିମ ନିଆଁକୁ ଆୟତ କରିବାରେ ସଫଳ ହୋଇଥିଲେ । ଏହି ବିମାନରେ 85 ଜଣ ଯାତ୍ରୀ ଥିବାବେଳେ ସମସ୍ତେ ସୁରକ୍ଷିତ ଥିବା ସ୍ପଷ୍ଟ କରିଛି ଏୟାର ଇଣ୍ଡିଆ ।

Mumbai Airport Fire Tragedy: ମୁମ୍ବାଇ ବିମାନ ବନ୍ଦରରେ ଅଗ୍ନିକାଣ୍ଡ

ସମ୍ପୂର୍ଣ୍ଣ ଘଟଣା କ୍ରମ ଅନୁସାରେ, ଆଜି(ସୋମବାର) ଅପରାହ୍ନ ପ୍ରାୟ 1 ବେଳେ ଏୟାର ଇଣ୍ଡିଆ ବିମାନ AI-647 ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଥିଲା । ବିମାନକୁ ଠେଲିବା ପାଇଁ ବ୍ୟବହୃତ ହେଉଥିବା ଯାନରେ ହଠାତ ନିଆଁ ଲାଗି ଯାଇଥିଲା। ତେବେ ଯାତ୍ରୀମାନେ ବିମାନ ମଧ୍ୟରେ ଥିଲେ । ବିମାନର ଅତି ନିକଟରେ ଏହି ଯାନରେ ନିଆଁ ଲାଗିଯାଇଥିବାରୁ ତୁରନ୍ତ ଅଗ୍ନିଶମ ଟିମ ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ।

ତେବେ ଏହି ଅଘଟଣ ପରେ ବିମାନ କିମ୍ବା କୌଣସି ଯାତ୍ରୀଙ୍କୁ ଆଘାତ ଲାଗି ନଥିବା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ମଧ୍ୟ ସ୍ପଷ୍ଟ କରିଛନ୍ତି । ବିମାନ ନିକଟରେ ଅଗ୍ନିକାଣ୍ଡ ଘଟିବା ଓ ନିଆଁକୁ ତୁରନ୍ତ ଆୟତ କରାଯାଇ ପାରିବରୁ ଏକ ବଡ ଧରଣର ଅଘଟଣକୁ ଏଡାଇ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 10, 2022, 3:43 PM IST

ABOUT THE AUTHOR

...view details